29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଦୀର୍ଘଦିନ ନିଖୋଜ ପରେ ସାମ୍ନାକୁ ଆସିଲେ ନୁସ୍‌ରତ, ଟୁଇଟରରେ ମୋଦିଙ୍କୁ କଲେ କଟାକ୍ଷ

ଦୀର୍ଘଦିନ ନିଖୋଜ ପରେ ସାମ୍ନାକୁ ଆସିଲେ ନୁସ୍‌ରତ, ଟୁଇଟରରେ ମୋଦିଙ୍କୁ କଲେ କଟାକ୍ଷ

କୋଲକାତା: ନିଜ ସଂସଦୀୟ କ୍ଷେତ୍ରରେ ନିଖୋଜ ପୋଷ୍ଟର ଲାଗିବା ପରେ ସାମ୍ନାକୁ ଆସିଛନ୍ତି ନୁସରତ । ଦୀର୍ଘ ସମୟ ଧରି ରାଜନୈତିକ ମଞ୍ଚରେ ନୁସରତଙ୍କୁ ଦେଖିବାକୁ ମିଳୁନଥିଲା । ରବିବାର ବସିରହାଟ ସାଂସଦ ନୁସରତ ଜାହାନ ପ୍ରଧାନମନ୍ତ୍ରୀଙ୍କୁ ପରିହାସ କରି ଟ୍ୱିଟ୍‌ କରିଛନ୍ତି । ସେବେଠାରୁ ରାଜନୈତିକ ମହଲରେ ଗୋଟିଏ ଚର୍ଚ୍ଚା ସାଂସଦ ରାଜନୀତିରେ ପ୍ରାସଙ୍ଗିକ ହେବାକୁ ଚେଷ୍ଟା କରୁଛନ୍ତି କି? କେହି କେହି ନେତ୍ରୀଙ୍କୁ ନିଖୋଜ ପାଷ୍ଟର ବିଷୟରେ ମନେ ପକେଇଦେଇଛନ୍ତି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିରୋଧୀ ଦଳକୁ ନିନ୍ଦା କରିଛନ୍ତି ।

ସେ କହିଛନ୍ତି, ରାଜନୈତିକ ସ୍ୱାର୍ଥକୁ ପୂରଣ କରିବା ପାଇଁ ବିରୋଧୀମାନେ ଛୋଟ ଛୋଟ ଘଟଣା ଉପରେ ଦୃଷ୍ଟି ରଖିଛନ୍ତି । ଏହିପରି ରାଜନୈତିକ ଦଳ ଲୋକମାନଙ୍କ ମଧ୍ୟରେ ଘୃଣାଭାବ ବିସ୍ତାର କରନ୍ତି । ପ୍ରଧାନମନ୍ତ୍ରୀଙ୍କ ଭାଷଣର ଏହି ଅଂଶକୁ ନୁସରତ ଟ୍ୱିଟ୍‌ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଶ୍ଚୟ ରାଜ୍ୟ ବିଜେପି ବିଷୟରେ କହୁଛନ୍ତି ବାଲି ସେ କହିଛନ୍ତି । ଏହା ସହିତ ହସିବାର ଇମୋଜି ଚିହ୍ନ ପୋଷ୍ଟ କରିଛନ୍ତି ବସିରହାଟର ସାଂସଦ । ଏହା ପରେ ସାସିଆଲ ମିଡିଆରେ ନୁସରତଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବେ ହାରାଆ ବିଧାନସଭାର ଚାପତଲା ପଞ୍ଚାୟତ ଅଞ୍ଚଳରେ ପୋଷ୍ଟର ଲଗାଯାଇଥିଲା । ଏଥିରେ ତୃଣମୁଳ ସାଂସଦ ନୁସରତ ଜାହାନ ନିଖୋଜ ଅଛନ୍ତି ବୋଲି ଲେଖାଯାଇଥିଲା । ଦେଗଙ୍ଗା ବ୍ଲକର ହାରାଆ ବିଧାନସଭା ନିର୍ବାଚନମଣ୍ଡଳୀର ଚାପତଲା ପଞ୍ଚାୟତ ବସିରହାଟ ଲୋକସଭା କ୍ଷେତ୍ର ଅନ୍ତର୍ଗତ ।

ପଞ୍ଚାୟତର କେୟାଦାନ ଏବଂ ଚାପତଲା ଅଞ୍ଚଳରେ ଅଭିନେତ୍ରୀ-ସାଂସଦ ନୁସରତ ଜାହାନଙ୍କ ସନ୍ଧାନ ଦରକାର ଲେଖାଯାଇଥିବା ପୋଷ୍ଟର ଦେଖିବାକୁ ମିଳିଥିଲା । ଗୋଟିଏ ପୋଷ୍ଟରରେ ତଳେ ଲେଖାଯାଇଥିବା ସାଧାରଣ ଜନତା, ଅନ୍ୟ ଏକ ପୋଷ୍ଟରରେ ଲେଖାଥିଲା ପ୍ରତାରିତ ଜନତା । ଏହି ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା । ରାଜନୈତିକ ଚର୍ଚ୍ଚା ମଧ୍ୟ ଜୋର ଧରିଥିଲା । ବିରୋଧୀ ଶିବିର ଏ ନେଇ ତୃଣମୂଳକୁ କଟାକ୍ଷ କରିଥିଲେ । ସାଂସଦଙ୍କ ଟ୍ୱିଟ୍‌ ପରେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଥିଲା । ସେ ଏତେ ଦିନ ଧରି କେଉଁଠାରେ ଥିଲେ ବୋଲି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking