31.1 C
Bhubaneswar
Tuesday, May 7, 2024
Homeଅପରାଧଦୁଷ୍କର୍ମ କରି ଜେଲ ଯାଇଥିଲେ ଜାମିନରେ ଆସି ପୀଡିତାଙ୍କ ସହ ଏଭଳି କଲେ...

ଦୁଷ୍କର୍ମ କରି ଜେଲ ଯାଇଥିଲେ ଜାମିନରେ ଆସି ପୀଡିତାଙ୍କ ସହ ଏଭଳି କଲେ…

ଉନ୍ନାଓ: ଦିନକୁ ଦିନ ନାରୀ ମାନଙ୍କୁ ନିର୍ଯାତନା ଦେବା ସହ ହତ୍ୟା କରାଯିବା ଭଳି ଘଟଣା ଦିନକୁ ଦିନ ବଢି ଚାଲିଛି । ସେପେଟେ ପୁରୀ ଦୁଷ୍କର୍ମ ଏବଂ ହାଇଦ୍ରାବାଦ ଭେଟେନାରୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ପୋଡି ଦେବା ଭଳି ଘଟଣା ମନରୁ ନ ଲିଭୁଣୁ ପୁଣି ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ତେବେ ଏଭଳି ଭୟଙ୍କର ଘଟଣା ଉତ୍ତର ପ୍ରଦେଶର ଉନ୍ନାଓ ଠାରେ ହୋଇଥିବା ଜଣାପଡିଛି । ଏହି ଘଟଣା ପୁଣି ତରେୁ ଦେଶବାସୀଙ୍କୁ  ସ୍ତବ୍ଧ କରିଦେଇଛି ।
ସୂଚନା ଅନୁସାରେ, ଚଳିତ ବର୍ଷ ମାର୍ଚ୍ଚ ମାସରେ ୫ ଜଣ ଯୁବକ ଏହି ୨୦ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ଏହାପରେ ପୁଲିସ୍ ୩ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଥିଲେ । ତେବେ ଜେଲ ଯାଇଥିବା ଦୁଷ୍କର୍ମକାରୀ ମାନେ ଜାମିନରେ ଆସି ପୁଣି ଉନ୍ମତ୍ତ କାଣ୍ଡ ଭିଆଇଛି ଜଣେ ଅଭିଯୁକ୍ତ । ଜାମିନରେ ମୁକୁଳିବା ପରେ ସେ ପୀଡ଼ିତାଙ୍କ ଉପରେ କିରାସିନ୍ ଢାଳି ଜୀଅନ୍ତା ଜାଳି ଦେଇଛି । ଏଥିରେ ପୀଡ଼ିତାଙ୍କ ଶରୀରର ୯୦% ଅଂଶ ପୋଡ଼ି ଯାଇଛି। ଏବେ ସେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଆଜି ଭୋରରୁ ପୀଡ଼ିତା ଜଣଙ୍କ ରାଏବରେଲୀ ଯାଉଥିଲେ। ଏହି ସମୟରେ ଏମାନଙ୍କ ମଧ୍ୟରୁ ଜାମିନରେ ମୁକୁଳିଥିବା ଜଣେ ଅଭିଯୁକ୍ତ ଓ ତା’ର କିଛି ସହଯୋଗୀ ସେଠାରେ ପହଞ୍ଚି ପ୍ରଥମେ ପୀଡ଼ିତାଙ୍କୁ ଆକ୍ରମଣ କରିଥିଲେ । ଏହାପରେ ସେମାନେ ପୀଡ଼ିତାଙ୍କୁ ନିକଟସ୍ଥ ଏକ ଧାନ କ୍ଷେତକୁ ନେଇ କିରାସିନ୍ ଢାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।
ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପୀଡ଼ିତାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଲକ୍ଷ୍ନୌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଥିବା ସିନ୍ଦୁପୁରା ଗାଁରେ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking