29.1 C
Bhubaneswar
Saturday, April 27, 2024
Homeଓଡିଶାୟୁଜି/ପିଜି ପରୀକ୍ଷା ହେବ !

ୟୁଜି/ପିଜି ପରୀକ୍ଷା ହେବ !

ଭୁବନେଶ୍ୱର : ୟୁଜି/ପିଜି ପରୀକ୍ଷା କରିବାକୁ କୁଳପତି ସମ୍ମିଳନୀରେ ନିଷ୍ପତ୍ତି ନିଆଯାଇଛି । ଏନେଇ ସୂଚନା ଦେଲେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଆସନ୍ତା ୧୮ ତାରିଖରେ ଏ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ । ଗତବର୍ଷ କିପରି ପରୀକ୍ଷା ହୋଇଥିଲା ସେନେଇ ଆଲୋଚନା ହେଲା । କୁଳପତିମାନେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ ।

ୟୁଜି ଓ ପିଜିର ନାମଲେଖା, ପାଠପଢା ଓ ପରୀକ୍ଷା ନେଇ ଆଜି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକ ହୋଇଥିଲା । ଏହି ବୈଠକରେ ଅଧ୍ୟକ୍ଷତା କରିବେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ.ଅରୁଣ କୁମାର ସାହୁ । ଏହି ଲକ୍‌ଡାଉନ୍‌ରେ ୟୁଜି ଓ ପିଜିର ପରୀକ୍ଷାକୁ ନେଇ କୁଳପତିମାନଙ୍କ ମତ ନିଆଯାଇଥିଲା । ଏ ସମ୍ପର୍କରେ ମଧ୍ୟ ସମସ୍ତ ଡିଗ୍ରୀ କଲେଜ୍‌ର ଅଧ୍ୟକ୍ଷଙ୍କ ସହ ବୈଠକ ମଧ୍ୟ ହେବ । ପରୀକ୍ଷାକୁ ନେଇ ଉଭୟ କଲେଜ୍ ଓ ବିଶ୍ୱବିଦ୍ୟାଳୟ କତ୍ତୃପକ୍ଷମାନଙ୍କ ମତାମତ ନିଆଯାଇଥିଲା । ତେବେ ମହାମାରୀ ସ୍ଥିତିରେ ପିଲାଙ୍କ ପରୀକ୍ଷା କିପରି ଆୟୋଜିତ ହେବ, ଅଫଲାଇନ୍‌ରେ ହେବ କି ପୂର୍ବ ବର୍ଷ ଭଳି ଅନଲାଇନରେ ହେବ, ଏ ସମ୍ପର୍କରେ ଆଲୋଚନା ହେବ । କୁଳପତି ଓ ବିଭାଗୀୟ ଅଧିକାରୀଙ୍କ ମତାମତକୁ ଆଧାର କରି ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking