29.1 C
Bhubaneswar
Tuesday, May 7, 2024
Homeଓଡିଶାଖୋର୍ଦ୍ଧାରେ ୨ ଘରୋଇ ହସ୍ପିଟାଲ ସିଲ୍‌

ଖୋର୍ଦ୍ଧାରେ ୨ ଘରୋଇ ହସ୍ପିଟାଲ ସିଲ୍‌

ଭୁବନେଶ୍ୱର: ପୌରାଂଚଳରେ ଥିବା ଏକ ଘରୋଇ ହସ୍ପଟାଲ୍ ୭ ଦିନ ପାଇଁ ସିଲ୍ ହୋଇଛି । ୫୦ ହଜାର ଟଙ୍କା ଜରିମାନା ସହ ପ୍ରଶାସନିକ ଅଧିକାରୀ ସିଲ୍ କରିଥିବା ସୂଚନା ମିଳିଛି । ଅନ୍ୟ ଏକ କ୍ଲିନିକକୁ ମଧ୍ୟ ୭ ଦିନ ପାଇଁ ପ୍ରଶାସନ ସିଲ୍ କରିଥିଲା । କୋଭିଡ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ସିଲ୍ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଆଉ ୫୪୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୪ହଜାର ୨୮୦କୁ ବୃଦ୍ଧିପାଇଛି । ଚିହ୍ନଟ ହୋଇଥିବା ୫୪୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୩୫୪ ଜଣ ଆକ୍ରାନ୍ତ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୮୯ଜଣ ଆକ୍ରାନ୍ତ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି ।  ସୂଚନାଯୋଗ୍ୟ, ଆଜି ୨୩ଟି ଜିଲ୍ଲାରୁ ୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୮ଜଣ ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୮୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାେବେଳ କଟକରୁ ୩୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ରାୟଗଡ଼ାରୁ ୨୪, ଗଜପତିରୁ ୨୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝର ଓ ମୟୁରଭଞ୍ଜରୁ ୨୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ଼ରୁ ୫୨ଜଣ, ଜଗତସିଂହପୁର ୧୫, ମାଲକାନଗିରିରୁ ୧୧, ବାଲେଶ୍ୱରରୁ ୮, ବଲାଙ୍ଗୀରରୁ ୫ ଓ ବୌଦ୍ଧରୁ ୭ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବରଗଡ଼ରୁ ୩, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ ୧୦, ପୁରୀରୁ ୭, ସମ୍ବଲପୁରୁ ଓ ଢ଼େଙ୍କାନାଳରୁ ୨ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳ, ଭଦ୍ରକ, ଯାଜପୁର ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking