36.1 C
Bhubaneswar
Saturday, May 18, 2024
Homeକରୋନାବିଶ୍ୱରେ ଆଉ ୪,୬୩,୧୭ ନୂଆ ସଂକ୍ରମିତ

ବିଶ୍ୱରେ ଆଉ ୪,୬୩,୧୭ ନୂଆ ସଂକ୍ରମିତ

ନୂଆଦିଲ୍ଲୀ : ବିଶ୍ୱରେ କାୟା ମେଲାଇ ଥିବା ମହାମାରୀ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଅସିପାରୁ ନାହିଁ । ସଂକ୍ରମଣ ଆମେରିକା ଓ ଭାରତ ପରେ ୩ୟ ରାଷ୍ଟ୍ର ଭାବେ ବ୍ରାଜିଲରେ କାୟା ବିସ୍ତାର କରିଛି । ସେଥିପାଇଁ ବିଶ୍ୱବାସୀଙ୍କର ଚିନ୍ତା ବଢ଼ିଯାଉଛି । ଏହାରି ମଧ୍ୟରେ ଶନିବାର ଗତ ୨୪ ଘଣ୍ଟା ମଧ୍ୟରେ ୪ଲକ୍ଷ ୬୩ ହଜାର ୧୭ ଜଣ ସଂକ୍ରମିତ ହୋଇଥିବା ବେଳେ ୭ହଜାର ୨୩୧ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ୱାଲଡୋମିଟର ୱେବସାଇଟ୍ ରିପୋର୍ଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ବିଶ୍ୱରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩କୋଟି ୫୦ଲକ୍ଷ ୩୦ହଜାର ୧୦୧ ଓ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮ଲକ୍ଷ ୪ହଜାର ୯୭୮ ଜଣକୁ ବୃଦ୍ଧି ପାଇଛି । ସେହିପରି ୨୧କୋଟି ୨ଲକ୍ଷ ୭୬ହଜାର ୯୨ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧କୋଟି ୮୪ଲକ୍ଷ ୪୯ହଜାର ୧୩୫ଜଣ ଲୋକ ସକ୍ରିୟ ଅଛନ୍ତି ।

ଉଲ୍ଲେଖଯୋଗ୍ୟ , ଆମେରିକାରେ ୪କୋଟି ୪୪ ଲକ୍ଷ ୩୭ ହଜାର ୭୧୮ ସଂକ୍ରମିତ ଓ ୭ଲକ୍ଷ ୧୮ ହଜାର ୯୬୩ ମୃତ, ବ୍ରାଜିଲରେ ୨ କୋଟି ୧୪ ଲକ୍ଷ ୪୫ ହଜାର ୬୫୧ ସଂକ୍ରମିତ ଓ ୫ ଲକ୍ଷ ୯୭ ହଜାର ୨୯୨ ମୃତ, ବ୍ରିଟେନରେ ୭୮ ଲକ୍ଷ ୪୧ହଜାର ୬୨୫ ସଂକ୍ରମିତ ଓ ୧ ଲକ୍ଷ ୩୬ ହଜାର ୭୮୯ ମୃତ, ରୁଷିଆରେ ୭୫ ଲକ୍ଷ ୩୫ ହଜାର ୫୪୮ ସଂକ୍ରମିତ ଓ ୨ ଲକ୍ଷ ୮ ହଜାର ୧୪୨ ମୃତ, ତୁର୍କୀରେ ୭୧ ଲକ୍ଷ ୮୨ ହଜାର ୯୪୩ ସଂକ୍ରମିତ ଓ ୬୪ ହଜାର ୨୬୪ ମୃତ, ଫ୍ରାନ୍ସରେ ୭୧ ଲକ୍ଷ ୧୮ ହଜାର ୩୬୭ ସଂକ୍ରମିତ ଓ ୧ ଲକ୍ଷ ୧୬ ହଜାର ୭୫୯ ମୃତ, ଇରାନରେ ୫୬ ଲକ୍ଷ ୧ ହଜାର ୫୬୫ ସଂକ୍ରମିତ ଓ ୧ ଲକ୍ଷ ୨୦ ହଜାର ୬୬୩ ମୃତ, ଆର୍ଜେଣ୍ଟିନାରେ ୫୨ ଲକ୍ଷ ୫୮ ହଜାର ୪୬୬ ସଂକ୍ରମିତ ଓ ୧ ଲକ୍ଷ ୧୫ ହଜାର ୨୨୫ ମୃତ ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking