27.1 C
Bhubaneswar
Thursday, April 25, 2024
Homeଓଡିଶାବାବା ବିଶ୍ୱନାଥ ମନ୍ଦିରର ବାର୍ଷିକୋତ୍ସବ

ବାବା ବିଶ୍ୱନାଥ ମନ୍ଦିରର ବାର୍ଷିକୋତ୍ସବ

ରାଉରକେଲା: ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦା ସି ବ୍ଲକ  ସ୍ଥିତ ବାବା ବିଶ୍ୱନାଥ ଶିବ ମନ୍ଦିରରେ ୧୭ତମ ବାର୍ଷିକ ଉତ୍ସବ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳିତ ହୋଇ ଯାଇଛି । ବାବା ବିଶ୍ୱନାଥଙ୍କ ବାର୍ଷିକ ଉତ୍ସବରେ ଅଷ୍ଟ୍ରପହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଜଲଦା ଓ ଆଖପାଖ ଅଂଚଳରୁ ସଙ୍କିର୍ତନ ମଣ୍ଡଳୀଙ୍କ ଦ୍ୱାରା ନାମ ଜପ କରାଯାଇଥିଲା । ଏଥିରେ ମୁଖ୍ୟ ପୂଜକ ପଣ୍ଡିତ ରମାକାନ୍ତ ତ୍ରିପାଠୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିଲା । କର୍ତା ଭାବେ କ୍ରିଷ୍ଣା ସମାସୀ ଦାୟିତ୍ୱ ନିଭାଇଥିଲେ। ଏହି ଅବସରରେ  ବାବା ବିଶ୍ୱନାଥ ମନ୍ଦିର କମିଟିର ସମସ୍ତ ସଦସ୍ୟ ଓ କର୍ମକର୍ତା ସକ୍ରୀୟ ସହଯୋଗ କରିଥିଲେ । ମନ୍ଦିରରେ ଅନେକ ପୁରୁଷ ଓ ମହିଳା ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking