34.1 C
Bhubaneswar
Saturday, April 27, 2024
Homeଅପରାଧନିଆଁ ଲିଭେଇବାକୁ ଯାଇ ଜଗୁଆଳି ମୃତ୍ୟୁ ଘଟଣାରେ ୨ଗିରଫ

ନିଆଁ ଲିଭେଇବାକୁ ଯାଇ ଜଗୁଆଳି ମୃତ୍ୟୁ ଘଟଣାରେ ୨ଗିରଫ

ମୟୂରଭଞ୍ଜଜ: ଜିଲ୍ଲାର ଗର୍ଵ ଓ ଗୌରବ ସାଙ୍ଗକୁ ଜୀବନରେଖା କୁହାଯାଉଥିବା ଶିମିଳିପାଳ ଅଭୟାରଣ୍ୟରେ ଗତ ଫେବ୍ରୁଆରୀ ମାସ ୯ ତାରିଖରୁ ନିଆଁ ଲାଗିଥିଲା । ଜଳୁଥିଲା ଶିମିଳିପାର କୋଣ ଅନୁକୋଣ। କେବଳ ଶିମିଳିପାଳରେ ସୀମିତ ନ ଥିଲା ଏହାର ପାଦ ଦେଶରେ ଥିବା ବିଭିନ୍ନ ଜଙ୍ଗଲରେ ମଧ୍ୟ ନିଆଁ ଲାଗୁଛି ପ୍ରତ୍ୟେକଦିନ । ତେବେ ଗତକାଲି ଅପ୍ରତ୍ୟାଶିତ ଭାବେ ଲାଗିଥିବା ନିଆଁ ଲିଭେଇବାକୁ ଯାଇ ପ୍ଲାଣ୍ଟେସନ ଜଗୁଆଳି ଯଦୁମଣିର ମୃତ୍ୟୁଘଟଣା ଚର୍ଚ୍ଚାର ବିଷୟ ପାଳିଟିଛି । ଆଜି ସେଇ ଘଟଣାକୁନେଇ ନିଆଁ ଲାଗିବାର କାରଣ ସାଜିଥିବା ଦୁଇଜଣକୁ ଚିହ୍ନଟ କରି ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ଠାକୁରମୁଣ୍ଡା ପୋଲିସ । ଦେଖିବା ଏହି ରିପୋର୍ଟ ।
ମୟୁରଭଞ୍ଜ ଜିଲ୍ଲାରେରେ ଥିବା ବିଭିନ୍ନ ଜଙ୍ଗଲରେ ନିଆଁ ଲିଭିବାର ନାଁ ନେଉନି ଯାହା ବନବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । ଗୋଟିଏ ସ୍ଥାନରେ ନିଆଁ ଲିଭିଲେ ଆଉ ଗୋଟିଏ ସ୍ଥାନରେ ନିଆଁ ଲାଗିଯାଉଛି । ଆଜି ଶିମିଳିପାଳ ଉତ୍ତର ଡିଭିଜନର ୯ ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ଦକ୍ଷିଣ ଡିଭିଜନର ୬ ଟି ସ୍ଥାନରେ ନିଆଁ ଲାଗିଛି ବୋଲି କୁହାଯାଉଛି। ବନବିଭାଗର ସବୁପ୍ରକାର ସତର୍କତା ସତ୍ତ୍ୱେ ନିଆଁକୁ ଆୟତ କରି ପାରୁନାହିଁ । ଅନ୍ୟପଟେ ଗତକାଲି ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ଜଡିବିଲ ଗାଁର ସଂରକ୍ଷିତ ଜଙ୍ଗଲରେ ନିଆଁ ଲିଭେଇବାକୁ ଯାଇ ଜଙ୍ଗଲ ଜଗୁଆଳି ଯଦୁମଣି ମାହାନ୍ତ (୬୫) ନିଆଁରେ ପୋଡ଼ି ଘଟଣାସ୍ଥଳରେ ମୃତ୍ୟୁ ହେଇଥିଲା । କରଞ୍ଜିଆ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ ହେବା ସହିତ ନିଜ ଗାଁରେ ଶବ ସତ୍କାର ହେଇଛି ।

– ଜଙ୍ଗଲକୁ ରକ୍ଷା କରିବାକୁ ଯାଇ ଲିଭାଉଥିବା ନିଆଁରେ ପୋଡ଼ିଯାଇ ଯଦୁମଣିଙ୍କ ମୃତ୍ୟୁ ଘଟଣାକୁ ଠାକୁରମୁଣ୍ଡା ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରିବା ସହିତ ନିଆଁ ଲଗାଇଥିବା ଦୁଇଜଣକୁ ଗିରଫ କରିବାରେ ସକ୍ଷମ ହୋଇଛି । ନିଆଁ ଲଗାଇଥିବା ଅଭିଯୋଗରେ ଜଡ଼ିବିଲ ଗାଁର ଜଣେ ମହିଳା ଏବଂ ତାଙ୍କର ଚାକରକୁ ଚିହ୍ନଟ କରି ଗିରଫ କରିଛି ପୋଲିସ। ସେମାନେ ହେଲେ ଚାକର ରାଜୁ ହୋ ( ୬୫)ଏବଂ ମାଲିକାଣି ବିମଳା ମାହାନ୍ତ(୬୦) । ଅନ୍ୟପଟେ ମୃତ ଯଦୁମଣିଙ୍କ ପରିବାରକୁ ଟାଇଗର ଫାଉଣ୍ଡେସନ ତରଫରୁ ବନବିଭାଗ ଏକଲକ୍ଷ ଟଙ୍କା ଆର୍ଥୀକ ସହଯୋଗ କରିଛନ୍ତି । ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଜଡ଼ିବିଲରେ ପହଁଚି ଯଦୁମଣିଙ୍କ ପରିବାର ସହିତ ଆଲୋଚନା କରିଥିଲେ । ଯଦୁମଣିର ନାତିକୁ ଜଗୁଆଳି ଚାକିରୀ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛି ବନବିଭାଗ । ଅପରପକ୍ଷରେ ଗିରଫ ହେଇଥିବା ମହିଳା ପ୍ରକାଶ କରିଛନ୍ତି ଯେ ଆମେ ମହୁଲ ଗୋଟାଇବା ପାଇଁ ନିଆଁ ଲଗାଇଥିଲୁ କିନ୍ତୁ ମହୁଲ ଗୋଟାଇ ସାରିଲା ପରେ ନିଆଁ ଲିଭେଇ ଦେଇଥିଲୁ । ପରେ କେମିତି ନିଆଁ ଲାଗିଲା ଆଉ ତାଙ୍କର ମୃତ୍ୟୁ କେମିତି ହେଲା ଜାଣିନାହୁଁ ।
– କିଛିଦିନ ତଳେ ବର୍ଷା ହେବା ଯୋଗୁଁ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲିଭି ଯାଇ ଆଶ୍ୱସ୍ତି ଦେଇଥିଲା। ଏବେ ଖରାର ତାପ ବଢିବା ଯୋଗୁ ପୁଣି ଜଙ୍ଗଲରେ ନିଆଁ ଲାଗୁଛି ପୂର୍ବ ଭୟକୁ ଦୋହରାଉଛି। ତେବେ ବନବିଭାଗ ଏହା ରୋକିବା ଦିଗରେ କେତେ ସଫଳ ହେଉଛି ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking