40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନୀକୁ ନେଇ ଖୁବଶୀଘ୍ର ନିର୍ମାଣ ହେବ ଫିଲ୍ମ। ଆସନ୍ତା ବର୍ଷ ବାଜପେୟୀଙ୍କ ୯୯ତମ ଜୟନ୍ତୀ ଅବସରରେ ଫିଲ୍ମ ରିଲିଜ ହେବ ବୋଲି ଶୁଣିବାକୁ ମିଳୁଛି। ଫିଲ୍ମକୁ ବିନୋଦ ଭାନୁଶାଲୀ, ସନ୍ଦୀପ ସିଂହ, ସୌମ ଖାନ, ବିଶାଲ ଗୁରନାନୀ ଓ କମଲେଶ ଭାନୁଶାଲୀ ପ୍ରମୁଖ ପ୍ରଯୋଜନା କରୁଛନ୍ତି । ଫିଲ୍ମର ମୋସନ ପୋଷ୍ଟ ରିଲିଜ କରାଯାଇଛି। ଏହାକୁ ହିନ୍ଦୀ ଏବଂ ଇଂଲିଶ ଭାଷାରେ ରିଲିଜ କରାଯାଇଛି।

ପ୍ରଡ୍ୟୁସର ସନ୍ଦୀପ ଫିଲ୍ମର ପୋଷ୍ଟର ସେୟାର କରିବା ସହ ବାୟୋପିକର ଘୋଷଣା କରିଛନ୍ତି । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ମଧ୍ୟ ପୋଷ୍ଟର ଶେୟାର କରି ଫିଲ୍ମର ସବିଶେଷ ତଥ୍ୟ ପ୍ରଦାନ କରିଛନ୍ତି । ଫିଲ୍ମରେ ଅଟଳଙ୍କ ପିଲାଦିନଠାରୁ ଆରମ୍ଭ କରି ରାଜନେତା ହେବା ପର୍ଯ୍ୟନ୍ତ ସମସ୍ତ କାହାଣୀ ସ୍ଥାନ ପାଇବ । ଫିଲ୍ମର ମୋସନ ପୋଷ୍ଟରରେ ଅଟଳ ବିହାରୀ ବାଜପେୟୀଙ୍କ ଭାଷଣର କିଛି ଧାଡି ଏଥିରେ ଶୁଣିବାକୁ ମିଳୁଛି। ଯେଉଁଥିରେ ବାଜପେୟୀ କହୁଛନ୍ତି, ‘ରାଜନୀତି ଚାଲିଥିବା, ସରକାର ଆସିବ ଆଉ ଯିବ, ପାର୍ଟି ହେବ ଆଉ ଭାଙ୍ଗିବ, କିନ୍ତୁ ଦେଶ ରହିବା ଦରକାର, ଦେଶର ଲୋକତନ୍ତ୍ର ଅମର ରହିବା ଜରୁରୀ।

ଫିଲ୍ମର କାହାଣୀ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଉପରେ ଲେଖାଯାଇଥିବା ପୁସ୍ତକ ‘ ଦ ଅନଟୋଲ୍ଡ ବାଜପେୟୀ’ ଉପରେ ଆଧାରିତ ରହିବ। ଏହା ଏକ ପଲିଟିକାଲ ଡ୍ରାମା। ଯାହାର ଆରମ୍ଭ ଆସନ୍ତାବର୍ଷରୁ ହେବ। ବର୍ଷ ଶେଷକୁ ଫିଲ୍ମକୁ ରିଲିଜ କରାଯିବ।
ଫିଲ୍ମ ମାଧ୍ୟମରେ ଜନସାଧାରଣ ଅଟଳଙ୍କ ଜୀବନର ଅନେକ ଅଜଣା ରହସ୍ୟ ବିଷୟରେ ଜାଣିପାରିବେ । ଦେଶ ପାଇଁ ବର୍ଷ ବର୍ଷ ଧରି ସେବା କରିବା ପରେ ୨୦୧୮ ମସିହା ଅଗଷ୍ଟ ୧୬ ତାରିଖରେ ୯୩ ବର୍ଷ ବୟସରେ ସେ ଦୁନିଆକୁ ଅଲବିଦା ଜଣାଇଥିଲେ ।

ସୂଚନାଯୋଗ୍ୟ, ପୂର୍ବରୁ ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦିଙ୍କ ଉପରେ ଫିଲ୍ମ ନିର୍ମାଣ ହୋଇସାରିଛି। ଫିଲ୍ମଟି ୨୦୧୯ରେ ସାଧାରଣ ନିର୍ବାଚନ ସମୟରେ ରିଲିଜ ହୋଇଥିଲା। ଯାହାକୁ ନେଇ ଅନେକ ବିବାଦ ଲାଗିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking