37.1 C
Bhubaneswar
Sunday, May 5, 2024
Homeଓଡିଶାପୁରୀରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା

ରଥଯାତ୍ରା ପାଇଁ ଟ୍ରାଫିକ୍‌ ବ୍ୟବସ୍ଥା

ପୁରୀ: ରଥଯାତ୍ରା ବେଳେ ଗହଳିକୁ ଦେଖି ରଥ ପାଖକୁ ଆସୁଥିବା ପଥଚାରୀ ଭକ୍ତଙ୍କ ସୁରକ୍ଷା, ଠେଲାପେଲା, ଦଳାଚକଟା, ଭିଡ଼ ନିୟନ୍ତ୍ରଣ, ତିନି ରଥର ସୁରକ୍ଷା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଟ୍ରାଫିକର ସୁପରିଚାଳନା ପାଇଁ ୩ ସ୍ତରରେ ବିଭକ୍ତ କରାଯାଇଛି । ଭିତର ଟ୍ରାଫିକ୍‌କୁ ୨ଟି ଓ ବାହାର ଟ୍ରାଫିକ୍‌କୁ ଗୋଟିଏ ଭାଗରେ ବିଭକ୍ତ କରି ସ୍ୱତନ୍ତ୍ର ବନ୍ଦୋବସ୍ତ କରାଯାଇଛି । ଏ ନେଇ ମଙ୍ଗଳବାର ଅପରାହ୍ଣରେ ଟ୍ରାଫିକ୍‌ କଣ୍ଟ୍ରୋଲ୍‌ ରୁମ୍‌ ଏସ୍‌ପି ଦୀପକ କୁମାର ରଥ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ଭିତର ଟ୍ରାଫିକ୍‌ ୧ ଓ ୨ ସମ୍ପୂର୍ଣ୍ଣ ଭାବେ ସହର ଭିତରେ ଓ ବାହାର ଟ୍ରାଫିକ୍‌ ଏନ୍‌ଏଚ୍‌, ଏସ୍‌ଏଚ୍‌ ଓ ବେଳାମାର୍ଗରେ ନିୟନ୍ତ୍ରଣ କରାଯିବ । ବାହାର ଟ୍ରାଫିକ୍‌ ଭାବେ ଭୁବନେଶ୍ୱରରୁ ପୁରୀ, କୋଣାର୍କରୁ ପୁରୀ, ସାତପଡ଼ାରୁ ପୁରୀ ତଥା ନୂଆ ଜଗନ୍ନାଥ ସଡ଼କକୁ ନିର୍ଦ୍ଧାରଣ କରାଯାଇଛି । ଏଠାରେ ସେକ୍ଟର ଓ ଜୋନାଲ ଅଫିସରଙ୍କୁ ନିୟୋଜିତ କରାଯାଇଛି । ଯାତାୟାତ ସୁନିୟନ୍ତ୍ରିତ କରିବାକୁ ପରିବହନ ବ୍ୟବସ୍ଥା ୩ ଭାଗରେ ବିଭକ୍ତ କରାଯାଇଛି । ନବଯୌବନ ତଥା ଉଭା ଦର୍ଶନ ଓ ରଥଯାତ୍ରାରୁ ସନ୍ଧ୍ୟା ଦର୍ଶନ ପର୍ଯ୍ୟନ୍ତ ପ୍ରଥମ ବନ୍ଦୋବସ୍ତ । ବାହୁଡ଼ା ଯାତ୍ରା ପାଇଁ ଦ୍ୱିତୀୟ ବନ୍ଦୋବସ୍ତ । ବାହୁଡ଼ା ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ତୃତୀୟ ବନ୍ଦୋବସ୍ତ ।

ରଥଯାତ୍ରାରେ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ୩୦ ତାରିଖ ରାତି ୧୨ଟାରୁ କଟକଣା ଜାରି କରାଯିବ । ଯାହା ରଥଟଣା ଶେଷ ପର୍ଯ୍ୟନ୍ତ ଜାରି ରହିବ । ରଥଯାତ୍ରା ଦିନ ଭୁବନେଶ୍ୱର ଆଡୁ ଆସୁଥିବା ସମସ୍ତ ବାହାର ରାଜ୍ୟ ବସ୍‌ଗୁଡ଼ିକ ଆସି ମାଳତୀପାଟପୁର ବସ୍‌ଷ୍ଟାଣ୍ଡ୍‌ରେ ପାର୍କିଂ କରିବେ । ସେଠାରୁ ସହର ଭିତରକୁ ଯାତ୍ରୀଙ୍କୁ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ସଟଲ ବସ୍‌ ବ୍ୟବସ୍ଥା କରାଯାଇଛି । ଯାତ୍ରୀ ସଟଲ ବସ୍‌ରେ ଆସି ଅଠରନଳାଠାରେ ଓହ୍ଲାଇବା ପରେ ସହର ଭିତରକୁ ଆସିବେ । ଭୁବନେଶ୍ୱରରୁ କିମ୍ବା ଜଗନ୍ନାଥ ସଡ଼କ ଦେଇ ପୁରୀକୁ ନିୟମିତ ଯାତାୟାତ କରୁଥିବା କିମ୍ବା ଯେଉଁ ଟେମ୍ପରାରୀ ପରିମିଟ୍‌ ନେଇଇଥିବା ବସ୍‌ଗୁଡ଼ିକ ମାଳତୀପାଟପୁରଠାରୁ ଆର୍‌ଓବି ଦେଇ ବାଇଦାସ୍‌ ନଗର ପାଇପାସ୍‌ ଦେଇ ତାଳବଣିଆ ପାର୍କିଂକୁ ଆସିବେ । ଫେରିବାବେଳେ ସେହି ବସ୍‌ଗୁଡ଼ିକ ଗ୍ରୀଡ୍‌ ଷ୍ଟେସନ୍‌ ଦେଇ ବାଲିଘାଟ, ସମଙ୍ଗରା, ହରେକୃଷ୍ଣପୁର ଦେଇ ଫେରିବେ ।

ଭୁବନେଶ୍ୱର, ଜଗନ୍ନାଥ ସଡ଼କ ଓ ବ୍ରହ୍ମଗିରି ଆଡୁ ଆସୁଥିବା ଦୁଇଚକିଆକୁ ମାର୍କେଟ୍‌ ଛକସ୍ଥିତ ବଲ୍ଲଭ ଓ ମଶାଣୀ ଚଣ୍ଡୀ ଛକ ସ୍ଥିତ ପାର୍କିଂକୁ ପଠାଯିବ । ଏହି ୨ଟି ଫୁଲ୍‌ ହେବା ପରେ ମଙ୍ଗଳାଘାଟରୁ ଶ୍ରୀସେତୁକୁ ସଂଯୋଗ କରୁଥିବା ଫାଙ୍କା ସ୍ଥାନରେ ପାର୍କିଂ କରାଯିବ । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଯାନଗୁଡ଼ିକ ରାତି ୧୨ରୁ ୩ଟା ମଧ୍ୟରେ ଲୋଡ ଓ ଅନ୍‌ଲୋଡ କରି ସହର ଭିତରୁ ବାହାରି ଯିବେ । ଶ୍ରୀଗୁଣ୍ଡିଚା, ବାହୁଡ଼ା ଓ ସୁନାବେଶ ଦିନ କୌଣସି ଭାରୀଯାନ ସକାଳଠାରୁ ରାତି ୧୨ଟା ଯାଏ ସହର ଭିତରକୁ ପ୍ରବେଶ ନିଷେଧ କରାଯାଇଛି । ଅନ୍ୟ ଦିନମାନଙ୍କରେ ରାତି ୧୨ରୁ ସକାଳ ୬ ମଧ୍ୟରେ ଲୋଡିଂ ଓ ଅନ୍‌ଲୋଡିଂ କାର୍ଯ୍ୟ କରିପାରିବେ ।

ଦିବ୍ୟାଙ୍ଗଙ୍କ ପାଇଁ ୧୦ଟି ଅଟୋ ବନ୍ଦୋବସ୍ତ କରାଯାଇଛି । ଏହି ଅଟୋର ନମ୍ବର ଜାରି କରାଯିବା ସହ ପାସ୍‌ ବ୍ୟବସ୍ଥା କରାଯାଇଛି । ସେଥିରେ ଦିବ୍ୟାଙ୍ଗମାନଙ୍କୁ ବଳଗଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରକୁ ଅଣାଯିବ । ସେଠାରେ ଦିବ୍ୟାଙ୍ଗଙ୍କ ବସିବା ପାଇଁ ବନ୍ଦୋବସ୍ତ କରାଯାଇଛି । ସେମାନେ ସେଠାରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ।ଟ୍ରାଫିକ୍‌ ନିୟନ୍ତ୍ରଣରେ ୪ ଜଣ କମାଣ୍ଡାଣ୍ଟ୍‌ କିମ୍ବା ଏସ୍‌ପି ର‌୍ୟାଙ୍କ୍‌ର ଅଫିସର୍‌ ରହିବେ । ୧୩ ଜଣ ଡେପୁଟି କମାଣ୍ଡାଣ୍ଟ୍‌ କିମ୍ବା ଅତିରିକ୍ତ ଏସ୍‌ପି ର‌୍ୟାଙ୍କ୍‌ର ଅଫିସର ରହିବେ । ୨୨ ଜଣ ଡିଏସ୍‌ପି କିମ୍ବା ଆସିଷ୍ଟାଣ୍ଟ୍‌ କମାଣ୍ଡାଣ୍ଟ୍‌, ୬ ଜଣ ଇନ୍ସପେକ୍ଟର୍‌ କିମ୍ବା ସୁବେଦାର୍‌, ୨୮ ଜଣ ଏସ୍‌ଆଇ କିମ୍ବା ଏଏସ୍‌ଆଇ ରହିବେ । ଏଥିସହ ୪୩ ପ୍ଲାଟୁନ୍‌ ଫୋର୍ସ ଅର୍ଥାତ୍‌ ୧୨୯ ସେକ୍ସନ୍‌ ଫୋର୍ସ ନିୟୋଜିତ ହେବେ ବୋଲି ସୂଚନା ଦେଇଛି ପୁଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking