28.1 C
Bhubaneswar
Saturday, April 27, 2024
Homeଅପରାଧନିଆଁର ଆଁରୁ ବର୍ତ୍ତି ପାରିଲେନି, ଜଳିଗଲେ ୨ଶିଶୁ କନ୍ୟା

ନିଆଁର ଆଁରୁ ବର୍ତ୍ତି ପାରିଲେନି, ଜଳିଗଲେ ୨ଶିଶୁ କନ୍ୟା

ଲକ୍ଷ୍ନୌ : ଉତ୍ତରପ୍ରଦେଶ ଆଜାମଗଡରେ ଅଭାବନୀୟ ଘଟଣା । ରୋଷେଇ କରୁଥିବାବେଳେ ଏଲପିଜି ଗ୍ୟାସ ସିଲିଣ୍ଡରରୁ ଲାଗିଲା ନିଆଁ । ଫଳରେ ଗୋଟଏ ପରିବାରର ୨ ଶିଶୁ କନ୍ୟା ପୋଡିଯିବାରୁ ତାଙ୍କର ଜୀବନ ଚାଲିଯାଇଛି । ତେବେ ଅନ୍ୟ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଛି । ଯାହାର ଚିକିତ୍ସା ସ୍ଥାନୀୟ ହସ୍ପିଟାଲରେ ଚାଲିଛି । ସୂଚନା ଅନୁଯାୟୀ, ଅହରୁଲା ପୋଲିସ ଷ୍ଟେସନ ଅଞ୍ଚଳରେ ଥିବା ଇମାମଗଡ ଗ୍ରାମର ମାଧୁରୀ ନାମକ ଜଣେ ମହିଳା ଗ୍ୟାସରେ ରୋଷେଇ କରୁଥିଲେ । ରୋଷେଇ ବସି ସେ ପାଣି ପାଇଁ ଆଣିବାକୁ ଯାଇଥିଲେ । ପରେ ଗ୍ୟାସ ପାଇପ୍‌ରେ ଲିକ୍ ହୋଇ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ମହିଳାଙ୍କ ୩ ଝିଅ ନିଆଁର ଆଁରୁ ବର୍ତ୍ତି ପାରିନଥିଲେ । ଝିଅମାନେ ଜଳି ଯାଉଥିବା ଦେଖି ଅନେକ ଲୋକ ଘଟଣାସ୍ଥଳକୁ ଆସିଥିଲେ । କୌଣସି ପ୍ରକାରେ ସ୍ଥାନୀୟ ଲୋକ ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ତିନି ଝିଅଙ୍କୁ ଉଦ୍ଧାର କରିଥିଲେ । ନିଆଁରେ ଜଳି ଯାଇଥିବା ଝିଅମାନଙ୍କୁ ନିକଟସ୍ଥ ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା । ଯେଉଁଠାରେ ଡାକ୍ତରମାନେ ୨ ଝିଅଙ୍କୁ ମୃତ ଘୋଷଣା କରିଥିଲେ । ଗୁରୁତର ଭାବେ ଜଳିଯାଇଥିବା ଆଉ ଏକ ଶିଶୁ କନ୍ୟା ଗୁରୁତର ଥିବାରୁ ଚିକିତ୍ସା ପାଇଁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । ମଞ୍ଜୁସା ନଦୀ କୂଳରେ ମୃତ ଝିଅମାନଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking