30.1 C
Bhubaneswar
Friday, April 26, 2024
Homeକରୋନାୟୁପିରେ ପ୍ରତି ରବିବାର ଲକଡାଉନ ନେଇ ଘୋଷଣା

ୟୁପିରେ ପ୍ରତି ରବିବାର ଲକଡାଉନ ନେଇ ଘୋଷଣା

ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧି ସମୟରେ ଉତ୍ତରପ୍ରଦେଶ ଯୋଗୀ ଆଦିତ୍ୟନାଥ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଉତ୍ତରପ୍ରଦେଶରେ ରବିବାର ଲକଡାଉନ ନେଇ ଘୋଷଣା ହୋଇଛି । ଏହା ସହିତ ମାସ୍କ ନପିନ୍ଧିଲେ ପ୍ରଥମ ଥର ଏକ ହଜାର ଜରିମାନା ଓ ଦ୍ୱିତୀୟ ଥର ୧୦ ହଜାର ଜରିମାନା ଦେବାକୁ ପଡିବ ।
ୟୁପିରେ ସମସ୍ତ ସହର ଓ ଗ୍ରାମାଂଚଳରେ ରବିବାର ବନ୍ଦ ରହିବ
ଆବଶ୍ୟକ ସେବାକୁ ଛାଡି ସମସ୍ତ ବଜାର, ଦପ୍ତର ବନ୍ଦ ରହିବ
ସେହି ଦିନରେ ବ୍ୟାପକ ସାନିଟାଇଜେସନ ଅଭିଯାନ ଚାଲିବ
କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲ୍ଲା ଅଧିକାରୀ, ସିଏମଓ ଓ ଟିମ ୧୧ର ସଦସ୍ୟଙ୍କ ସହିତ ସମୀକ୍ଷା ବୈଠକ କରି ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ପ୍ରଦେଶର ସମସ୍ତ ଗ୍ରାମଂଚଳ ଓ ନଗର ରବିବାର ସାପ୍ତାହିକ ବନ୍ଦ ହେବ । ସେହି ଦିନ କେବଳ ସ୍ୱଚ୍ଛତା, ସାନିଟାଇଜେସନ ଓ ଆପାତକାଳୀନ ସେବା ସଂଚାଳନ ହେବ । ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯିବ ।
ସମସ୍ତେ ମାସ୍କ ପିନ୍ଧିବା ଅନିବାର୍ଯ୍ୟ । ପ୍ରଥମଥର ବିନା ମାସ୍କରେ ଧରାପଡିଲେ ହଜାରେ ଜରିମାନା ଲଗାଯିବ ଏବଂ ଦ୍ୱିତୀୟ ଥର ବିନା ମାସ୍କରେ ଧରାପଡିଲେ ଦଶ ଗୁଣା ଅଧିକ ଜରିମାନା ଦେବାକୁ ପଡିବ ।
କାନପୁର, ପ୍ରୟାଗରାଜ, ବାରଣାସୀ ଭଳି ଅଧିକ ସଂକ୍ରମିତ ୧୦ ଜିଲ୍ଲାରେ ବ୍ୟବସ୍ଥା ଓ ସୁଦୃଢ କରିବାର ଆବଶ୍ୟକତା ରହିଛି । ସ୍ଥାନୀୟ ଆବଶ୍ୟକ ହିସାବରେ ନୂଆ କୋଭିଡ ହସ୍ପିଟାଲ କରାଯିବ । ବେଡ ସଂଖ୍ୟା ବୃଦ୍ଧି କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking