33.1 C
Bhubaneswar
Friday, April 26, 2024
Homeଦେଶ ବିଦେଶମଙ୍ଗଳଯାନ ଯାତ୍ରା ଶେଷ, ଦୀର୍ଘ ୮ ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିକ୍‌ ଖବର

ମଙ୍ଗଳଯାନ ଯାତ୍ରା ଶେଷ, ଦୀର୍ଘ ୮ ବର୍ଷ ଧରି ଦେଉଥିଲା ମଙ୍ଗଳ ଗ୍ରହର ଟିକ୍‌ନିକ୍‌ ଖବର

ବେଙ୍ଗାଲୁରୁ: ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଦେଶର ପ୍ରଥମ ମଙ୍ଗଳଯାନ ବା ମାର୍ସ ଅର୍ବିଟର ମିଶନ ଅଭିଯାନ ଶେଷ ହୋଇଛି । ମାର୍ସର ଇନ୍ଧନ ଓ ବ୍ୟାଟେରୀ ସରିଯିବା ପରେ ଭୂ-ପୃଷ୍ଠର ଷ୍ଟେସନ ସହ ଏହାର ଯୋଗାଯୋଗ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇଯାଇଛି । ତେବେ ସବୁଠୁ ବଡ କଥା ହେଉଛି କି, ମାତ୍ର 6 ମାସ ପାଇଁ ମଙ୍ଗଳ ଗ୍ରହକୁ ପ୍ରେରଣ ହୋଇଥିବା ଏହି ମହାକାଶଯାନ, 8 ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଛି, ଯାହା ବୈଜ୍ଞାନିକମାନଙ୍କୁ ଚକିତ କରିଛି ।

ମାର୍ସକୁ ପରିଚାଳନା କରୁଥିବା ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ସେଣ୍ଟର ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦେଶର ପ୍ରଥମ ମଙ୍ଗଳଯାନ ଏକ ଲମ୍ବା ଇନିଂସ ଶେଷ କରିଛି । ଇନ୍ଧନ ସହ ବ୍ୟାଟେରୀ ସରିଯିବାରୁ ଦୀର୍ଘ 8 ବର୍ଷ ଧରି ମଙ୍ଗଳ ଗ୍ରହର ସମସ୍ତ ଟିକନିକ୍‌ ଖବର ପ୍ରେରଣରେ ସହାୟକ ହେଉଥିବା ମାର୍ସର କାର୍ଯ୍ୟ ଶେଷ ହୋଇଛି । ଅନ୍ତିମ ପର୍ଯ୍ୟାୟରେ ମାର୍ସକୁ ଇନ୍ଧନ ଯୋଗାଇବା ପାଇଁ ଶତ ଚେଷ୍ଟା କରାଯାଇଥିଲେ ମଧ୍ୟ ସଫଳ ହୋଇପାରିନଥିବା ଇସ୍ରୋ ପକ୍ଷରୁ କୁହାଯାଇଛି ।

ଚାରି ଶହ କୋଟି ମୂଲ୍ୟର ‘ମାର୍ସ ଅର୍ବିଟର୍ ମିଶନ୍’  ନଭେମ୍ବର 5, 2013 ରେ PSLV-C25 ରୁ ଉତକ୍ଷେପଣ କରାଯାଇଥିଲା ଏବଂ ବୈଜ୍ଞାନିକମାନେ ସଫଳତାର ସହିତ ଏହି ମହାକାଶଯାନକୁ 24 ସେପ୍ଟେମ୍ବର 2014ରେ ମଙ୍ଗଳ ଗ୍ରହର କକ୍ଷପଥରେ ଅବସ୍ଥାପିତ କରିଥିଲେ । ମଙ୍ଗଳ ଗ୍ରହରେ ଥିବା ଖଣିଜ ପଦାର୍ଥ ଏବଂ ଏହାର ଆକୃତି ବାବଦରେ ତଥ୍ୟ ହାସଲ କରିବା ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା । ବିଶ୍ବର ଚତୁର୍ଥ ତଥା ଏସିଆ ମହାଦେଶର ପ୍ରଥମ ରାଷ୍ଟ୍ର ଭାବେ ଭାରତ ଏହି ସଫଳତା ହାସଲ କରିଛି । ତେବେ ଆଗକୁ ମାର୍ସ ସହ ପୁନଃ ଯୋଗାଯୋଗ ହୋଇପାରିବ କି ନାହିଁ ସେ ବାବଦରେ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ISRO ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking