28.1 C
Bhubaneswar
Saturday, April 27, 2024
Homeଓଡିଶାଦୁର୍ଗମ ଅଞ୍ଚଳର ଆଦିବାସୀ ଝିଅପାଇଲେ ସ୍ୱର୍ଣ୍ଣ ପଦକ

ଦୁର୍ଗମ ଅଞ୍ଚଳର ଆଦିବାସୀ ଝିଅପାଇଲେ ସ୍ୱର୍ଣ୍ଣ ପଦକ

ଭବାନୀପାଟଣା: ଦିନଥିଲା ଝିଅଙ୍କ ପାଠପଡ଼ାକୁ ବାରଣ କରାଯାଉଥିଲା । ସମୟାନୁସାରେ ଏହି ଚିନ୍ତାଧାରରୁ ମୁକ୍ତ ହେଲା ସମାଜ । ଝିଅଙ୍କ ପାଠପଢ଼ା ପ୍ରତି ଆଉ ରହିଲା ନାହିଁ ବାରଣ । ଯାହା ଫଳରେ କଳାହାଣ୍ଡି -କନ୍ଧମାଳ ମ.ରାମପୁର ବ୍ଲକ୍ ସୀମାନ୍ତବର୍ତ୍ତୀ ପଞ୍ଚାୟତ ମୋହନଗିରୀର ମୋହନଗିରୀ ଗ୍ରାମରୁ ଆଜି ଏଭଳି ଜଣେ ଝିଅ ଭୁବନେଶ୍ୱର କିସ୍‌ରେ ପାଠପଢ଼ି ସ୍ୱର୍ଣ୍ଣ ପଦକ ପାଇବା ନିଶ୍ଚିତ ଭାବରେ ଗର୍ବ ଏବଂ ଗୌରବର ବିଷୟ । ତାଙ୍କ ବାପା ରାଜେନ୍ଦ୍ର ଧରୁଆ ଜଣେ ଭିନ୍ନକ୍ଷମ ହୋଇଥିଲେ ହେଁ ଘରର ଏକମାତ୍ର ଝିଅକୁ ପାଠପଡ଼ାରେ ଡୋରି ନ ବାନ୍ଧି ଆହୁରି ପାଠ ପଡ଼ିବାକୁ ଉତ୍ସାହିତ କରିଛନ୍ତି ।

ନମିତା ଧରୁଆ ୨୦୧୭ ମସିହାରେ କିସ୍ ବିଶ୍ୱବିଦ୍ୟାଳୟରେ ସେହିବର୍ଷ ଆରମ୍ଭ ହୋଇଥିବା ନୂତନ ବିଷୟ, ଟ୍ରାଇବାଲ କଲଚର ଏଣ୍ଡ ଇକୋ ସ୍ପିରିଚୁଆଲିଜିମ୍‌ରେ ଦୁଇବର୍ଷ ଅଧ୍ୟୟନ କରିଥିଲେ । ଏହି ବିଷୟରେ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖି ସେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଭର୍ଚୁଆଲ ମୋଡ଼ରେ ହୋଇଥିବା ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥିଭାବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଯୋଗଦେଇ ନମିତାଙ୍କ ସହିତ କଥାବାର୍ତ୍ତା ବେଳେ, କଳାହାଣ୍ଡି ଭଳି ଏକ ଉପାନ୍ତ ଇଲାକାରୁ ଏହି ସଫଳତା ପାଇଥିବାରୁ ତାଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଅଡିଟର ଜେନେରାଲ(ଭାରତ) ଗିରିଷଚନ୍ଦ୍ର ମୁର୍ମୁ ପ୍ରମୁଖ ଯୋଗଦେଇ ନମିତାଙ୍କୁ ଉତ୍ସାହିତ କରିବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ । ଏକ ନୂତନ ବିଷୟ ଉପରେ କାହିଁକି ସ୍ନାତକୋତ୍ତର ହେବାକୁ ଇଚ୍ଛା ପ୍ରକଟ କଲେ ବୋଲି ପ୍ରଶ୍ନରେ ସେ କୁହନ୍ତି, ମୁଁ ଜଣେ ଆଦିବାସୀ ଝିଅ ଏବଂ ଭାରତର ସବୁଠୁ ବଡ଼ ଆଦିବାସୀ ସମ୍ପ୍ରଦାୟ ଗଣ୍ଡ ସମ୍ପ୍ରଦାୟର ଝିଅ । ତେଣୁ ଆଦିବାସୀ ସମ୍ପ୍ରଦାୟ ବିଷୟରେ ଅଧିକ ଜାଣିବା ସହିତ ଏହି ସଂସ୍କୃତିର ସୁରକ୍ଷା ଦିଗରେ ଯତ୍ନବାନ ହେଇପାରିବି ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି । ନମିତାଙ୍କ ଏହି ସଫଳତା ପରେ ମ.ରାମପୁର ତଥା ମୋହନଗିରୀ ଅଞ୍ଚଳରେ ଖୁସିର ଲହର ଖେଳିଯାଇଛି । ନମିତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking