33.1 C
Bhubaneswar
Sunday, May 5, 2024
Homeଓଡିଶାବଜ୍ରପାତରେ ୩ମୃତ 

ବଜ୍ରପାତରେ ୩ମୃତ 

ମୟୂରଭଞ୍ଜ- ଚିନ୍ତା ବଢ଼ାଉଛି ବଜ୍ରପାତ। ପୁଣି ନେଲା ୩ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଚାନ୍ଦୁଆ ଥାନା ଅନ୍ତର୍ଗତ ବାଘୁଆଶୋଳ ଗ୍ରାମରେ। ସ୍ଥାନୀୟ ୩ ଜଣପିଲା ଛେଳି ନେଇ ଚରାଇବାକୁ ପଦାକୁ ନେଇଥିଲେ। ତେବେ ମଧ୍ୟାହ୍ନ ସମୟରେ ଆରମ୍ଭ ହୋଇଥିଲା ବର୍ଷା ସହ ଘଡଘଡି। ବର୍ଷାରୁ ରକ୍ଷା ପାଇବା ପାଇଁ ନିକଟରେ ଥିବା ଏକ ଗଛ ତଳେ ଆଶ୍ରୟ ନେଇଥିଲେ ୩ ପିଲା। ହଠାତ ସେହି ସମୟରେ ବଜ୍ରପାତ ହେବାରୁ ଘଟଣାସ୍ଥଳରେ ୩ ପିଲାଙ୍କ ସହ ୭ଟି ଛେଳିର ମୃତ୍ୟୁ ହୋଇଥିଲା। ମୃତକ ପିଲାମାନେ ହେଲେ ଜଗନ୍ନାଥ ନାଏକଙ୍କ ୧୨ବର୍ଷର ପୁଅ ବାରସା ନାଏକ, ରାଧା ନାଏକଙ୍କ ୧୪ବର୍ଷର ପୁଅ ସୁଜିତ ନାଏକ, କାଳି ଚରଣ ନାଏକଙ୍କ ୧୬ ବର୍ଷର ପୁଅ ବାବଲୁ ନାଏକ। ଘଟଣା ସମ୍ପର୍କରେ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖର କଳାବାଦଲ ଛାଇ ହୋଇ ଯାଇଛି। ପରେ ଖବରପାଇ ଚାନ୍ଦୁଆ ଥାନା ପୋଲିସ ଘଟଣାସ୍ଥଳରେ ମୃତଦେହ ଜବତ କରି ଏକ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବାରିପଦା PRM ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ ପଠାଇଥିବା ଜଣାପଡ଼ିଛି। ଅନ୍ୟପଟେ ବଜ୍ରପାତରେ ମୃତକଙ୍କ ପରିବାରକୁ ତୁରନ୍ତ ସରକାର କ୍ଷତିପୂରଣ ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking