32.1 C
Bhubaneswar
Friday, April 26, 2024
Homeଓଡିଶାବିଜେପି ଛାଡିଲେ ରମାକାନ୍ତ ଭୋଇ

ବିଜେପି ଛାଡିଲେ ରମାକାନ୍ତ ଭୋଇ

ଜଗତସିଂହପୁର :(ପ୍ରତାପ କୁମାର ସିଂହ)ଦଳୀୟ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ରମାକାନ୍ତ ଭୋଇ ବିଜେପି ଛାଡିଥିବା ସୂଚନା ମିଳିଛି । ୨୦୧୯ ସାଧାରଣ ନିର୍ବାଚନରେ ସେ ତିର୍ତ୍ତୋଲ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିଲେ । ତେବେ ଦଳ ତାଙ୍କୁ ଅଣଦେଖା କରିଥିବା ଅଭିଯୋଗ ଆଣି ସେ ଦଳ ଛାଡିଥିବା ସୂଚନା ମିଳିଛି । ତିର୍ତ୍ତୋଲ ଉପନିର୍ବାଚନ ନେଇ ରାଜନୈତିକ ମାହୋଲ ସରଗରମ ଥିବା ବେଳେ ରମାକାନ୍ତ ଦଳ ଛାଡିବା ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଦିନ ତଳେ ତିର୍ତ୍ତୋଲ ଆସନରୁ କଂଗ୍ରେସ ପ୍ରାର୍ଥୀ ହେଉଥିବା ରାଜକିଶୋର ବେହେରା ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି । ବିଜେପି ତାଙ୍କୁ ସେଠାରେ ଉପନିର୍ବାଚନରେ ଦଳୀୟ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି । ଦଳର ଏଭଳି ରଣନୀତିକୁ ନେଇ ରମାକାନ୍ତ ଭୋଇ ଅସନ୍ତୁଷ୍ଟ ଥିଲେ । 
ଅନ୍ୟପକ୍ଷରେ ୨୦୧୯ ନିର୍ବାଚନରେ ତିର୍ତ୍ତୋଲରେ ଦ୍ବିତୀୟ ସ୍ଥାନରେ ଥିବା ରମାକାନ୍ତ ଭୋଇ ଜଣେ ଭଲ ସଂଗଠକ ଭାବେ ଜଣାଶୁଣା । ରାଜକିଶୋର ବିଜେପିକୁ ଆସିବା ପରଠାରୁ ସେ ଅସନ୍ତୁଷ୍ଟ ଥିଲେ ।

ଗତ କିଛି ଦିନ ହେବ ରମାକାନ୍ତ କିଛି ବିଜେଡି ନେତାଙ୍କ ସଂପର୍କରେ ଥିଲେ ବୋଲି ଶୁଣିବାକୁ ମିଳୁଥିଲା । ତେବେ ସେ ବିଜେପି ଛାଡିବା ପରେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ରମାକାନ୍ତ ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି । ସେ କେଉଁ ଦଳକୁ ଯିବେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।ଉଲେଖଯୋଗ୍ୟ ଯେ କଂଗ୍ରେସରୁ କେବଳ ରାଜକିଶୋର ବେହେରା ନୁହଁନ୍ତି ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ମଲ୍ଲିକ ଓ ବରିଷ୍ଠ ନେତା ଦେବେନ୍ଦ୍ର ମଲ୍ଲିକ, କିଛି ଛୁମୁହା କର୍ମୀ ଦଳ ଛାଡିଛନ୍ତି । ରାଜକିଶୋର ବେହେରା ବୃତ୍ତିରେ ଜଣେ ଆଇନଜୀବୀ ହୋଇଥିବା ବେଳେ ତାଙ୍କୁ ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking