32.1 C
Bhubaneswar
Friday, April 26, 2024
Homeକରୋନାନଭେମ୍ବର ୩୦ ଯାଏଁ ଲକଡାଉନ ବଳବତ୍ତର

ନଭେମ୍ବର ୩୦ ଯାଏଁ ଲକଡାଉନ ବଳବତ୍ତର

ନୂଆଦିଲ୍ଲୀ : ଅନଲକ୍ ୬ର ଗାଇଡଲାଇନ୍ ଆଜି ଜାରି କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ । ନଭେମ୍ବର ୩୦ ଯାଏଁ ଅନଲକର ନିର୍ଦ୍ଦେଶାବଳୀ ଜାରି ହୋଇଛି । ସେପ୍ଟେମ୍ବରରେ ଜାରି ହୋଇଥିବା ନିୟମାବଳୀ ଅନଲକ ୬ରେ ବଳବତ୍ତର ରହିବ । ଅବରୋଧ ଅଞ୍ଚଳରେ ନଭେମ୍ବର ୩୦ ଯାଏଁ ଲକଡାଉନ୍ ବଳବତ୍ତର ରହିବ । ରାଜ୍ୟ ଭିତରେ ଓ ଅନ୍ୟ ରାଜ୍ୟକୁ ଗମନାଗମନ ଉପରେ କୌଣସି କଟକଣା ନାହିଁ ବୋଲି ନିର୍ଦ୍ଦେଶାବଳୀରେ କୁହାଯାଇଛି ।
ସୂଚନାନୁଯାୟୀ, ଗୃହ ମନ୍ତ୍ରାଳୟ ସେପ୍ଟେମ୍ବର ୩୦ ଯାଏଁ ଅନଲକ ୫ ଗାଇଡଲାଇନ ଜାରି କରିଥିଲେ। ଏହି ସମୟରେ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କଟକଣାକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ଯାହାକି ଏବେ ନଭେମ୍ବର ୩୦ ଯାଏଁ ବୃଦ୍ଧି କରାଯାଇଛି।
ଅନଲକ ୫ ଆଧାରରେ ସରକାର ସିନେମା ହଲ, ପାର୍କ, ସ୍ଵିମିଂ ପୁଲ ଅକ୍ଟୋବର ୧୫ରେ ଖୋଲିବାକୁ ଅନୁମତି ଦେଇଥିଲେ। ତେବେ ସିନେମା ହଲ ଗୁଡ଼ିକ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଖୋଲାଯିବ। ସ୍କୁଲ, କଲେଜ ଏବଂ କୋଚିଂ ସେଣ୍ଟର ଖୋଲିବାକୁ ଅକ୍ଟୋବର ୧୫ ପରେ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ ବୋଲି କୁହାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking