30.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁଣୁଞ୍ଜୀ

ସରକାରୀ ସହାୟତା ଅପେକ୍ଷାରେ ଅସହାୟ କୁଣୁଞ୍ଜୀ

ଥୁଆମୂଳ ରାମପୁର : ଗରିବ ଅସହାୟ ଲୋକଙ୍କ ସହାୟତା ପାଇଁ ଯୋଜନା ଉପରେ ଯୋଜନା କରିଛନ୍ତି ସରକାର । ସମାଜରେ ଅବହେଳିତ ବୟସ୍କ ବୃଦ୍ଧ ବୃଦ୍ଧାଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ମାଧ୍ୟମରେ ଦେଉଛନ୍ତି ମାସିକ ଆର୍ଥିକ ସହାୟତା । ଦେଶରେ କୌଣସି ଲୋକ ଯେମିତି ଭୋକିଲା ନରୁହନ୍ତି ସେଥିପ୍ରତି ସର୍ବଦା ସଚେତନ ସରକାର ସେଥିପାଇଁ ଆଣିଛନ୍ତି ଖାଦ୍ୟ ସୁରକ୍ଷା ଯୋଜନା । ଏହି ଯୋଜନା ମାଧ୍ୟମରେ ଟଙ୍କିକିଆ ଚାଉଳ, ଗହମ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପ୍ରତ୍ୟେକ ଗରିବ ପରିବାରକୁ ମାସିକ ବଣ୍ଟନ ବ୍ୟବସ୍ଥା କରିଛନ୍ତି । ଦେଶର ଗରିବ ପରିବାରକୁ ପକ୍କାଘର ଯୋଗାଇବା ପାଇଁ କରିଛନ୍ତି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କ ପାଇଁ ଏଭଳି ଅନେକ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଆଜିବି ଅନେକ ଗରିବ ଅସହାୟ ଲୋକେ ଏସବୁ ଯୋଜନାରୁ ବଞ୍ଚିତ । ଏହାର ଏକ ଉଦାହରଣ ହେଉଛି କୁଣୁଞ୍ଜୀ ମାଝୀ । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଥୁଆମୂଳ ରାମପୁର ବ୍ଲକର ସିନ୍ଧିପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସିରିମସ୍କା ଗ୍ରାମର ଟିଟିରି ପଡାର ଅସହାୟ ବିଧବା ବୃଦ୍ଧା କୁଣୁଞ୍ଜୀ ମାଝୀର ପରିବାର ବୋଲି କେହି ନଥିବା ବେଳେ ସ୍ୱାମୀଙ୍କ ଦେହାନ୍ତ ପରେ ଏବେ ସେ ଏକାକୀ । ପର ଘର ଅଗଣାରେ ଅତି ଦୟନୀୟ ଅବସ୍ଥାରେ ଜିବନ କାଟୁଛନ୍ତି ଅସହାୟ କୁଣୁଞ୍ଜୀ ମାଝୀ । ଗୋଟିଏ ପଟେ ସ୍ୱାମୀଙ୍କୁ ହରାଇ ବିଧବା ଜୀବନ କାଟୁଥିବା ବେଳେ ବାର୍ଦ୍ଧକ୍ୟ ବୟସ ୭୦ ଉପରେ । କିନ୍ତୁ ଦୁର୍ଭାଗ୍ୟ ନିଜର ପରିଚୟ ବୋଲି ଯେଉଁ ଭୋଟର ପରିଚୟ ପତ୍ର ଥିଲା ତାହା ମଧ୍ୟ ପାଖରୁ ହଜି ଯାଇଛି । ଯାହା ଭତ୍ତା ଖଣ୍ଡିକ ପାଇଁ ପ୍ରମାଣପତ୍ର ଭାବରେ କାମରେ ଆସିଥାଆନ୍ତା । ଫଳରେ ସାମାଜିକ ସୁରକ୍ଷା ଯୋଜନାରୁ ବଞ୍ଚିତ ବୃଦ୍ଧା କୁଣୁଞ୍ଜୀ ମାଝୀ । ଏପରିକି ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରୁ ମିଳିପାରୁନି ମୁଠାଏ ଚାଉଳ । ଆଧାର୍ କାର୍ଡ ପାଇଁ ଯାଇଥିଲେ ମଧ୍ୟ ତାହା ବି ହୋଇପାରୁନି । ପରଘରେ ଆଶ୍ରିତ ଏହି ବାସହୀନ ଅସହାୟ କୁଣୁଞ୍ଜୀକୁ ଆବାସ ଯୋଜନା ମଧ୍ୟ ସ୍ୱପ୍ନ ହୋଇ ରହିଯାଇଛି । ମୁଠାଏ ଅନ୍ନ ଓ ଟଙ୍କାଟିଏ ପାଇଁ ପରକୁ ଆଶ୍ରୟ କରି ଦୁର୍ବିସହ ଜିବନ ସହିତ ବଞ୍ଚିବାକୁ ବାଧ୍ୟ ହେବାକୁ ପଡୁଛି । ପ୍ରଶାସନ କେବେ ଏହି ଅସହାୟ ବୃଦ୍ଧା କୁଣୁଞ୍ଜୀ ମାଝୀର ଦୁଃଖ ବୁଝିବ ତାହା ଦେଖିବା ପାଇଁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking