30.1 C
Bhubaneswar
Sunday, May 5, 2024
Homeବ୍ରେକୀଙ୍ଗବାଘନଖ, ବଜ୍ରକାପ୍ତା ଜବତ, ୨ ଗିରଫ

ବାଘନଖ, ବଜ୍ରକାପ୍ତା ଜବତ, ୨ ଗିରଫ

ନୂଆପଡା: ସିନାପାଲି ବନ ବିଭାଗ ଚଢ଼ଉ ୨ବନ୍ୟଜନ୍ତୁଙ୍କ ବାଘନଖ, ବଜ୍ରକାପ୍ତା ସମେତ ବିଭିନ୍ନ ସାମଗ୍ରୀ ଜବତ କରିବାରେ ସଫଳ ହୋଇଛି । ସିନାପାଲି ସହରରେ ଏସବୁ ସାମଗ୍ରୀ ବିକ୍ରୟ ପାଇଁ ବୁଲୁଥିବା ବେଳେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତ ଦ୍ୱୟ ହେଲେ ଆଜାଦ ରାଜପୁତ (୨୯) ଓ ରାହୁଲ ରାଜବାଡା (୪୧) ।
ସୂଚନା ଅନୁଯାୟୀ, ଦୁହେଁ କର୍ଣ୍ଣାଟକ ରାଜ୍ୟ ବେଙ୍ଗାଲୁରୁ ସହରରୁ ଆସି ଭବାନୀପାଟଣା ସହର ନିକଟସ୍ଥ ଡଙ୍ଗରିପଡ଼ାରେ ବସତି ସ୍ଥାପନ କରି କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର ସମେତ ସୀମାନ୍ତ ଛତିଶଗଡ଼ ଅଞ୍ଚଳର ବିଭିନ୍ନ ଗାଁ’ ଗଣ୍ଡାରେ ଏହି ଚୋରା ବେପାର କରୁଥିବା ଜଣାପଡ଼ିଛି । ସିନାପାଲି ବନ ବିଭାଗ ଓ ପୁଲିସ କୌଣସି ସୂତ୍ରରୁ ଖବର ପାଇ ସିନାପାଲି ସହରର ରାବଣ ଛକ ନିକଟରେ ବିକ୍ରି କରୁଥିବା ବେଳେ ଅଭିଯୁକ୍ତ ଦ୍ୱୟଙ୍କୁ କାବୁ କରି ସିନାପାଲି ଥାନା ଓ ପରେ ସିନାପାଲି ବନ ବିଭାଗକୁ ସ୍ଥାନାନ୍ତର କରାଯାଇ ପଚରାଉଚରା ଚାଲିଛି । ଏସମ୍ପର୍କରେ ଖଡିଆଳ ଉପବନଖଣ୍ଡ ଅଧିକାରୀ ଜୟରାମ ଶବର ପହଞ୍ଚି ଘଟଣାର ତଦନ୍ତ ଚାଲିଛି । ପ୍ରକୃତରେ ସେଗୁଡ଼ିକ ବାଘନଖ ଓ ବଜ୍ରକାପ୍ତା ନାହି ତାହାର ସତ୍ୟତା ଓ ଅନୁସନ୍ଧାନ ଜାଣିବା ପାଇଁ ପ୍ରକ୍ରିୟା ଜାରି ରହିଛି । ସିନାପାଲି ବନ ବିଭାଗ ଫରେଷ୍ଟର ଖଗେଶ୍ୱର ମାଝି, ସିନାପାଲି ପୁଲିସ ଏସଆଇ କୁଲମଣି ବୁରଦା, ସମେତ ଅନେକ ଅଧିକାରୀ ଚଢ଼ଉରେ ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking