28.1 C
Bhubaneswar
Saturday, April 27, 2024
Homeଓଡିଶାରାଜେନ୍ଦ୍ର ୟୁନିଭର୍ସିଟି +୩ ତୃତୀୟ ସେମିଷ୍ଟାର : ଅନଲାଇନ ମୋଡ୍‌ରେ ପରୀକ୍ଷା କରିବାକୁ ଦାବୀ...

ରାଜେନ୍ଦ୍ର ୟୁନିଭର୍ସିଟି +୩ ତୃତୀୟ ସେମିଷ୍ଟାର : ଅନଲାଇନ ମୋଡ୍‌ରେ ପରୀକ୍ଷା କରିବାକୁ ଦାବୀ କଲା ଛାତ୍ର କଂଗ୍ରେସ 

ବଲାଙ୍ଗିର, : କରୋନା ଯୋଗୁଁ ସରକାରୀ ନିର୍ଦ୍ଦେଶ କ୍ରମେ +୩ ର ପାଠ୍ୟକ୍ରମ ଅନଲାଇନ ମୋଡରେ କରା ଯାଇଥିଲା । ତେଣୁ, ରାଜେନ୍ଦ୍ର ୟୁନିଭର୍ସିଟି ର +୩ ର ତୃତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ଅନଲାଇନ ମୋଡରେ କରିବାକୁ ି ଛାତ୍ର କଂଗ୍ରେସ ଦାବୀ କରିଛି । ଆଜି ଛାତ୍ର କଂଗ୍ରେସ ସଭାପତି ଅଙ୍କିତ ସାହୁଙ୍କ ନେତୃତ୍ୱରେ ଏକ ପ୍ରତିତ୍ନଧି ଦଳ ରାଜେନ୍ଦ୍ର ୟୁନିଭର୍ସିଟିର କୂଳପତି ପ୍ର, ଉମା ବଲ୍ଲଭ ମହାପାତ୍ରଙ୍କୁ ଦେଖା କରି ଆଗାମୀ ଦିନରେ ହେବାକୁ +୩ ତୃତୀୟ ସେମିଷ୍ଟାର ପରୀକ୍ଷା ବିଷୟରେ ଆଲୋଚନା କରିଛି । ଯେପରି କରୋନା ଯୋଗୁଁ +୩ ର ସମସ୍ତ ପାଠପଢା ଅନଲାଇନ୍ ମାଧ୍ୟମରେ କରାଯାଇଛି, ସେହିପରି ତୃତୀୟ ସେମିଷ୍ଟାର ପରୀକ୍ଷା ମଧ୍ୟ ଅନଲାଇନ୍ ମାଧ୍ୟମରେ କରିବାକୁ ଛାତ୍ର କଂଗ୍ରେସ ୟୁନିଭର୍ସିଟି କର୍ତ୍ତୁପକ୍ଷଙ୍କ ଆଗରେ ଲିଖିତ ଦାବୀ ଉପସ୍ଥାପିତ କରିଛି । ତେବେ, କୂଳପତି ଶ୍ରୀ ମହାପାତ୍ର ଦାବୀପତ୍ର ଗ୍ରହଣ କରିବା ସହ ଉଚ୍ଚ କର୍ତ୍ତୁପକ୍ଷଙ୍କୁ ଦାବୀ ବିଷୟରେ ଜଣାଇବା ସହ ଏହାର ସମାଧାନର ରାସ୍ତା ବାହାର କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣା ପଡିଛି । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଦେଶ ଛାତ୍ର କଂଗ୍ରେସ ସଂପାଦକ ଅଜିତ ମହାନନ୍ଦ, ବିଷ୍ଣୁ ପ୍ରସାଦ ଭୋଇ, ଦିନେଶ ସାହୁ, ସମୀର କୁମ୍ଭାର, ମାନସ ପ୍ରଧାନ ଓ ଅଞ୍ଚଳ ପଣ୍ଡା ପ୍ରମୂଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking