37.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶପର୍ଣ୍ଣୋଗ୍ରାଫି କେସରେ ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ

ପର୍ଣ୍ଣୋଗ୍ରାଫି କେସରେ ବଢିଲା ରାଜ କୁନ୍ଦ୍ରାଙ୍କ ଅଡୁଆ

ମୁମ୍ବାଇ: ଆକ୍ଟ୍ରେସ ଶିଲ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ଉଦ୍ୟୋଗପତି ରାଜ କୁନ୍ଦ୍ରା ପର୍ଣ୍ଣ ଫିଲ୍ମ ପ୍ରସ୍ତୁତ କରି ତାକୁ ମୋବାଇଲ ଆପ୍ସରେ ଷ୍ଟ୍ରିମ କରିବା ଘଟଣାରେ ୧୯ ଜୁଲାଇରେ ଗିରଫ ହୋଇଥିଲେ । ମୁମ୍ବାଇ ପୋଲିସର କ୍ରାଇମବ୍ରାଂଚ ରାଜ କୁନ୍ଦ୍ରାଙ୍କ ବିରୋଧରେ  ଫେବୃୟାରୀରେ  ମାମଲା ରୁଜୁ କରିଥିଲେ ଓ ୧୯ ଜୁଲାଇରେ ପଚରାଉଚୁରା କରିବା ପରେ ଗିରଫ କରାଯାଇଥିଲା । ଏହାପରେ ୨୩ ଜୁଲାଇ ପର‌୍ୟ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠା ଯାଇଥିଲା । ଆଜି କୋର୍ଟ ପୁଣି ଥରେ ତାଙ୍କୁ ୨୭ ଜୁଲାଇ ପର‌୍ୟ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି ।
ମୁମ୍ବାଇ ପୋଲିସ ରାଜ କୁନ୍ଦ୍ରାଙ୍କୁ ଆଉ ୭ ଦିନ ବିଚାର ବିଭାଗୀୟ ହାଜତରେ ରଖିବା ପାଇଁ ଦାବି କରିଥିଲା । ଏହି ମାମଲାରେ ଏବେ ଆହୁରି ଅଧିକ ତଦନ୍ତ ବାକି ଥିବା ସହ ଆହୁରି ପ୍ରମାଣ ମିଲିବ । ଯେଉଁଥିପାଇଁ ସମୟ ଦରକାର ବୋଲି ପୁଲିସ କହିଛି । ପୁଲିସ ଆହୁରି ମଧ୍ୟ କହିଛି, ରାଜ କୁନ୍ଦ୍ରା ଅନଲାଇନ ବେଟ କରୁଥିଲେ । ଯେଉଁଥିରେ ସେ ୟେସ ବ୍ୟାଙ୍କ ଆକାଉଣ୍ଟର ବ୍ୟବହାର କରିଥିଲେ । ଏ ବିଷୟରେ ଖୋଳତାଡ ହେବାର ଅଛି । ସେଥିପାଇଁ ତାଙ୍କୁ ବିଚାର ବିଭାଗୀୟ ହାଜତରେ ରଖିବା ଆବଶ୍ୟକ ରହିଛି ।
କୁନ୍ଦ୍ରା ଗିରଫ ହେବା ପରେ ୨୧ ଜୁଲାଇରେ କିଛି ଜରୁରୀ ତଥ୍ୟ ଉଡାଇ ଦିଆଯାଇଛି ।  ସେହି ତଥ୍ୟକୁ ରିକଭର କରାଯିବ । ଏହାବ୍ୟତୀତ ଯେତେବେଳେ କୁନ୍ଦ୍ରାଙ୍କୁ ନୋଟିସ ପଠା ଯାଇଥିଲା, ସେତେବେଳେ ତାଙ୍କ ଗୁଗୁଲ ଓ ଆପଲ ଷ୍ଟୋରରୁ ହଟଷ୍ଟାର ଭଳି ଆପ୍ସ ହଟାଯାଇଥିଲା । ଏହା ହଟିବା ପରେ କୁନ୍ଦ୍ରା ପୋଲିଫିଲ୍ମସ ଆରମ୍ଭ କରିଥିଲେ । ଏହା ଉପରେ ଆଡଲ୍ଟ କଣ୍ଟେଣ୍ଟ ଷ୍ଟ୍ରିମ କରାଯାଉଥିଲା । କୁନ୍ଦ୍ରା କହିବାନୁସାରେ, ସେ ଏହି କମ୍ପାନୀ ଛାଡି ଦେଇଥିଲେ । ତେବେ କମ୍ପାନୀର ପ୍ରତିଟି ଖର୍ଚ୍ଚ ବାବଦରେ ତାଙ୍କୁ ସୂଚନା ମିଳୁଥିଲା । ଯାହା ପ୍ରାୟ ୪ ହଜାରରୁ ୧୦ ହଜାର ଡଲାର ଥିଲା ।
ତେବେ ପୂର୍ବରୁ ଅଭିନେତ୍ରୀ ପୁନମ ପାଣ୍ଡେ ବି ରାଜ କୁନ୍ଦ୍ରାଙ୍କ ଉପରେ ଧମକ ଦେବା ଓ ତାଙ୍କ ନମ୍ବର ଲିକ୍ କରିବା ଅଭିଯୋଗ ଆଣିଥିଲେ । ପର୍ଣ୍ଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ମୁମ୍ବାଇ ପୋଲିସର କ୍ରାଇମ ବ୍ରାଂଚ ମୁଖ୍ୟ ଅଭିଯୁକ୍ତ କହିଥିଲା ।
ଏବେ ରାଜ କୁନ୍ଦ୍ରାଙ୍କୁ ନେଇ ମୁମ୍ବାଇ କ୍ରାଇମ ବ୍ରାଂଚ ଟିମ  ଜୁହୁସ୍ଥିତ ବଙ୍ଗଳା କିନାରାରେ ପହଂଚିଛନ୍ତି । ସେହି ଘରେ ଶିଳ୍ପା ସେଟ୍ଟୀ ରୁହନ୍ତି । ପୁଲିସକୁ ନ୍ୟୁଫ୍ଲିକ୍ସ ନାମକ ରାଜ କୁନ୍ଦ୍ରାଙ୍କ ନୂଆ ଆପ ପାଇଁ ବନାଯିବାକୁ ଥିବା ୧୯ ଆଡଲ୍ଟ ଭିଡିଓ ସହ ସମ୍ବନ୍ଧିତ ଏଗ୍ରିମେଣ୍ଟ ପେପର୍ସ, କିଛି ମିସିଂ ସିଡି ଓ ଗୋଟିଏ ମିସିଂ ସର୍ଭର ସନ୍ଧାନ କରୁଛି । ପର୍ଣ୍ଣୋଗ୍ରାଫି କେସରେ ଗିରଫ ହୋଇଥିବା ରାଜ କୁନ୍ଦ୍ରାଙ୍କୁ ନେଇ ଇଣ୍ଟରନ୍ୟାସନାଲ କନେକ୍ସନ ଥିବା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ କହିଛି ଯେ, ହ୍ୱାଟସଆପ ଚାଟରେ ଏହା ଜଣାପଡିଛି ଯେ, ରାଜ କୁନ୍ଦ୍ରା  ୧୨୧ଟି ଭିଡିଓକୁ ୧୨ ଲକ୍ଷ ଆମେରିକି ଡଲାରରେ ବିକ୍ରି କରିବା ପାଇଁ କଥା ହେଉଥିଲେ । କୁନ୍ଦ୍ରାଙ୍କ ବ୍ୟତୀତ ପୁଲିସ ଅନ୍ୟ ଅଭିଯୁକ୍ତ ରୟାନ ଥରପେଙ୍କୁ ବି କୋର୍ଟରେ ହାଜର କରିଥିଲା । ତାଙ୍କୁ ବି ୨୭ ଜୁଲାଇ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।
ରାଜ କୁନ୍ଦ୍ରା ୨୦୧୯ରୁ  ୧୦୦ରୁ ଅଧିକ ଅଶ୍ଳୀଳ ଭିଡିଓ ବନାଇ ବହୁତ ଟଙ୍କା ଉପାର୍ଜନ କରିଛନ୍ତି । ବାହାର ଦେଶରେ ଏହି ଭିଡିଓ ବିକ୍ରି କରୁଥିଲେ । ଏପରିକି ବହୁ ୧୮ ବର୍ଷରୁ କମ ଝିଅଙ୍କୁ ଏହି କାର‌୍ୟ୍ୟରେ ଲଗାଉଥିବା ମଧ୍ୟ ଜଣାପଡିଛି ।
ଅଶ୍ଲୀଳ ଭିଡିଓ ବନାଉଥିବା ମାମଲାରେ ଜେଲରେ ଅଛନ୍ତି ବିଶିଷ୍ଟ ଶିଳ୍ପପତି ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରା । ଗିରଫ ହେବା ପରେ ଏବେ ଚର୍ଚ୍ଚା ଘନେଇବାରେ ଲାଗିଛି । ଦୀର୍ଘଦିନ ହେବ ଏହି ବ୍ୟବସାୟ କରୁଥିଲେ ସୁଦ୍ଧା କେମିତି କେହି ଜାଣିପାରୁନ ଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏତେ ବଡ଼ ଶିଳ୍ପପତି ବୋଲାଉଥିବା ରାଜ କୁନ୍ଦ୍ରାଙ୍କ ପରିବାର ଗରିବ ଥିଲା । ଯାହାକି ସେ ଏକ ସାକ୍ଷାତକାରରେ କହିଥିଲେ ।
ରାଜଙ୍କ ବାପା ଇଂଲଣ୍ଡରେ ରହୁଥିଲେ । ସେ ସେଠାରେ ବସରେ କଣ୍ଟକ୍ଟର ଭାବେ କାମ କରୁଥିଲେ । ଗରିବ ପରିବାର ହୋଇଥିବାରୁ ରାଜଙ୍କ ମା ମଧ୍ୟ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ରାଜ ଜନ୍ମ ହେବା ଆଗରେ ସେମାନେ ଇଂଲଣ୍ଡ ରହୁଥିଲେ । ତେବେ ପରବର୍ତ୍ତୀ ସମୟରେ ରାଜଙ୍କ ବାପା ଏକ ବିଜନେଓ ଆରମ୍ଭ କରିଥିଲେ । ଏହାପରେ ଧିରେ ଧିରେ ସେମାନେ ଧନୀ ହେବାକୁ ଲାଗିଥିଲେ । ପରବର୍ତ୍ତୀ ସମୟରେ ରାଜ ମଧ୍ୟ ପାଠପଢ଼ା ଛାଡି ବାପାଙ୍କ ବ୍ୟବସାୟରେ ସହଯୋଗ କରି ଆଜି ପ୍ରତିଷ୍ଠିତ ହୋଇ ପାରିଛନ୍ତି । ତେବେ ସେ ସାକ୍ଷାତକାରରେ କହିଥିଲେ କି, ମୁଁ ଗରିବିକୁ ଘୃଣା କରେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking