27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପରାଷ୍ଟ୍ରପତି

ଆଜି ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଉପରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଜ୍ୟସଭା ଫ୍ଲୋର ଲିଡରଙ୍କୁ ନୈଶ୍ୟଭୋଜି ଦେବେ ଗୃହର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖର । ଆଜି (ସୋମବାର) ସଂଧ୍ୟାରେ ଉପରାଷ୍ଟ୍ରପତିଙ୍କ ବାସଭବନରେ ଏହି ଭୋଜି ଆୟୋଜିତ ହେବାକୁ ଯାଉଛି । ସାମ୍ବିଧାନିକ ପରମ୍ପରା ଅନୁସାରେ ଏହା ଏକ ସୌଜନ୍ୟମୂଳକ ନୈଶ୍ୟଭୋଜି ଓ ଏଥିରେ ସମସ୍ତ ଦଳର ଫ୍ଲୋର ଲିଡରଙ୍କୁ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ କରାଯାଇଥିବା ଉପରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ଏହା ଧନଖରଙ୍କ ଦ୍ବାରା ଆୟୋଜନ କରାଯାଉଥିବା ପ୍ରଥମ ନୈଶ୍ୟଭୋଜି । ଦୁଇ ମାସ ପୂର୍ବରୁ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ ଧନଖର । ରାଜ୍ୟସଭା ଫ୍ଲୋର ଲିଡରଙ୍କ ବ୍ୟତୀତ ଉଚ୍ଚ ସଦନର ସଦସ୍ୟ ଭାବେ ନିର୍ବାଚିତ ହୋଇ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଥିବା ପିୟୁଷ ଗୋଏଲ, ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସମେତ ଅନ୍ୟ କିଛି ବରିଷ୍ଠ କେନ୍ଦ୍ରମନ୍ତ୍ରୀ ମଧ୍ୟ ଏହି ଭୋଜିରେ ସାମିଲ ହେବା ନେଇ ନିମନ୍ତ୍ରିତ ହୋଇଛନ୍ତି ।

ତେବେ ସଂସଦର ଶୀତକାଳୀନ ଅଧିବେଶନ ସାଧାରଣତଃ ନଭେମ୍ବର ତୃତୀୟ ସପ୍ତାହରେ ଆରମ୍ଭ ହୋଇଥାଏ । ଚଳିତ ଥର ପୂର୍ବ ନିର୍ଦ୍ଧାରିତ ତଥା ସ୍ବାଭାବିକ ସମୟରେ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଯେକୌଣସି ଅଧିବେଶନ ଆରମ୍ଭ ପୂର୍ବରୁ ରାତ୍ରିଭୋଜନ ସଭା ଆୟୋଜନ ହେବାର ଗଣତାନ୍ତ୍ରିକ ପରମ୍ପରା ରହିଆସିଛି । ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ପ୍ରଥମଥର ଧନଖର ଚଳିତ ଅଧିବେଶନରେ ହିଁ ଗୃହରେ ଅଧ୍ୟକ୍ଷତା କରିବାକୁ ଯାଉଛନ୍ତି । ତେବେ ଆଜିର ଏହି ବୈଠକରେ କିଛି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ସଦସ୍ୟମାନେ ସୌଜନ୍ୟମୂଳକ ଆଲୋଚନା ମଧ୍ୟ ହୋଇପାରେ ।

ଅଗଷ୍ଟ ୬ ତାରିଖରେ ଜଗଦୀପ ଧନଖର ମିଳିତ ବିରୋଧି ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ହରାଇ ଭାରତର ୧୪ତମ ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିଲେ । ଧନଖରକୁ ମୋଟ ୫୨୮ ଖଣ୍ଡ ଭୋଟ ମିଳିଥିଲା । ଯାହା ମୋଟ ଭୋଟର ୭୨.୮ ପ୍ରତିଶତ ଥିଲା । ଧନଖରଙ୍କ ପ୍ରତିଦ୍ବନ୍ଦୀ ମାର୍ଗରେଟ ଅଲଭା ମାତ୍ର ୧୮୨ ଭୋଟ ପାଇଥିଲେ । ମୋଟ ୭୨୫ ଜଣ ସାଂସଦ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେଇଥିଲେ । ତେବେ ନିର୍ବାଚିତ ହେବା ପରେ ଏହା ଧନଖରଙ୍କ ପ୍ରଥମ ନୈଶ୍ୟଭୋଜି ହୋଇଥିବା ବେଳେ ଶୀତକାଳୀନ ଅଧିବେଶନରେ ସେ ପ୍ରଥମ ଥର ଗୃହ ପରିଚାଳନା କରିବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking