32.1 C
Bhubaneswar
Thursday, March 28, 2024
Homeଓଡିଶାକୋରେଇ ବ୍ଲକ ରେ ପାନୀୟ ଜଳ ଉତ୍କଟ ଅଭାବ 

କୋରେଇ ବ୍ଲକ ରେ ପାନୀୟ ଜଳ ଉତ୍କଟ ଅଭାବ 

ଯାଜପୁର: ଜିଲ୍ଲା ର ସମଗ୍ର କୋରେଇ ବ୍ଲକ ରେ ପାନୀୟ ଜଳ ର ଉତ୍କଟ ଅଭାବ ଦେଖା ଦେଇଛି । ଦିନକୁ ଦିନ ପରିସ୍ଥିତି ସଂଗୀନ ହୋଇ ପଡିଛି ଜିଲ୍ଲା ପ୍ରଶାସନ ରାଜନେତା ପାନୀୟ ଜଳ ବିଭାଗ ର ମୁଣ୍ଡ ବ୍ୟଥା ର କାରଣ ସାଝିଛି କୋରେଇ ବ୍ଲକ ର ଭୁ ଜଳ ସ୍ତର ଦୁଇ ଫୁଟ ହ୍ରାସ ପାଇଛି ଅନ୍ୟ ପକ୍ଷ ରେ ଡ଼ାଳୁଅ ଧାନ ବ୍ୟବହୃତ ହେଉ ଥିବା ଉଠା ଜଳ ସେଚନ ସହ ପୋଖରୀ ମାନଂକୁ ଶୁଖାଇ ଫୋଖରୀ ଖନନ କରିବା ଫଳ ରେ ପାନୀୟ ଜଳ ର ସମସ୍ୟା ଦେଖାଦେଇଛି । ଏହି ବ୍ଲକ ଠାରୁ କଳିଙ୍ଗନଗର ଶିଳ୍ପାଚଳ ୧୫ କିମି ଅବସ୍ଥିତ କାରଖାନା ଗୁଡିକ ରେ ଭୁ ତଳ ଜଳ ବ୍ୟବହାର କରିଥିବା ରୁ ଏହା ଏକ ମୁଖ୍ୟ କାରଣ ଏହି ବ୍ଲକ ତଳଗଡ଼, ଅନ୍ଧାରି, ପାଛି କୋଟ, ପତରଙ୍ଗ, କନ୍ତରୋ, ସାଦକପୁର, ତାହାରପୁର, ତାରାକୋଟ ବରୁଣ୍ଡେଇ, ହଳଦୀଗାଡ଼ିଆ ପ୍ରଭୁତି ପଂଚାୟତ ରେ ପାଣି ବାହାରୁ ନାହିଁ ଲୋକ ମାନେ ବାଧ୍ୟ ହୋଇ ପୋଖରୀ ମାନଙ୍କ ର ଦୂଷିତ ପାଣି ପିଉଛନ୍ତି । ଏହି ବ୍ଲକ ରେ ସରକାରୀ ୧୯ ସହ ରୁ ଉର୍ଦ୍ଧ ନଳ କୂପ ରହିଛି ଓ ୨୭ ଟି ପାନୀୟ ଜଳ ପ୍ରକଳ୍ପ ରହିଛି ଏଥିରୁ ଆବଶ୍ୟକ ମୁତାବକ ଲୋକ ମାନଂକୁ ପେୟ ଜଳ ମିଳୁ ପାରୁନାହିଁ । ଏହି ସମସ୍ୟା କୁ ନେଇ ଆଜି କୋରେଇବାସୀ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ କରିବା ସହ ଯଦି ସମସ୍ୟା ସମାଧାନ ନ ହେଲେ ଆଗାମୀ ଦିନ ରେ ଆନ୍ଦୋଳନ ରେ ଓଲ୍ହାଇବେ ବୋଲି ପୂର୍ବତନ ସରପଞ୍ଚ ଓ ପୂର୍ବତନ ଜିଲ୍ଲା ପରିଷଦ ନିଜ ନିଜ ଵାଇଟ ମାଧ୍ୟମ ରେ କହିଛନ୍ତି ।

ରିପୋର୍ଟ ଅଭିମନ୍ୟୁ ମିଶ୍ର,ଓଏନଏ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking