34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରାଣୀଧନ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ

ପ୍ରାଣୀଧନ ଚିକିତ୍ସା ବ୍ୟବସ୍ଥା ବିପର୍ଯ୍ୟସ୍ତ

ଢେଙ୍କାନାଳ : ଜିଲ୍ଲାର ଲୋକଙ୍କୁ ସ୍ୱାବଲମ୍ବୀ କରିବା ତଥା ବେକାରୀ ଦୁରୀକରଣ ପାଇଁ ସରକାରୀ କାଗଜ ପତ୍ରରେ ସୀମିତ ହୋଇ ରହିଛି। ଲୋକଙ୍କୁ କାମ ଯୋଗାଇବା ତ ଦୁରର କଥା ଯେଉଁ ସାଧାରଣ ଲୋକଟିଏ ନିଜସ୍ୱ ଉଦ୍ୟମରେ ଚାଷ କରି ଜୀବିକା ନିର୍ବାହ କରୁଛି ସେ ବି ସମସ୍ୟା ଘେରରେ ବାନ୍ଧି ହୋଇ ରହୁଛି । ପ୍ରାଣୀଧନ ଉପରେ ନିର୍ଭର କରି ରହୁଥିବା ସାଧାରଣ ଲୋକଟିଏ ନାନା ପ୍ରକାର ସମସ୍ୟାର ସମୁଖୀନ ହେବାକୁ ପଡିଥାଏ । ଅନ୍ୟ ସବୁ ରାଜ୍ୟରେ ବିଜୁଳି, ପାଣୀ, ଔଷଧ ପରି ସହାୟତା ଯୋଗାଇ କୃଷକ ଓ କୃଷିକୁ ପ୍ରୋତ୍ସାହନ ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ଯୋଜନା ଗୁଡିକ ଢେଙ୍କାନାଳ ଜିଲ୍ଲାରେ ଫାଇଲ ଭିତରେ ପଡି ଚାପି ହୋଇଯାଇଛି । ଢେଙ୍କାନାଳ ଜିଲ୍ଲାରେ ଏମିତି ଅନେକ ଗୁଡିଏ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଗୁଡିକରେ କର୍ମଚାରୀ ନଥିବା ଜଣା ଯାଉଛି ।

ଗଁଦିଆ ବ୍ଲକ୍‌ରେ ଥିବା ୯ ଟି ପ୍ରାଣୀଧନ କେନ୍ଦ୍ର ମଧ୍ୟରୁ ମାତ୍ର ୩ଟିରେ କର୍ମଚାରୀ ଥିବା ଜଣାପଡିଛି । ଅନ୍ୟ ୬ଟି କେନ୍ଦ୍ରରେ କୈାଣସି କର୍ମଚାରୀ ନଥିବା ସାଧାରଣ ଲୋକ ଦାବୀ କରିଛିନ୍ତି । ଦେଓଗାଁ ଠାରେ ଥିବା ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ପ୍ରାୟ ୨ ବର୍ଷ ହେଲାଣି ତାଲା ପଡିଛି । ଏହି ତାଲା ପଡିଥିବା ହେତୁ ଏଠାରେ ବିଭିନ୍ନ ପ୍ରକାର ଅନୈତିକ କାର୍ଯ୍ୟରେ ବ୍ୟବହାର ହେଉଛି । କେନ୍ଦ୍ର ଚତୁପାଶ୍ୱର୍ ଅଳିଆ ଆବର୍ଚନାରେ ଭରିରହିଛି । ଦାୟିତ୍ୱରେ ଥିବା କର୍ମଚାରୀ କେତେବେଳେ ଆସନ୍ତି ତ ଆଉ କେତେବେଳେ ଆସନ୍ତି ନାହିଁ । ରାଜ୍ୟ ସରକାରଙ୍କ ଠାରୁ ତାଙ୍କର ମାସିକ ପ୍ରାପ୍ୟ କେବେ ବି ବନ୍ଦ ହୋଇନଥାଏ ।

ଏଭଳି ମନୋମୁଖି କାର୍ଯ୍ୟ କରୁଥିବା କର୍ମଚାରୀ ଯୋଗୁଁ ସାଧାରଣ ଲୋକଙ୍କ ସମେତ ବହୁ ଗୃହପାଳିତ ପଶୁ ମାନେ ନାହିଁ ନଥିବା ଅସୁବିଧାର ସମୁଖି ହେଉଛନ୍ତି । ମାତ୍ର ଦୁଃଖର ବିଷୟ ଗଁଦିଆ ବ୍ଲକରେ ଥିବା ୧୩ ଟି ପ୍ରାଣୀଧନ କେନ୍ଦ୍ରର ପରିଚାଳନା କରିବା ନିମନ୍ତେ ଜଣେ ପ୍ରାଣୀ ଚିକିତ୍ସାଧିକାରୀ ଓ ୫ ଜଣ ନିରକ୍ଷକଙ୍କ ନେଇ କାମ ଚାଲିଛି । ଏହି ସବୁ ସମସ୍ୟାର ସମାଧାନ କରିବା ସହିତ ନୀରିକ୍ଷକ ନଥିବା କେନ୍ଦ୍ର ଗୁଡିକରେ ତୁରନ୍ତ ନୀରିକ୍ଷକ ନିଯୁକ୍ତି ନିମନ୍ତେ ସାଧାରଣରେ ଦାବୀ ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking