30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗକୋରେଇର ନବନିଯୁକ୍ତ ଯୁବମୋର୍ଚ୍ଚା ସଭାପତିମାନଙ୍କୁ ସମ୍ବର୍ଦ୍ଧନା

କୋରେଇର ନବନିଯୁକ୍ତ ଯୁବମୋର୍ଚ୍ଚା ସଭାପତିମାନଙ୍କୁ ସମ୍ବର୍ଦ୍ଧନା

ଯାଜପୁର :  ଯାଜପୁର ଜିଲ୍ଲାର କୋରେଇ ନିର୍ବାଚନ ମଣ୍ଡଳୀ ରେ ବିଜେପି ସଂଗଠନ କୁ ତୁଣ ମୂଳରୁ ସୁଦୁଢ଼ କରିବା ପାଇଁଯୁବ ମୋର୍ଚ୍ଚା ର ମଣ୍ଡଳ ସ୍ତରୀୟ ନୂତନ କର୍ମ କର୍ତ୍ତା ନାମ ଘୋଷଣା କରିଛି । ବିଜେପି ସଂଗଠନ ସୁଦୃଢ ଉପରେ ଗୁରୁତ୍ବ ଦେଇ ଆଜି କୋରେଇ ବ୍ଲକର ସମସ୍ତ ମଣ୍ଡଳ ସଭାପତିମାନଙ୍କ ଅନୁମୋଦନ କ୍ରମେ ଆଜି ୨ଟି ମଣ୍ଡଳର ଯୁବ ମୋର୍ଚ୍ଚା ସଭାପତି ଓ ୨୮ ଟି ପଞ୍ଚାୟତର ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି । ଏଥିପାଇଁ ଆଜି ଜହ୍ନା ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ଆଜି ଏକ ସମ୍ବର୍ଦ୍ଧନା ସଭା ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ବିକ୍ରମ ବିଶ୍ଵାଳଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇ ନବନିଯୁକ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଦିଆଯାଇ ସ୍ବାଗତ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ କୋରେଇ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ୍ ନାୟକ ଯୋଗଦେଇ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହ ଯୁବକମାନଙ୍କ ହକ ର ଲଢେଇ ଲଢ଼ିବାକୁ ପରାମର୍ଶ ଦେଇଥିଲେ । ଯୁବକମାନେ ସୁସଂଗଠିତ ହେଲେ କୋରେଇ ବଦଳିବା ସହ ରାଜ୍ୟରେ ମଧ୍ୟ ବିରାଟ ପରିବର୍ତ୍ତନ ହେବ ବୋଲି ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ପ୍ରମୋଦ ନାୟକ, ମଣ୍ଡଳ ସଭାପତି ପ୍ରମୋଦ ସାହୁ, ନୀଳମାଧବ ଚକ୍ର, ରବୀନ୍ଦ୍ର ବେହେରା, ମଣ୍ଡଳ କୋଷାଧ୍ୟକ୍ଷ ମନ୍ମଥ ଜେନା ଉପସ୍ଥିତ ରହି ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।
ବ୍ରାହ୍ମଣୀଦେବୀ ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭାବେ ସୁଜିତ୍ ସ୍ବାଇଁ, ଖରସ୍ରୋତା ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଭାବେ ସୁଶାନ୍ତ ସାହୁ ମନୋନୀତ ହୋଇଥିବା ବେଳେ ଅନ୍ଧାରୀ ପଞ୍ଚାୟତର ଗୋଲଖ କର, ପଛିକୋଟ ପଞ୍ଚାୟତର ଗୋବର୍ଦ୍ଧନ ବାରିକ୍, କାଚରାଶାହି ପଞ୍ଚାୟତର ଜିତେନ୍ଦ୍ର ମୁଦୁଲି, କନ୍ତୋର ପଞ୍ଚାୟତର ଧନଞ୍ଜୟ ବେହେରା, ଅସନଝର ପଞ୍ଚାୟତର ସୁରେଶ୍ ସାହୁ, ରଣପୁର ପଞ୍ଚାୟତର ସରୋଜ ସାହୁ, ତଳଗଡ ପଞ୍ଚାୟତର ଉମେଶ ସାହୁ, ପାଟରଙ୍ଗା ପଞ୍ଚାୟତର ସୁରେନ୍ଦ୍ର ଦାସ, ତୁଳତି ପଞ୍ଚାୟତର ବିକାଶ ଜେନା, ତାହାରପୁର ପଞ୍ଚାୟତର ଅମର ମଲ୍ଲିକ, ଧନେଶ୍ଵର ପଞ୍ଚାୟତର ସୁବାସ ମଲ୍ଲିକ, ସାଦକପୁର ପଞ୍ଚାୟତର କିରଣ ମିଶ୍ର, ହଲଦିଗଡ଼ିଆ ପଞ୍ଚାୟତର ନିରାକାର ବରାଳ, ତାରାକୋଟ ପଞ୍ଚାୟତର ରାଜେନ୍ଦ୍ର ବଳ, ବରୁଣ୍ଡେଇ ପଞ୍ଚାୟତର ପ୍ରକାଶ ମଲ୍ଲିକ, ଅମୃତିଆ ପଞ୍ଚାୟତର ପବିତ୍ର ସ୍ବାଇଁ, ବନ୍ଦାଳ ପଞ୍ଚାୟତର ଆଶିଷ ଦାସ, ମକୁନ୍ଦପୁର ପଞ୍ଚାୟତର ସନ୍ତୋଷ ଜେନା, ଗୌରପୁର ପଞ୍ଚାୟତର ସତ୍ୟନାରାୟଣ ପଣ୍ଡା, କରଦା ପଞ୍ଚାୟତର ପଦ୍ମନାଭ ଓଝା, ମୂଳପାଳ ପଞ୍ଚାୟତର ରାଜେନ୍ଦ୍ର ବାରିକ, ପଥରପଦା ପଞ୍ଚାୟତର ପ୍ରକାଶ ସାହୁ, ପାଣିକୋଇଲି ପଞ୍ଚାୟତର ଧନଞ୍ଜୟ ସାହୁ, ଗୋଳେଇପୁର ପଞ୍ଚାୟତର ଜ୍ଞାନରଞ୍ଜନ ସ୍ୱାଇଁ, ତଣ୍ଡରା ପଞ୍ଚାୟତର ଆଲୋକ କର, ବଡବିରୁହାଁ ପଞ୍ଚାୟତର ଇନ୍ଦ୍ରମଣି ଦାସ, ଖମଣ ପଞ୍ଚାୟତର ଫିରୋଜ ମଲ୍ଲିକ, ଜହ୍ନା ପଞ୍ଚାୟତର ନିହାର ରଞ୍ଜନ ସାହୁଙ୍କୁ ଭାରତୀୟ ଜନତା ଯୁବମୋର୍ଚ୍ଚା ସଭାପତି ଭାବେ ଚୟନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking