26.1 C
Bhubaneswar
Wednesday, May 8, 2024
Homeଓଡିଶାକଟକରେ ବୟସ୍କଙ୍କୁ ଘରୁ ଆଣି ଟିକା

କଟକରେ ବୟସ୍କଙ୍କୁ ଘରୁ ଆଣି ଟିକା

କଟକ: କଟକ ସହରରେ ବରିଷ୍ଠ ନାଗରିକଙ୍କୁ ଟିକାକରଣ ପାଇଁ ବିଶେଷ ବ୍ୟବସ୍ଥା କରାଯିବ । ଘରୁ ଟିକାକରଣ କେନ୍ଦ୍ରକୁ ଆସିବାକୁ ଅକ୍ଷମ ଥିବା ଲୋକଙ୍କୁ ସୁବିଧାରେ ଟିକା ପ୍ରଦାନ କରାଯିବ । ୯୭୭୭୦୬୭୨୯୭ ନମ୍ବରରେ ଫୋନ କଲେ ଗାଡି ଯାଇ ଘରେ ପହଂଚିବ । ଗାଡି ପହଂଚି ବୟସ୍କଙ୍କୁ ଟିକା କେନ୍ଦ୍ରରେ ଟିକା ଦେଇ ପୁଣି ଘରେ ଆଣି ଛାଡିବ । ବୟସ୍କଙ୍କୁ ଟିକା ବ୍ୟବସ୍ଥା ନେଇ ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ପାଠ ପଢିବାକୁ ବା ଚାକିରି ପାଇଁ ବିଦେଶ ଯିବାକୁ ଥିବା ବ୍ୟକ୍ତିଙ୍କ ପାଇଁ ବି ସୁବିଧା କରାଯିବ । ଟିକା ସାର୍ଟିଫିକେଟ ଦରକାର ଥିଲେ ଗୋପାଳପୁର କଲ୍ୟାଣମଣ୍ଡପ ଆସିବାକୁ ପଡିବ । ଏଯାବତ କଟକ ସହରରେ ସାଢେ ୩ ଲକ୍ଷ ଡୋଜ୍ ଟିକା ଦିଆସରିଲାଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking