27.1 C
Bhubaneswar
Thursday, April 25, 2024
Homeଟୁରିଜିମ୍ଭାରତର ୫ ଟି ବିଳାସପୁର୍ଣ୍ଣ ଟ୍ରେନ

ଭାରତର ୫ ଟି ବିଳାସପୁର୍ଣ୍ଣ ଟ୍ରେନ

ଭୁବନେଶ୍ୱର : ଭାରତର ଏହି ସବୁ ଟ୍ରେନ ରେ ଯିବା ସମୟରେ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିଥାଏ । ଆପଣଙ୍କୁ ଏହି ଯାତ୍ରାର ଅନୁଭବ ନିଶ୍ଚିତ କରିବା ଉଚିତ ।

ପଞ୍ଚମ ସ୍ଥନରେ ଅଛି ଗୋଲ୍ଡେନ ଚାରିଅଟ 

ଆପଣ ସମଗ୍ର ଦକ୍ଷିଣ ଭାରତ ଦେଖିବାକୁ ଚାହୁଁଛନ୍ତି କି? ଏଥିପାଇଁ ଗୋଲ୍ଡେନ ଚାରିଅଟରୁ ଅଧିକ ସୁବିଧା ଆଉ କେଉଁଠାରେ ନାହିଁ । ପୁରା ଦକ୍ଷିଣ ଭାରତର ଟୁର କେବଳ ୮ ଦିନରେ କରାଉଥିବା ଏହି ଟ୍ରେନ ଏକ ଶାହି ଟ୍ରେନ ଅଟେ । ଏହି ଟ୍ରେନକୁ ୨୦୦୮ ରେ ଆରମ୍ଭ କରାଯାଇଥିଲା । ଏହି ଟ୍ରେନରେ ଶାହି ବୈଠକ, ଅନେକ ରେଷ୍ଟୁରାଣ୍ଟ୍ ଓ ଅତ୍ୟାଧୁନିକ ଜିମ ମଧ୍ୟ ରହିଛି । ଲମ୍ବା ସମୟ ଟ୍ରେନରେ ବସି କିମ୍ବା ଦର୍ଶନୀୟ ସ୍ଥାନ ଦେଖି ଥକି ଗଲେ , ଏହି ଟ୍ରେନରେ ଆର‌୍ୟୁବେଦ ସ୍ପା ସବୁ ସମୟରେ ଯାତ୍ରୀ ମାନଙ୍କ ପାଇଁ ଉପଲବ୍ଧ ରହିଥାଏ । ଏହାକୁ ଏସିଆର ସବୁଠାରୁ ବିଳାସପୁର୍ଣ୍ଣ ଟ୍ରେନ କୁହାଯାଏ । ଏହି ଟ୍ରେନର ଟିକେଟ ୨ ଲକ୍ଷ ୬୦ ହଜାର ରୁ ନେଇ ୪ଲକ୍ଷ ୩୦ ହଜାର ଯାଏଁ ରହିଛି ।

ଚତୁର୍ଥ ସ୍ଥାନରେ ରହିଛି ଡେକାନ ଓଡେଶୀ

ମହାରାଷ୍ଟ୍ର ଓ ଗୁଜୁୁରାଟର ପ୍ରସିଦ୍ଧ ସୁନ୍ଦର ସ୍ଥାନ ଗୁଡିକୁ ନେଇଯାଉଥିବା ଏହି ଟ୍ରେନ କୌଣସି ମହଲ ଠାରୁ କମ ନୁହଁ । ବିଭିନ୍ନ ଖୋଦନ କାରୁକାର୍ଯ୍ୟ ସହିତ ଅନେକ ପ୍ରକାର ସୁବିଧା ଏହି ଟ୍ରେନରେ ଉପଲବ୍ଧ । ଏହା ଭାରତର ପ୍ରମୁଖ ବିଳାସପୁର୍ଣ୍ଣ ଟ୍ରେନ ମଧ୍ୟରୁ ଗୋଟିଏ । ଡେକାନ ଓଡେଶୀ ଟ୍ରେନରେ ବ୍ୟକ୍ତିଗତ ଲାଉଞ୍ଜ , କନଫରେନ୍ସ ଓ କାର୍‌ର ବ୍ୟବସ୍ଥା ମଧ୍ୟ ରହିଛି । ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟସହ ଏଠାକାର ସଙ୍ଗୀତ ଆପଣଙ୍କ ଯାତ୍ରାକୁ ଆରାମଦାୟକ କରିଥାଏ । ଏହି ଟ୍ରେନର ଡିଲକ୍ସ କ୍ୟାବିନ ୪ ଲକ୍ଷ ୨୦ ହଜାରରୁ ଆରମ୍ଭ ହୋଇ ୯ ଲକ୍ଷ ୨୪ ହଜାର ପର୍ଯ୍ୟନ୍ତ ରହିଛି ।

ତୃତୀୟ ସ୍ଥାନରେ ରହିଛି ପ୍ୟାଲେସ ଅନ ହ୍ୱିଲ୍ସ

ନାଁ ଭଳି ଏହି ଟ୍ରେନ ଟି ମଧ୍ୟ ଏହ ଚଳନ୍ତା ପ୍ୟାଲେସ ଅଟେ । ରାଜସ୍ଥାନ ଭ୍ରମଣ ପାଇଁ ଏହି ଟ୍ରେନକୁ ଖାସ କରି ବନାଯାଇଛି । ମହଲ ଭଳି କାରୁକାର୍ଯ୍ୟ ଓ ଅନେକ ସୁନ୍ଦର ଚିତ୍ରକାରିତା ଏହ ଟ୍ରେନର ପରିଚୟ ଅଟେ । ମାରୱାଡି ଖାଦ୍ୟ ଓ ଏଠାକାର ଅତିଥିସତ୍କାର ସମସ୍ତ ଯାତ୍ରୀଙ୍କ ମନ ଖୁସି କରିଥାଏ । ଏହାର ଯାତ୍ରା ନୂଆଦିଲ୍ଲୀରୁ ଜୟପୁର ଓ ଚିତ୍ତୋର ଦେଇ ଜୟସାଲେମେର ଓ ଜୋଧପୁର କୁ ଯାଇଥାଏ । ଏହି ଟ୍ରେନ ଟିକେଟର ମୁଲ୍ୟ ୫୧ ହଜାର ରୁ ୧ ଲକ୍ଷ ୮ ହଜାର ପର୍ଯ୍ୟନ୍ତ ରହିଛି ।

ଦ୍ୱିତୀୟ ସ୍ଥାନରେ ରହିଛି ରାଜସ୍ଥାନ ଅନ ହ୍ୱିଲ୍ସ

ଭାରତର ସବୁଠାରୁ ମହଙ୍ଗା ଓ ବିଳାସପୁର୍ଣ୍ଣ ଟ୍ରେନ । ଏଥିରେ ଜଣେ ବ୍ୟକ୍ତିର ଯାତ୍ରାର ମୁଲ୍ୟ ସାଢେ ୩ ଲକ୍ଷରୁ ଆରମ୍ଭ ହୋଇ ସାଢେ ସାତ ଲକ୍ଷ ପର୍ଯ୍ୟନ୍ତ ରହିଛି । ଆଗ୍ରାର ତାଜମହଲ ଠାରୁ ନେଇ ବାରଣାସୀର ଗଙ୍ଗାଘାଟ ପର୍ଯ୍ୟନ୍ତ ଓ ଖଜୁରାହୋ ମନ୍ଦିର ଠାରୁ ନେଇ ରାଜସ୍ଥାନ କିଲ୍ଲା ପର୍ଯ୍ୟନ୍ତ ଏହି ଟ୍ରେନ ଭାରତର ଅଦ୍ଭୁଦ ସୁନ୍ଦରତାକୁ ଦେଖିବା ପାଇଁ ଏହା ଏକ ଅମୁଲ୍ୟ ଉପାୟ । ଏହି ଟ୍ରେନକୁ ନିଜର ବିଳାସପୁର୍ଣ୍ଣତା ପାଇଁ ଅନେକ ପୁରସ୍କାରରେ ସମ୍ମାନୀତ କରାଯାଇଛି ।

ପ୍ରଥମ ସ୍ଥାନରେ ରହିଛି ମହାରାଜା ଏକ୍ସପ୍ରେସ

ମହାରାଜା ଏକ୍ସପ୍ରେସ କେବଳ ଭାରତରେ ନୁହଁ ସମଗ୍ର ବିଶ୍ୱରେ ବିଳାସପୁର୍ଣ୍ଣ ଟ୍ରେନ ମାନଙ୍କ ମଧ୍ୟରେ ଗୋଟିଏ । ଏହି ଟ୍ରେନ ଶାହି ଭାବରେ ଭାରତ ଦର୍ଶନପାଇଁ ବନାଯାଇଛି । ଏହାର ଅଧିକରୁ ଅଧିକ ଯାତ୍ରୀ ବିଦେଶର ହୋଇଥାନ୍ତି । ତେଣୁ ଏହାର ଅତିଥି ସତ୍କାର ଭାରତର ସବୁଠାରୁ ଉନ୍ନତ ଦଳଙ୍କ ହାତରେ ହୋଇଥାଏ । ଏହି ଟ୍ରେନରେ କେବଳ ଏପ୍ରିଲରୁ ଅକ୍ଟୋବର ଯାଏଁ ହୋଇପାରିଥାଏ । ଟ୍ରେନର ମୋଟ ଲମ୍ବ ଅଧା କି.ମି ଅଟେ । ଏହା ବିଶ୍ୱର ୫ମ ସବୁଠାରୁ ସୁନ୍ଦର ଟ୍ରେନ ଅଟେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking