32.1 C
Bhubaneswar
Friday, April 26, 2024
Homeଓଡିଶାମନୀଷ ମୃତ୍ୟୁ ମାମଲା: କନ୍ଧମାଳରେ ୨ ଯୁବକଙ୍କ ଆତ୍ମସମର୍ପଣ

ମନୀଷ ମୃତ୍ୟୁ ମାମଲା: କନ୍ଧମାଳରେ ୨ ଯୁବକଙ୍କ ଆତ୍ମସମର୍ପଣ

ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗଙ୍କ ହତ୍ୟା ଘଟଣାରେ କନ୍ଧମାଳରେ ୨ ଜଣ ଯୁବକ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ପୂର୍ବରୁ ଅନ୍ୟ ୨ ସହଯୋଗୀଙ୍କୁ ପୋଲିସ ଅଟକ ରଖିଛି । ଏହା ସହ ଆତ୍ମସମର୍ପଣ କରିଥିବା ୨ ଯୁବକଙ୍କୁ ପଚରାଉଚରା ଜାରି ରଖିଛି ପୋଲିସ । ତେବେ ମନୀଷଙ୍କୁ ନିଆଯାଇଥିବା କାରର ସନ୍ଧାନ ମଧ୍ୟ ଗତକାଲି ମିଳିଛି । ପାତ୍ରପଡ଼ା ସାଉଥ ସିଟି ହୋଟେଲକୁ ନିଆଯାଇଥିବା କାର ଠାବ ହୋଇଛି । ମନୀଷ ୨ ଜଣଙ୍କ ସହ ଗୋଟିଏ କାରରେ ସାଉଥ ସିଟି ଯାଇଥିଲେ । ଅନ୍ୟପଟେ ମନୀଷ ଅନୁରାଗଙ୍କ ହତ୍ୟା ମାମଲାରେ ପୋଷ୍ଟମର୍ଟମ ରିପୋର୍ଟ ଆସିସାରିଛି, ଯେଉଁଥିରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ହୋଇଥିବା ପ୍ରକାଶ ପାଇଛି । ଏନେଇ ଏମ୍ସ ପିଆରଓ ପ୍ରଭାସ ତ୍ରିପାଠୀ ଗତକାଲି ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking