30.1 C
Bhubaneswar
Thursday, April 25, 2024
Homeଓଡିଶାଏବର୍ଷ ବି ବୋଲବମରେ ରୋକ

ଏବର୍ଷ ବି ବୋଲବମରେ ରୋକ

ଭୁବନେଶ୍ୱର: ଗତବର୍ଷ ଭଳି ଏବର୍ଷ ବି ବୋଲବମ ଉପରେ କଟକଣା ଲାଗିଛି । ବୋଲବମରେ କଟକଣା ନେଇ ଏସଆରସିଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପାଇଁ ବୋଲବମ ଉପରେ ସରକାର କଟକଣା ଲଗାଇଛନ୍ତି । କୌଣସି ଧାର୍ମିକ ସ୍ଥାନରୁ ଜଳ ଉଠାଇ ପାରିବେନି କାଉଡିଆ । ସର୍ବସାଧାରଣ ରାସ୍ତାରେ ପାଣିଧରି ଯାଇପାରିବେନି କାଉଡିଆ । ପାଣି ନେଇ କାଉଡିଆମାନେ କୌଣସି ଶିବ ମନ୍ଦିରକୁ ଯାଇପାରିବେନି ।

ଦ୍ୱିତୀୟ ଲହର ସରିବା ଆଗରୁ ତୃତୀୟ ଲହରର ଆଶଙ୍କା ପ୍ରକାଶ କରିଛନ୍ତି ବିଶେଷଜ୍ଞ । ଶ୍ରାବଣ ମାସରେ କାଉଡ଼ିଆମାନେ ବିଭିନ୍ନ ଶିବ ମନ୍ଦିରକୁ ଯାଇ ପାଣି ଢାଳିଥାନ୍ତି । କିନ୍ତୁ ଏଭଳି ସମୟରେ କରୋନା ଦୂର ହୋଇନଥିବାରୁ ବୋଲ୍ ବମ୍ ଉପରେ ରୋକ ଲଗାଇଛନ୍ତି ରାଜ୍ୟ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking