32.1 C
Bhubaneswar
Saturday, May 4, 2024
Homeଓଡିଶାୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ

ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ

ଭୁବନେଶ୍ୱର : ୟୁଜିସି ପାଠ୍ୟକ୍ରମରେ ସ୍ଥାନ ପାଇବ ସନ୍ଥ କବି ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ । ସମାଜର ତଳ ସ୍ଥରରୁ ଆସିଥିବା ଏହି ମୌଳିକ ବିଚାରକଙ୍କ ଜୀବନୀ ଓ ଆଦର୍ଶର ଯେଉଁ ଭଳି ପ୍ରଚାର ପ୍ରସାର ହେବା କଥା ତାହା ହୋଇ ପାରିନି । ତେଣୁ ଆଗକୁ ଭୀମ ଭୋଇଙ୍କ ଜୀବନୀ ଓ ଆଦର୍ଶ ଯେପରି ପାଠ୍ୟକ୍ରମରେ ସ୍ଥାନ ପାଇବ ସେଥିପାଇଁ ୟୁଜିସିକୁ ଦାୟିତ୍ବ ଦିଆଯାଇଛି । ଆଜି ଗାନ୍ଧୀ-ଶାସ୍ତ୍ରୀ ଜୟନ୍ତୀ ଅବସରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଆଜି ଧର୍ମେନ୍ଦ୍ର ସମ୍ବଲପୁର ରେଢାଖୋଲ ଗସ୍ତରେ ଆସିଛନ୍ତି । ସକାଳ ୭ଟାରେ କେନ୍ଦ୍ରମନ୍ତ୍ରୀ ରେଢାଖୋଲ ସହରସ୍ଥିତ ଭୀମଭୋଇ ଓ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲେ । ଏହି ଅବସରରେ ଟଏଉ କୋର୍ସରେ ଭୀମ ଭୋଇଙ୍କ ଜୀବନୀ ସ୍ଥାନିତ ହେବା ନେଇ ସେ ସୂଚନା ଦେଇଛନ୍ତି । ଏହାପରେ ସେ ରେଢାଖୋଲରୁ ବାମୁର ଅଭିମୁଖେ ଯାତ୍ରା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking