29.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଇତିହାସର ସବୁଠୁ ଧନୀ ବ୍ୟକ୍ତି ଥିଲେ ଏହି ସୁଲତାନ

ଇତିହାସର ସବୁଠୁ ଧନୀ ବ୍ୟକ୍ତି ଥିଲେ ଏହି ସୁଲତାନ

ନୂଆଦିଲ୍ଲୀ: ଟିମ୍ବକଟୁର ରାଜା ମନସା ମୁସା ଇତିହାସର ସବୁଠୁ ଧନୀ ବ୍ୟକ୍ତି ଥିଲେ । ଆଜିର ସମୟରେ ଟିମ୍ବକଟୁ ଆଫ୍ରିକା ମାଳୀର ଏକ ସହର । କୁହାଯାଏ, ତାଙ୍କ ପାଖରେ ଏତେ ସଂପତ୍ତି ଥିଲା, ଯାହାର ଅନୁମାନ ଲଗାଇବା ଅସମ୍ଭବ ।  ମନସା ମୁସା ଟିମ୍ବକୁଟର ରାଜା ଥିଲେ । ତେବେ ତାଙ୍କର ପ୍ରକୃତ ନାମ ମୁସା କିଟା ପ୍ରଥମେ ଥିଲା । ହେଲେ ଯେତେବେଳେ ସେ ଗାଦି ସମ୍ଭାଳିଲେ, ସେବେଠୁ  ସମସ୍ତେ ତାଙ୍କୁ ମନସା କହିବାକୁ ଲାଗିଲେ । ଯାହାର ଅର୍ଥ ବାଦଶାହା । ମନସା ମୁସା ପ୍ରାୟ ୧୩୧୨ ରୁ ୧୩୩୭ ପର୍ଯ୍ୟନ୍ତ ଶାସନ କରିଥିଲେ । ସେହି ସମୟରେ ସେ ଅରବ ଅରବ ସଂପତି ହାସଲ କରିଥିଲେ । ତାଙ୍କ ରାଜ୍ୟରେ ଗୋଟିଏ ବର୍ଷରେ  ପ୍ରାୟ ୧୦୦୦ କିଲୋ ସୁନା ଉତ୍ପାଦନ ହେଉଥିଲା ।
ଗୋଟିଏ ସମୟ ଏମିତି ଥିଲା, ଯେତେବେଳେ ସମଗ୍ର ଦୁନିଆରେ ସୁନାର ଚାହିଦା ସବୁଠୁ ଅଧିକ ଥିଲା । ସେ ସମୟରେ ମାଲୀରେ ଖଣିଜ ପଦାର୍ଥ, ବିଶେଷ କରି ସୁନାର ଅପାର ଭଣ୍ଡାର ଥିଲା । ମାଲୀରେ ମୁସା ରାଜ୍ କରୁଥିଲେ । ମାଲୀ ସାମ୍ରାଜ୍ୟର ଏହି ରାଜା ଆଫ୍ରିକାର ଜଙ୍ଗଲରେ ରହୁଥିଲେ । ଆଜି ଯଦି ମୁସା ଜୀବିତ ଥାଆନ୍ତେ ତେବେ ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଭାବରେ ପରିଚିତ ଥାଆନ୍ତେ । ବାସ୍ତବରେ ତାଙ୍କ ଦୌଲତର ହିସାବ ଆକଳନ କରିବା କାଠିକର ପାଠ । ଏକ ରିପୋର୍ଟରୁ ଜଣାପଡିଛି ଯେ, ତାଙ୍କ ପାଖରେ ୪୦୦ ବିଲିୟନ ଡଲାରର ସଂପତ୍ତି ଥିଲା । ସେ ସମୟରେ ଯେଉଁ ବ୍ୟକ୍ତି ପାଖରେ ଏତେ ପଇସା ଥିଲା, ଯଦି ଆଜି ସେ ଜୀବିତ ଥାଆନ୍ତା ତେବେ ତା ଠାରୁ ବଳି ଆଉ କେହି ନଥାନ୍ତେ । ଭାରତୀୟ ମୁଦ୍ରାରେ ସେତେବେଲେ ତାଙ୍କ ପାଖରେ ପ୍ରାୟ ଅଢେଇ ଲକ୍ଷ କୋଟି ଟଙ୍କା ଥିଲା । ୧୩୨୪ ମସିହାରେ ମୁସା ମକ୍କା ଯାତ୍ରାରେ ଥିଲେ । ସେହି ସମୟରେ ସେ ସାଢେ ଛ ହଜାର କିଲୋମିଟର ଦୂରତା ଅତିକ୍ରମ କରିଥିଲେ । ତାଙ୍କୁ ଦେଖିବା ପାଇଁ ଲୋକେ ତାଙ୍କ ଘୋଡା ପାଖରେ ପହଂଚିଲେ । ପରେ ସେମାନେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇ ରହିଗଲେ । ତାଙ୍କ ଯାତ୍ରାରେ ୬୦ ହଜାର ଲୋକେ ସାମିଲ ଥିଲେ । ସେମାନଙ୍କ ମଧ୍ୟରୁ କେବଳ ୧୨ ହଜାର ଲୋକେ ତାଙ୍କର ନିକଟତମ ଅନୁଚର ଥିଲେ । ସେ ଯେଉଁ ଘୋଡାରେ ଥିଲେ, ତା ଆଗରେ ୫୦୦ ଲୋକ ସୁରକ୍ଷାରେ ଥିଲେ । ସମସ୍ତଙ୍କ ହାତରେ ସୁନାର ବାଡି ଥିଲା ଏବଂ ସମସ୍ତେ ରେଶମ ବସ୍ତ୍ର ପିନ୍ଧିଥିଲେ ।
ଏହାବ୍ୟତୀତ ତାଙ୍କ ଯାତ୍ରାରେ ୮୦ ଓଟ ବି ରହିଥିଲେ । ଯାହାଙ୍କ ଉପରେ ୧୩୬ କିଲୋ ସୁନା ଲଦା ହୋଇଥିଲା । କୁହାଯାଏ, ସେ ଯେତେବେଳେ ମିଶ୍ର ରାଜଧାନୀ କାହିଲା ଦେଇ ଯାଉଥିଲେ ଅନେକ ଗରିବଙ୍କୁ ଏତେ ମାତ୍ରାରେ ଦାନ କରିଥିଲେ ଯେ, ସେହି ଅଂଚଳରେ ବ୍ୟାପକ ଭାବରେ ମହଙ୍ଗା ବୃଦ୍ଧି ପାଇଥିଲା । ପ୍ରାୟ ୨୫ ବର୍ଷ ଧରି ମନସା ମୁସା ଶାସନ କରିଥିଲେ । ବର୍ତମାନର ଘାନା, ଟିମ୍ବକଟୁ ଓ ମାଲୀ ତାଙ୍କ ସାମ୍ରାଜ୍ୟର ଅଂଶ ଥିଲା । ଦୁଃଖର କଥା ଏହା ଯେ, ତାଙ୍କ ଦେହାନ୍ତ ପରେ ସମସ୍ତ କାରବାରକୁ ଆଗାମୀ ପୀଢି ସମ୍ଭାଳି ପାରିନଥିଲେ । ଏମିତି ମାନ୍ୟତା ରହିଛି, ସେ ସମୟରେ ଚାଲିଥିବା ଲମ୍ବା ଗୃହଯୁଦ୍ଧ ଓ ବିଦେଶୀ ଫୌଜଙ୍କ ଆକ୍ରମଣରେ ଏହି ସାମ୍ରାଜ୍ୟର ପତନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking