28.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗନକଲି ମାନବାଧିକାର କମିଶନ ଗିରଫ

ନକଲି ମାନବାଧିକାର କମିଶନ ଗିରଫ

ବଡ଼ସାହି: ମହଙ୍ଗା ପଡିଲା ନକଲି ସରକାରୀ ଅଧିକାରୀ ପରିଚୟ ଦେଇ ଟଙ୍କା ଆଦାୟ ଉଦ୍ୟମ। ବଡ଼ସାହି ଥାନା ବୁଢ଼ାବଳଙ୍ଗ ନଦୀର ମହୁପୁରା ଘାଟରେ ନକଲି ମାନବାଧିକାର କମିଶନର ଦର୍ଶାଇ ବାଲି ଖାଦାନ ଉପରେ ଚଢ଼ାଉ କରି ଗିରଫ ହେଲେ ନକଲି ମାନବାଧିକାର କମିଶନର। ସୂଚନା ଅନୁସାରେ ବଡ଼ସାହି ତହସିଲ ଅନ୍ତର୍ଗତ ମହୁପୁରା ଘାଟର ବାଲି ଖାଦାନ ଲିଜଧାରୀଙ୍କ ଅଭିଯୋଗ କ୍ରମେ ୪୦/୨୧ ନଂରେ ଏକ ମାମଲା ରୁଜ୍ଜୁ କରି ଜଣେ ଅଭିୟୁକ୍ତଙ୍କୁ ଗିରଫ କରିଛି ବଡ଼ସାହି ଥାନା ପୋଲିସ। ସୂଚନା ଅନୁସାରେ ବାରିପଦାର ଏକ ୱେବ ମିଡିଆ ସାମ୍ବାଦିକ ବୋଲାଉଥିବା ବାରିପଦା ଥାନା ଦେଉଳସାହି ଅଞ୍ଚଳର ମାନଗୋବିନ୍ଦ ପାଣିଗ୍ରାହୀଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ସହ ଅଭିୟୁକ୍ତ ଲିଙ୍ଗରାଜ ପଣ୍ଡା ଫେରାର। ଫେରାର ନକଲି ଲିଙ୍ଗରାଜ ପଣ୍ଡାଙ୍କ ଘର ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବୋଉଳପାଳ ଗ୍ରାମର ରଜତ କୁମାର ପଣ୍ଡା ବୋଲି ସୂଚନା ମିଳିଛି। ପୂର୍ବ ସୂଚନା ଅନୁସାରେ ଲିଙ୍ଗରାଜ ପଣ୍ଡା ପୂର୍ବରୁ ନକଲି IAS ଦର୍ଶାଇ ସରକାରୀ ଅଧିକାରୀ ମାନଙ୍କୁ ହଇରାଣ କରି ଟଙ୍କା ଲୁଟ କରୁଥିବା ବେଳେ ଝାରପୋଖରିଆ ପୋଲିସ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ଅନ୍ୟପଟେ ବାରିପଦା ଅଞ୍ଚଳରେ IRS ଅଧିକାରୀର ପରିଚୟ ଦେଇ ଏନଜିଓରେ ଚାକିରୀ କରାଇଦେବା ଅଭିଯୋଗରେ ବାରିପଦା ଟାଉନ ଥାନା ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା। ତେବେ ପୂର୍ବରୁ ଏଭଳି ଲିଙ୍ଗରାଜ ପଣ୍ଡା ବିଭିନ୍ନ ସମୟରେ ଅନେକ ନାମର ପରିଚୟ ନକଲି ଅଧିକାରୀ କହି ଅନେକ ଥାନାରେ କେସ ଥିବା ସୂଚନା ଅଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking