29.1 C
Bhubaneswar
Saturday, April 27, 2024
Homeଓଡିଶାପାନୀୟଜଳ ପ୍ରକଳ୍ପ କର୍ଯ୍ୟାରମ୍ଭକୁ ତିନି ବର୍ଷ ବିତିବ : ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ପାଇପ୍...

ପାନୀୟଜଳ ପ୍ରକଳ୍ପ କର୍ଯ୍ୟାରମ୍ଭକୁ ତିନି ବର୍ଷ ବିତିବ : ନିମ୍ନମାନର ନିର୍ମାଣ କାର୍ଯ୍ୟ ଓ ପାଇପ୍ ବିଛା ନେଇ ଅଭିଯୋଗ

ଯାଜପୁର : ଯାଜପୁର ଜିଲ୍ଲା ର ବଡ଼ଚଣା ନିର୍ବାଚନ ମଣ୍ଡଳୀ ର.ସିହା ଗ୍ରାମ ରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ 3ବର୍ଷ ରେ ମଧ୍ୟ ସମ୍ପୂର୍ଣ ହେଲା ନାହିଁ l ଚଣ୍ଡୀ ଖୋଲ ଠାରେ ପାନୀୟ ଜଳ ଯୋଗାଣ ର ଡିଭିଜନ ର କାର୍ଯ୍ୟl ଳୟରେ ରହିଛି l ଡିଭିଜନ ର ନିକଟରେ ସିହା ଗ୍ରାମl କିନ୍ତୁ ପ୍ରକଳ୍ପ ସମ୍ପୂର୍ଣ ହେବା କୂ ୩ବର୍ଷ ବିତିଗଲାଣି l ଏଥି ରୁ ଯାହା ଜଣାପଡୁଛି ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ ପାରିଲା ପଣିଆ ଜିଲ୍ଲା ର ବହୁ ସ୍ଥାନ ରେ ଏପରି ଅବସ୍ଥା ସରକାରଙ୍କ ୫ଟି କାର୍ଯ୍ୟକ୍ରମ କେତେ ସଫଳ ହେଉଛି l ଲୋକ ମାନଂକୁଭଣ୍ଡେଇ କେତେ ଦିନ ଶାସସନ କରିବେ ଏହା ପ୍ରଶ୍ନ ବାଚୀ ସୃଷ୍ଟି କରିଛି l ଆଉ କେବେ ସିହା ଗ୍ରାମବାସୀଙ୍କ ଘର ପାଖରେ ମିଳିବ ବିଶୁଦ୍ଧ ପାନୀୟ ଜଳ ? ସରକାର ତ ଲୋକଙ୍କ ପାଇଁ ବହୁ ଯୋଜନା କରୁଛନ୍ତି । ମାତ୍ର ତାହା କେତେ ପରିମାଣରେ ଲୋକଙ୍କ ଲକ୍ଷ୍ୟ ଧାର୍ଯ୍ୟ ପୂରଣ କରିବାରେ ରୂପାୟନ ହୋଇ ପାରୁଛି ତାହାର କିନ୍ତୁ ସମୀକ୍ଷା କରାଯାଉ ନାହିଁ ।

ଫଳରେ ପ୍ରତ୍ୟେକ ଯୋଜନାରେ ହେଉଥିବା ପ୍ରକଳ୍ପ ସବୁ ବାସ୍ତବତାଠାରୁ ବହୁତ୍ ଦୂରରେ ରହି ଯାଉଛି; ଆଉ ଲୋକେ ଯେଉଁ ସମସ୍ୟାରେ ରହିଥିଲେ ତାରି ଭିତରେ ହିଁ ରହି ଯାଉଛନ୍ତି । ସେମିତି ଏକ ନିଚ୍ଛକ ଉଦାହରଣ ବଡ଼ଚଣା ବ୍ଲକ ଅନ୍ତର୍ଗତ ପର୍ବତ୍ୟାଞ୍ଚଳରେ ଅବସ୍ଥିତ ସିହା ଗ୍ରାମ ପଞ୍ଚାୟତରେ ଏବେ ଦେଖିବାକୁ ମିଳିଛି । ସିହା ଗ୍ରାମର ଅଧିବାସୀ ଗ୍ରୀଷ୍ମ ଋତୁରେ ଭୋଗୁଥିବା ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ୨୦୧୮ ମସିହାରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୮୫ଲକ୍ଷ ୩୩ହଜାର ଟଙ୍କାର ବ୍ୟୟ ବରାଦରେ ସେଠାରେ ଏକ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପର ଯୋଜନା କରାଯାଇଥିଲା ।

ମୁଣ୍ଡ ଉପରେ ବିଧାନସଭା ନିର୍ବାଚନ ରହି ଥିବାରୁ ଏହି ପ୍ରକଳ୍ପ ମାଧ୍ୟମରେ ଗ୍ରାମର କିଛି ଲୋକଙ୍କୁ ଆକୃଷ୍ଟ କରି ସେମାନଙ୍କ ଭୋଟ ହାତେଇବାକୁ ତତ୍କାଳୀନ ଶାସକ ଦଳର ମୁଖ୍ୟ ସଚେତକ ତଥା ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ସେହି ବର୍ଷ ନଭେମ୍ବର ମାସ ୧୨ତାରିଖ ଦିନ ସରକାରୀ ଭାବେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ଦେଢ଼ ମାସ ପରେ ମଧ୍ୟ ଡିସେମ୍ବର ୩୧ ତାରିଖ ଦିନ ଆସି ଏହାର ଭିତ୍ତପ୍ରସ୍ତର ସ୍ଥାପନ କରିବାକୁ ପଛାଇ ନଥିଲେ । ଆଉ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଦାୟିତ୍ୱ ବି ବିଧାୟକ ନିଜ ପଞ୍ଚାୟତର ଜନୈକ ଠିକାଦାରଙ୍କ ଉପରେ ନ୍ୟସ୍ତ କରାଇଥିଲେ । ସେ ଯାହା ବି ହେଉ ସେତେବେଳେ ଆଶା କରାଯାଉଥିଲା ଯେ ଏହି ପ୍ରକଳ୍ପଟି ଗୋଟିଏ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ଗ୍ରାମବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେଇ ପାରିବ ।

ମାତ୍ର ପରିତାପର ବିଷୟ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହେବାକୁ ଏବେ ତିନି ବର୍ଷ ବିତିବାକୁ ଯାଉଥିବା ବେଳେ ଲୋକଙ୍କ ଘରେ ପାଣି ପହଞ୍ଚାଇବା ତ ଦୂରର କଥା କିନ୍ତୁ ଏଯାଏଁ ଗ୍ରାମର ମୁଖ୍ୟ ପାଇପ୍ ଲାଇନ୍ ବିଛା କାର୍ଯ୍ୟ ବି ଅଧା ହୋଇ ପାରିଲା ନାହିଁ । ନିର୍ମାଣ କାର୍ଯ୍ୟକୁ ବର୍ଷାଧିକ କାଳ ପକାଇ ରଖିବା ପରେ ଏବେ ପୁଣି ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବା ଘଟଣାକୁ ଦୃଷ୍ଟିରେ ରଖି ଏଇ କିଛି ଦିନ ହେଲା ସମ୍ପୃକ୍ତ ଠିକାଦାର ମୁଖ୍ୟ ପାଇପ୍ ଲାଇନ୍ ବିଛା କାର୍ଯ୍ୟ ଅତ୍ୟନ୍ତ ଧିର ଓ ମନ୍ଥର ଗତିରେ ଚଳାଇଛନ୍ତି । ଅନ୍ୟପକ୍ଷରେ ଜଳ ସଂରକ୍ଷଣ ପାଇଁ ନିର୍ମିତ ଓଭର୍ ହେଡ୍ ପାଣି ଟାଙ୍କି କେତେ ଯେ ନିମ୍ନ ମାନର ହୋଇଛି ତାହାକୁ ବାହାରୁ ଦେଖିଲେ ବି ଜଣା ପଡିଯାଉଛି ।

କେବେ ବିଭାଗୀୟ କୌଣସି ବି ଯନ୍ତ୍ରୀ ନିର୍ମାଣ କାର୍ଯ୍ୟର ଆଦୌ ତଦାରଖ କରୁ ନଥିବାରୁ ନିଯୁକ୍ତ ଠିକାଦାର ଲାଭଖୋର ମନୋଭାବ ନେଇ ଏଭଳି କରୁଥିବା ସ୍ପଷ୍ଟ ବୁଝା ପଡି଼ଯାଉଛି । ସେଇଭଳି ଗ୍ରାମରେ ଏବେ ବିଛାଉଥିବା ମୁଖ୍ୟ ଲୁହା ଓ ପିଭିସି ପାଇପର ମାନ ଗ୍ରାମବାସୀଙ୍କୁ ତ ଜାଣିବାର ଅବକାଶ ହିଁ ନାହିଁ । ମାତ୍ର ଅନ୍ୟ ଜଣେ ଠିକାଦାର ତାହାକୁ ଦେଖି ଏସବୁ ପାଇପ୍ ନିର୍ଦ୍ଧାରିତ ମାନଠାରୁ ଅତ୍ୟନ୍ତ ନିମ୍ନମାନର ବୋଲି କିଛି ଗ୍ରାମବାସୀଙ୍କୁ ନିଜର ନାମ ପ୍ରକାଶ କରିବାର ସର୍ତ୍ତ ରଖି ଜଣାଇ ଦେବା ପରେ ଏହାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବିଭାଗୀୟ ଉଚ୍ଚ ଅଧିକାରୀ ଏବଂ ଯାଜପୁର ଜିଲ୍ଲାପାଳଙ୍କ ନିକଟରେ ଏବେ ସେମାନେ ଦାବୀ କରିଛନ୍ତି । ଅନ୍ୟପଟେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ କରି ସମ୍ପୃକ୍ତ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କ ଘର ପାଖରେ କେବେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚାଇ ଦେବାରେ ସକ୍ଷମ ହେଉଛନ୍ତି ତାହା ଦେଖିବାକୁ ସିହା ଗ୍ରାମର ବାସିନ୍ଦା ଅପେକ୍ଷା କରି ରହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking