33.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଗୁଜରାଟରେ ଟିକା ନେଇନଥିବା ଲୋକଙ୍କୁ ଗଣ ପରିବହନ ବ୍ୟବସ୍ଥା ମନା

ଗୁଜରାଟରେ ଟିକା ନେଇନଥିବା ଲୋକଙ୍କୁ ଗଣ ପରିବହନ ବ୍ୟବସ୍ଥା ମନା

ଅହମଦାବାଦ : କୋଭିଡ-୧୯ ଟିକା ନେଇନଥିବା ଲୋକଙ୍କୁ ଅହମଦାବାଦରେ ଗଣପରିବହନ ବ୍ୟବସ୍ଥା ବ୍ୟବହାର କରିବାକୁ ଦିଆଯିବ ନାହିଁ। ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ଏପରିକି ସେହି ଲୋକମାନେ ନାଗରିକ ସେବା ଯୋଗାଉଥିବା ସରକାରୀ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ। ଅହମଦାବାଦ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ଟିକା ନେଇନଥିବା ଲୋକଙ୍କୁ ନାଗରିକ ପରିହନ ସେବା, ବସ ରାପିଡ ଟାଞ୍ଜିଟ ସିଷ୍ଟମ, କଙ୍କରିଆ ଲେକଫ୍ରଣ୍ଟ, ସାବରମତୀ ରିଭରଫ୍ରଣ୍ଟ, ଲାଇବ୍ରେରୀ, ଜିମ୍ନାସିୟମ, ସ୍ପୋର୍ଟସ କଂପ୍ଲେକ୍ସ ଆଦି ବ୍ୟବହାର କରିବାକୁ ଅନୁମତି ଦିଆଯିବ ନାହିଁ। ଅହମଦାବାଦ ପୌର କମିଶନର ମୁକେଶ କୁମାର କହିଛନ୍ତି, ଜଣେ ଅନ୍ୟୂନ ଗୋଟିଏ ପାନ ଅଥବା ଉଭୟ ପାନ ଟିକା ନେଇଥିଲେ ତାଙ୍କୁ ଏଡି ସମସ୍ତ ସ୍ଥାନକୁ ଆସିବାକୁ ଅନୁମତି ଦିଆଯିବ। ଏଭଳି ବ୍ୟବସ୍ଥାର ପ୍ରବେଶ ପଥରେ ଟିକା ନେଇଥିବା ପ୍ରମାଣପତ୍ରକୁ ଯାଞ୍ଚ କରାଯିବ। ଟିକାକରଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ତଥା ଲୋକଙ୍କ ମଧ୍ୟରେ ଟିକାକୁ ନେଇ ରହିଥିବା କୁଣ୍ଠାବୋଧ ଦୂର କରିବା ଲକ୍ଷ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନରେ ଗୁଜରାଟରେ ଦିନକ ମଧ୍ୟରେ ୨୨.୧୫ ଲକ୍ଷ ପାନରୁ ଅଧିକ ଟିକା ଦିଆଯାଇଥିଲା। ସେଥିମଧ୍ୟରୁ ସୁରଟ ସହରରେ ସର୍ବାଧିକ ୨.୭୭ ଲକ୍ଷ ପାନ ଟିକା ଦିଆଯାଇଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking