29.1 C
Bhubaneswar
Sunday, May 5, 2024
Homeଓଡିଶାଆଜିଠୁ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

ଆଜିଠୁ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ

ଭୁବନେଶ୍ୱର : ଆଜିଠୁ ୨ ଦିନିଆ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ । ସରକାରଙ୍କର ବ୍ୟାଙ୍କ ଘରୋଇକରଣ ନିଷ୍ପତି ବିରୁଦ୍ଧରେ ଧର୍ମଘଟ ଡାକରା ଦେଇଛି ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିଅନ । ଦେଶରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ଏହି ଧର୍ମଘଟରେ ସାମିଲ ହେବେ । ଓଡିଶାର ୫୫୦୦ ବ୍ୟାଙ୍କ ଶାଖାର ପ୍ରାୟ ୩୦ ହଜାର କର୍ମଚାରୀ ଏର୍ବ ଅଧିକାରୀ ମଧ୍ୟ ଧର୍ମଘଟରେ ସାମିଲ ହେବେ । ବ୍ୟାଙ୍କ ସଂଘ ଗୁଡିକର କହିବା ଅନୁସାରେ ସରକାର ପିଏସୟୁ ଘରୋଇକରଣ ଜରିଆରେ ଚାଉଳ କିଣିବାକୁ ଧାନ ଜମି ବିକୁଛନ୍ତି । ସରକାର ତୁରନ୍ତ ବ୍ୟାଙ୍କ ଘରୋଇକରଣ ନିଷ୍ପତିରୁ ଓହରନ୍ତୁ । ନଚେତ ଆଗାମୀ ଦିନରେ ବିକ୍ଷୋଭକୁ ଓହ୍ଲାଇବେ ସମସ୍ତ ପିଏସୟୁ କର୍ମଚାରୀ । ଏନେଇ ସଂଘ ଚେତାବନୀ ଦେଇଛି ।

ତେବେ ଶନିବାର ଓ ରବିବାର ବ୍ୟାଙ୍କ ବନ୍ଦ ରହିଥିଲା ଏବଂ ଆଜି ଓ କାଲି ମଧ୍ୟ ବ୍ୟାଙ୍କ ବନ୍ଦ ରହିବ । ସେଥିପାଇଁ କାରବାର ପ୍ରଭାବିତ ହେବ ଓ ଗ୍ରାହକ ମାନେ ମଧ୍ୟ ହନ୍ତସନ୍ତ ହୋଇପାରନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking