30.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଓଡ଼ିଶାରୁ ମହାରାଷ୍ଟ୍ର ଗଲେ ୩ ଏନଡିଆରଏଫ ଟିମ

ଓଡ଼ିଶାରୁ ମହାରାଷ୍ଟ୍ର ଗଲେ ୩ ଏନଡିଆରଏଫ ଟିମ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଲଗାଣ ବର୍ଷା ଯୋଗୁଁ  ବନ୍ୟା ଜଳରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇଛି ଓଡିଶା । ରାଜ୍ୟରୁ ଆଜି ୩ଟି  ଏନଡିଆରଏଫ ଟିମ ସ୍ବତନ୍ତ୍ର ବିମାନ ଯୋଗେ ମହାରାଷ୍ଟ୍ରକୁ ଯାଇଛନ୍ତି ।

ମହାରାଷ୍ଟ୍ରରେ ଚାରିଆଡେ ବନ୍ୟା ପାଣିଥିବାରୁ ଗମନାଗମନ ବାଧାପ୍ରାପ୍ତ ହୋଇଛି । କୋଙ୍କଣ ରେଳ ମାର୍ଗରେ ଟ୍ରେନ୍ ସେବା ପ୍ରଭାବିତ ହୋଇଥିବାରୁ ପ୍ରାୟ ୬,୦୦୦ ଯାତ୍ରୀ ଫସିରହିଥିବା ସୂଚନା ମିଳିଛି । ମୁମ୍ବାଇ ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ରେଳ ଓ ଯାତାୟାତ ବାଧା ପ୍ରାପ୍ତ ହୋଇଛି । ଏହି କାରଣରୁ ଉଦ୍ଧାର କାର୍ୟ୍ୟରେ ପ୍ରଶାସନକୁ ସହାୟତା କରିବା ରାଜ୍ୟରୁ ଯାଇଛନ୍ତି ଏହି ଉଦ୍ଧାରକାରୀ ଟିମ । ରତ୍ନଗିରି ଜିଲ୍ଲାର ପ୍ରମୁଖ ଜଗବୁଡି, ବଶିଷ୍ଟି, କୋଡାଭଲୀ, ଶସ୍ତ୍ରୀ, ବାଭ ସମେତ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଏହାଫଳରେ ଖେଡ, ଚିପଲୁନ୍, ଲାଞ୍ଜା, ରାଜାପୁର, ସାଙ୍ଗମେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ପାଣି ପଶିବା କାରଣରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ବନ୍ୟା କାରଣରୁ ମୁମ୍ବାଇରେ ଭୂସ୍ଖଳନ ଘଟିଥିବା ମଧ୍ୟ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking