32.1 C
Bhubaneswar
Friday, April 26, 2024
Homeଓଡିଶାଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପୁରୀ ବେଳାଭୂମି ସହ ଗୋଲଡେନ ବିଚ୍‌ରେ ସୁନ୍ଦର ବାଲୁକା କଳା...

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ: ପୁରୀ ବେଳାଭୂମି ସହ ଗୋଲଡେନ ବିଚ୍‌ରେ ସୁନ୍ଦର ବାଲୁକା କଳା ପ୍ରଦର୍ଶିତ

ପୁରୀ: ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ଚଳିତ ବର୍ଷର ବିଷୟବସ୍ତୁ ହେଉଛି ପୁନର୍ବାର ପର୍ଯ୍ୟଟନ । ଏହି ଅବସରରେ ପୁରୀର ଗୋଲଡେନ ବିଚ୍‌ରେ ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦାମ ପ୍ରଧାନଙ୍କ ବାଲୁକା କଳା ପ୍ରଦର୍ଶିତ ହୋଇଛି । ୨୦ ଟନ୍‌ ବାଲିରେ ତିଆରି ହୋଇଥିବ ଏହି କଳାକୃତି ପାଇଁ ୧୨ ଘଣ୍ଟା ସମୟ ଲାଗିଥିଲା ।

ସେହିପରି ପୁରୀ ବେଳାଭୂମିରେ ବାଲୁକା କଳା ତିଆରି କରିଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ୩ କୁଇଣ୍ଟାଲ୍‌ ବାଲିରେ ୩ ଫୁଟ୍‌ ଓସାର କଳାକୃତି ତିଆରି କରିଛନ୍ତି । ଏଥିରେ ” welcome to Odisha” ଏବଂ ” world Tourism day”ର ବାର୍ତ୍ତା ଦେଇଛନ୍ତି । ବାଲୁକାକଳା ମାଧ୍ୟମରେ ଓଡିଶାର କଳା,ଐତିହ୍ୟ ଏବଂ ଭାସ୍କର୍ଯ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାକୁ ପ୍ରୟାସ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking