30.1 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଧରାପଡ଼ିଲା ଲୁଟେରା

ଧରାପଡ଼ିଲା ଲୁଟେରା

ମୟୂରଭଞ୍ଜ: ଦିନକୁଦିନ ବଢ଼ିବାରେ ଲାଗିଛି ଲୁଟେରାଙ୍କ ଦୌରାତ୍ମ୍ୟ। ଲୁଟେରାଙ୍କୁ ନେଇ ଲୋକଙ୍କ ମଧ୍ୟରେ ବଢୁଛି କୋକୁଆ ଭୟ। ମୟୂରଭଞ୍ଜ ଜିଲ୍ଲାର ପାଞ୍ଚପୀଢ଼ ଉପଖଣ୍ଡରେ ଛୀନତାଇ କରୁଥିବା ଲୁଟେରାଙ୍କ ଦୌରାତ୍ମ୍ୟ ଚରମ ସୀମାରେ। ଯାହାକୁନେଇ ଆତଙ୍କିତ ବାଟୋଇ। ତେବେ ଯଶୀପୁର ଥାନା ଅନ୍ତର୍ଗତ କରଞ୍ଜିଆ-ଯଶୀପୁର ରାସ୍ତାର ଧୋବାଡ଼ିହା ଅଞ୍ଚଳରେ ଛିନତାଇ ଉଦ୍ୟମ କରି ଧରାପଡିଛି ଲୁଟେରା। ସ୍ଥାନୀୟ ଗହଣା ବେପାରୀ ମନୋଜ କୁମାର ପାତ୍ର ଦୋକାନ ବନ୍ଦ କରି ଗୋଟିଏ ବ୍ୟାଗରେ ୨.୭୫ କେଜି ରୂପା ୩୦ ଗ୍ରାମ ସୁନା ସହ ଘରକୁ ଫେରିବା ବାଟରେ ଅଚାନକ ପଛପଟୁ ଆକ୍ରମଣ କରି ଲୁଟେରା ଲୁଟିନେବା ପାଇଁ ଉଦ୍ୟମ କରିଥିବା ବେଳେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରି ପୋଲିସରେ ଜିମା ଦେଇଥିଲେ। ଧରାପଡିଥିବା ଲୁଟେରା ଅଭିଯୁକ୍ତ ଜଣକ ଯାଜପୁର ରବାନା ଅଞ୍ଚଳର ଶିବ ପ୍ରଧାନ ବୋଲି ଯଶୀପୁର ପୋଲିସ ସୂଚନା ଦେଇଥିବା ବେଳେ ଘଟଣାକୁନେଇ ଏକ ମାମଲା ରୁଜୁ କରି ଅଧିକ ତଦନ୍ତଜାରୀ ରଖିଛି। ତେବେ ଆଜି ଯଶୀପୁର ପୋଲିସ ଅଭିଯୁକ୍ତ ଲୁଟେରା ଶିବ ପ୍ରଧାନକୁ କରଞ୍ଜିଆ କୋର୍ଟକୁ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking