32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶତଟୀୟ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡରେ ସାମିଲ ହେଲା ହାଲକା ମାର୍କ ୩ ହେଲିକପ୍ଟର

ତଟୀୟ ସୁରକ୍ଷା ପାଇଁ କୋଷ୍ଟ ଗାର୍ଡରେ ସାମିଲ ହେଲା ହାଲକା ମାର୍କ ୩ ହେଲିକପ୍ଟର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଦୃଷ୍ଟିକୋଣର ଅନୁରୂପ ପ୍ରସ୍ତୁତ କରାଯାଇଥିବା ୦୨ ଉନ୍ନତ ହାଲକା ହେଲିକପ୍ଟର ଏଏଲଏଚ ମାର୍କ ୩ ଶନିବାର ଦିନ ଭାରତୀୟ ତଟରକ୍ଷକ ବଳ(ଆଇସିଜି)ରେ ଔପଚାରିକ ଭାବେ ସାମିଲ କରାଯାଇଛି । ଏହି ଅତ୍ୟାଧୁନିକ ହେଲିକପ୍ଟର  ହିନ୍ଦୁସ୍ଥାନ ଏୟରୋନୋଟିକ୍ସ ଲିମିଟେଡ ସ୍ୱଦେଶୀ ରୂପରେ ଡିଜାଇନ ଓ ନିର୍ମାଣ କରିଛି । ଏହି ହେଲିକପ୍ଟରକୁ ଭୁବନେଶ୍ୱର, ପୋରବନ୍ଦର, କୋଚି ଓ ଚେନ୍ନାଇରେ  ୪ ତଟରକ୍ଷକ ସ୍କ୍ୱାଡ୍ରୋନରେ ନିୟୋଜିତ କରାଯିବ । ଏହାଦ୍ୱାରା ତଟରକ୍ଷକ ବଳକୁ ସମସ୍ତ ତଟୀୟ କ୍ଷେତ୍ରର ସୁରକ୍ଷା କରିବାରେ ସହଜ ହେବ । ଏହି ସମାରୋହକୁ ନୂଆଦିଲ୍ଲୀରୁ ଡିଜିଟାଲ ମାଧ୍ୟମରେ ବେଙ୍ଗାଲୁରୁରେ ଆୟୋଜିତ କରାଯାଇଥିଲା । ଯେଉଁଥିରେ କୋଭିଡ ୧୯ ପ୍ରୋଟୋକଲ ପାଳନ କରି ସରକାରଙ୍କ ଡିଜିଟାଲ ଇଣ୍ଡିଆ ଦୃଷ୍ଟିକୋଣକୁ ପ୍ରତ୍ସାହିତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking