29.1 C
Bhubaneswar
Sunday, May 19, 2024
Homeବ୍ରେକୀଙ୍ଗଛାତ୍ରଙ୍କ ଦାବି ମାନିଲେ ଜିଏମୟୁ କର୍ତ୍ତୃପକ୍ଷ ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମ ଫି’ ହ୍ରାସ

ଛାତ୍ରଙ୍କ ଦାବି ମାନିଲେ ଜିଏମୟୁ କର୍ତ୍ତୃପକ୍ଷ ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମ ଫି’ ହ୍ରାସ

ସମ୍ବଲପୁର : ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ(ଜିଏମୟୁ) କର୍ତ୍ତୃପକ୍ଷ ଚଳିତ ଶିକ୍ଷାବର୍ଷ ପାଇଁ ୫ଟି ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମ ଫି’୧୫ ପ୍ରତିଶତ ହ୍ରାସ କରିଛନ୍ତି । ଏହାସହ ବାକି ୩ ଟି ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମର ଫି ହ୍ରାସ ନିଷ୍ପତ୍ତି ସିଣ୍ଡିକେଟ୍ ଉପରେ ଛାଡ଼ିଛନ୍ତି । କରୋନା ମହାମାରୀ ଦୃଷ୍ଟିରୁ ଫି’ ହ୍ରାସ ଦାବିରେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପରେ କର୍ତୃପକ୍ଷ ଉପରୋକ୍ତ ପଦକ୍ଷେପ ନେଇଛନ୍ତି ।
ଜିଏମୟୁରେ ମୋଟ ୮ ଟି ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମରେ ଶିକ୍ଷାଦାନ ହେଉଛି । ସେଥିରୁ ଇଣ୍ଟିଗ୍ରେଟେଡ୍ ବିଇଡି, ବିଏସ୍‌ସି କମ୍ପ୍ୟୁଟର ସାଇନ୍ସ ଏବଂ ଏମ୍‌ସିଏ ପାଠ୍ୟକ୍ରମ ପ୍ରତ୍ୟକ୍ଷ ଭାବେ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ହେଉଥିବା ବେଳେ ଏମ୍‌ବିଏ, ଏମବିଏ ଫାଇନାନ୍ସ, ବିବିଏ, ବିଏସ୍‌ସି ଆଇଏସ୍‌ଟି ଏବଂ ଏମ୍‌ଏସ୍‌ସି ଇଟିସି ପାଠ୍ୟକ୍ରମ ଅନ୍ୟ ଏକ ସଂସ୍ଥା ସହ ପିପିପି ମୋଡରେ ପରିଚାଳିତ ହେଉଛି । ଚଳିତବର୍ଷ କରୋନା ମହାମାରୀ ଯୋଗୁଁ ପ୍ରାୟ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପରିବାରରେ ଆୟ ହ୍ରାସ ପାଇଥିବାରୁ ଏ ବର୍ଷର ପାଠ୍ୟକ୍ରମ ଫି ହ୍ରାସ ପାଇଁ ଦାବି ହୋଇଥିଲା । ହେଲେ କର୍ତୃପକ୍ଷ ଏ ନେଇ ଟାଳଟୁଳ କରୁଥିବାରୁ ଗତ ୧୦ ତାରିଖ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟ ପ୍ରଶାସନିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କୁଳପତି ପ୍ରଫେସର ଏନ ନାଗାରାଜୁ କମିଟି ଛାତ୍ରଙ୍କ ସହ ଆଲୋଚନା କରି ଫି’ହ୍ରାସ ବାବଦରେ ନିଷ୍ପତ୍ତି ନେବେ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀ ବିକ୍ଷୋଭରୁ ନିବୃତ୍ତ ହୋଇଥିଲେ । ହେଲେ କମିଟି ଫି’ହ୍ରାସ ପାଇଁ ଆଗ୍ରହୀ ନ ଥିବା ଜଣାପଡିବା ପରେ ଗତକାଲି ପୁଣି ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଥିଲେ । ଛାତ୍ରଛାତ୍ରୀ ପ୍ରଥମେ ପ୍ରଶାସନିକ କାର୍ଯ୍ୟାଳୟ ଓ ପରେ ମୁଖ୍ୟ ଗେଟକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । କର୍ତ୍ତୃପକ୍ଷ ଏକକାଳୀନ ଫି ଦାଖଲ ପରିବର୍ତ୍ତେ ପର୍ଯ୍ୟାୟରେ ଫି’ ଦାଖଲ ସକାଶେ ଦେଇଥିବା ପ୍ରସ୍ତାବକୁ ଛାତ୍ରଛାତ୍ରୀ ଅଗ୍ରାହ୍ୟ କରିଥିଲେ । ଶେଷରେ ପିପିପି ମୋଡରେ ପରିଚାଳିତ ୫ ଟି ସେଲ୍ପଫାଇନାନ୍ସିଂ ପାଠ୍ୟକ୍ରମର ଫି ୧୫ ପ୍ରତିଶତ ହ୍ରାସ ପାଇଁ କର୍ତୃପକ୍ଷ ରାଜି ହେବା ସହ ଅନ୍ୟ ୩ ଟି ପାଠ୍ୟକ୍ରମର ଫି’ହ୍ରାସ ବାବଦରେ ସିଣ୍ଡିକେଟ ବିଚାର କରିବ ବୋଲି ପ୍ରତିଶ୍ରୁତି ଦେବାରୁ ଛାତ୍ରଛାତ୍ରୀ ଆନ୍ଦୋଳନରୁ ନିବୃତ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking