29.1 C
Bhubaneswar
Saturday, April 27, 2024
Homeଖେଳଭାରତୀୟ ପୁରୁଷ ହକି ଟିମର ଦମଦାର ପ୍ରଦର୍ଶନ

ଭାରତୀୟ ପୁରୁଷ ହକି ଟିମର ଦମଦାର ପ୍ରଦର୍ଶନ

ଟୋକିଓ: ଗୁରୁଜନ୍ତ ସିଂ ଙ୍କ ଦୁଇ ଗୋଲ ସାହାଯ୍ୟରେ ଭାରତୀ. ପୁରୁଷ ହକି ଟିମ ଟୋକିଓ ଅଲମ୍ପିକରେ ଗ୍ରୁପ ପର୍ଯ୍ୟାୟର ପୁଲ୍ ଏ ମୁକାବିଲାରେ ଶେଷ ମ୍ୟାଚରେ ଶୁକ୍ରବାର ଜାପାନକୁ ୫-୩ରେ ହରାଇଛି ।
ଭାରତୀୟ ପୁରୁଷ ହକି ଟିମ ପକ୍ଷରୁ ଗୁରଜନ୍ତ ସିଂ ଦୁଇଟି ଗୋଲ କରିଥିଲେ । ଯେତେବେଳେ କି ହରମନପ୍ରିତ ସିଂ, ଶମସେର ସିଂ ଓ ନୀଳକାନ୍ତ ଶର୍ମା ୧-୧ ଗୋଲ କରିଥିଲେ । ଜାପାନ ପକ୍ଷରୁ କେଣ୍ଟା ତନାକା, କୋଟା ବାତାନାବେ ଓ କାଜୁମା ମୁରାତା ୧-୧ ଗୋଲ କରିଥିଲେ ।
ଭାରତ ପକ୍ଷରୁ ହରମନପ୍ରିତ ପ୍ରଥମ କ୍ୱାର୍ଟରରେ ୧୩ ମିନିଟରେ ଗୋଲ କରି ଟିମକୁ ଆଗକୁ ବଢେଇ ନେଇଥିଲା । ଏହାପରେ ଦ୍ୱିତୀୟ କ୍ୱାର୍ଟରରେ ଗୁରଜନ୍ତ ୧୭ ମିନିଟରେ ଗୋଲ କରି ସ୍କୋର ୨-୦ କରିଥିଲେ । ମ୍ୟାଚର ଅନ୍ତିମ ମିନିଟରେ ଗୁରଜନ୍ତ ୫୭ ମିନିଟରେ ଆଉ ଗୋଟିଏ ଗୋଲ କରି ଭାରତକୁ ୫-୨ କୁ ନେଇଥିଲେ । ତେବେ ଏଯାଏଁ ଜାପାନ ହାର୍ ମାନିନାହିଁ । ନିର୍ଦ୍ଧାରିତ ସମୟ ଭିତରେ ଜାପାନ ସ୍କୋର ହାସଲ କରିପାରିନଥିଲା । ଶେଷରେ ପରାଜୟ ସାମ୍ନା କରିବାକୁ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking