32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଏଣିକି ଟିକ୍‌ଟକ୍‌ ଭିଡିଓ ପଢେଇବ ପାଠ

ଏଣିକି ଟିକ୍‌ଟକ୍‌ ଭିଡିଓ ପଢେଇବ ପାଠ

ଇନ୍ଦୋର: ଆଜି କାଲି ଯୁବଗୋଷ୍ଠି ଙ୍କୁ ଘାରିଛି ଟିକ୍‌ଟକ୍‌ ମାନିଆ । ନିଜା ପ୍ରତିଭା କୁ ଦର୍ଶାଇବା ପାଇଁ ଏହା ଏକ ବଡ ମାଧ୍ୟମ ସାଜିଛି । ଏଥିରେ ସାଧରଣତଃ ମନୋରଞ୍ଜନ ଭିତ୍ତିକ ଭିଡିଓ ଦେଖିଥିବେ କିନ୍ତୁ ଏହା ମାଧ୍ୟମରେ ଏଣିକି ଶିକ୍ଷାଦାନ ଦିଆଯିବ । ଆଇଆଇଏମ(ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ) ଇନ୍ଦୋର ପକ୍ଷରୁ ଟିକ୍‌ଟକ୍‌ ସହ ବୁଝାମଣା ପତ୍ର ସ୍ଵାକ୍ଷର ହୋଇଛି।
ଯୁବପିଢ଼ିଙ୍କ ମଧ୍ୟରେ ଟିକ୍‌ଟକ୍‌ ପ୍ରତି ଥିବା ଆଗ୍ରହକୁ ନଜରରେ ରଖି ମନୋରଞ୍ଜନ ଛଡା ଶିକ୍ଷାଦାନ ପାଇଁ ଆଇଆଇଏମ ଇନ୍ଦୋର ଏଭଳି ପ୍ରୟାସ ଆରମ୍ଭ କରିଛି । ଏହି ପତ୍ର ମୁତାବକ ମ୍ୟାନେଜମେଣ୍ଟର କ୍ଷୁଦ୍ର ଟିକ୍‌ଟକ୍‌ ଭିଡିଓ କରି ଏହାକୁ ଛାତ୍ରଛାତ୍ରୀଙ୍କୁ ଦେଖାଯିବ, ଏହା ଦ୍ୱାରା ଟିକ୍‌ଟକ୍‌ ସହ ମିଶି ସଂଚାର, ରଣନୀତି ଓ ମାର୍କେଟିଙ୍ଗ ସମ୍ବଳିତ ଭିଡିଓ ପ୍ରସ୍ତୁତ କରାଯିବ  । ଏହି ଭିଡିଓ ସବୁକୁ ଆଇଆଇଏମ ଇନ୍ଦୋରରେ ଥିବା ବିଭିନ୍ନ ପାଠ୍ୟକ୍ରମ ପାଇଁ ମଧ୍ୟ ବ୍ୟବହାର କରାଯିବ । ଆଜିକାଲି ଛାତ୍ରଛାତ୍ରୀ ଟିକ୍‌ଟକ୍‌ ଭିଡିଓ କରିବାରେ ବ୍ୟସ୍ତ ରହୁଥିବାବେଳେ ସେହି ଭିଡିଓ ମାଧ୍ୟମରେ କିଭଳି ପାଠପଢା କରିପାରିବେ ସେଥିପାଇଁ ଏହି ପଦ୍ଧତିକୁ ଗ୍ରହଣ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking