38.1 C
Bhubaneswar
Friday, April 26, 2024
Homeଓଡିଶାଭଦ୍ରକରେ କାନ୍ଥ ପଡ଼ି ଶିଶୁ ମୃତ, କେନ୍ଦ୍ରାପଡ଼ାରେ ମହିଳାଙ୍କ ମୃତ୍ୟୁ

ଭଦ୍ରକରେ କାନ୍ଥ ପଡ଼ି ଶିଶୁ ମୃତ, କେନ୍ଦ୍ରାପଡ଼ାରେ ମହିଳାଙ୍କ ମୃତ୍ୟୁ

ଭୁବନେଶ୍ୱର : ବାତ୍ୟା ଅମ୍ପନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଥିବାବେଳେ ପବନ ବହୁଛି। ପ୍ରବଳ ବର୍ଷା ଯୋଗୁ ଭଦ୍ରକ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାରେ କାନ୍ଥ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭଦ୍ରକରେ ଜଣେ ଶିଶୁର ମୃତ୍ୟୁ ହୋଇଥିବାବେଳେ କେନ୍ଦ୍ରାପଡ଼ାରେ ଜଣେ ମହିଳାଙ୍କ ପ୍ରାଣହାନୀ ଘଟିଛି।
ସୂଚନା ଅନୁଯାୟୀ, , ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ ଅନ୍ତର୍ଗତ କାଞ୍ଚଡ଼ା ପଞ୍ଚାୟତର ଦକ୍ଷିଣପାରି ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଖସି ପଡିଥିଲା। ଉକ୍ତ ଘରେ ରାତିରେ ମା’ ଓ ୨ ମାସର ଶିଶୁ ଶୋଇଥିବାଵେଳେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମା’ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ସାତଭାୟା ଅଞ୍ଚଳରେ କାନ୍ଥ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଟ୍ବିଟ୍ କରି ଏ ନେଇ ସୂଚନା ଦେଇଛନ୍ତି। କିନ୍ତୁ ଜିଲ୍ଲାପ୍ରଶାସନ ପକ୍ଷରୁ ସୂଚନା ମିଳିନାହିଁ।
https://onakhabar.com/2020/05/20/one-dead-quarentine-center/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking