27.1 C
Bhubaneswar
Tuesday, May 7, 2024
Homeଓଡିଶାବିଦ୍ୟୁତ୍ ଆଘାତରେ ପରିବାରର ୩ ମୃତ

ବିଦ୍ୟୁତ୍ ଆଘାତରେ ପରିବାରର ୩ ମୃତ

ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟାହ୍ନରେ ପ୍ରବଳ ବର୍ଷା ହେଉଥିବାବେଳେ ଏହି ଗ୍ରାମର ପ୍ରଭାକର ସ୍ୱାଇଁଙ୍କ ପରିବାରକୁ ବିପଦ ମାଡ଼ିଆସିଥିଲା । ଚାଳଛପର ଘରେ ବିପଦସଙ୍କୁଳ ଅବସ୍ଥାରେ ରହୁଥିବା ପରିବାରର ୩ ଜଣ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ପ୍ରାଣ ହରାଇଛନ୍ତି ।

ମୃତକମାନେ ହେଲେ ପ୍ରଭାକରଙ୍କ ପୁଅ ପିଣ୍ଟୁନା ସ୍ୱାଇଁ (୪୦), ପିଣ୍ଟୁନାଙ୍କ ସ୍ତ୍ରୀ କାମିନୀ (୩୬) ଓ ଝିଅ ପାପାଲି (୧୦) । ପଡ଼ିଶା ଘରେ ରହୁଥିବା କୁମରବର ସ୍ୱାଇଁ ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଗୁରୁତର ହୋଇଛନ୍ତି । କୁମରବରଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜଗତସିଂହପୁର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଅପରପକ୍ଷରେ ମୃତକଙ୍କ ଶବ ମଣିଜଙ୍ଗା ଡାକ୍ତରଖାନାରେ ବ୍ୟବଚ୍ଛେଦ ପାଇଁ ରହିଥିବାବେଳେ ତିର୍ତ୍ତୋଲ ପୁଲିସ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking