32.1 C
Bhubaneswar
Friday, April 26, 2024
Homeଦେଶ ବିଦେଶଭାରତର ଏହି ରାଜ୍ୟ ପାଳନ କରେନାହିଁ ସ୍ୱାଧିନତା ଦିବସ, ଜାଣନ୍ତୁ ନିଜ ଦେଶରେ ରହି କାହିଁକି...

ଭାରତର ଏହି ରାଜ୍ୟ ପାଳନ କରେନାହିଁ ସ୍ୱାଧିନତା ଦିବସ, ଜାଣନ୍ତୁ ନିଜ ଦେଶରେ ରହି କାହିଁକି ଏମିତି କରେ ଏ ରାଜ୍ୟ

ନୂଆଦିଲ୍ଲୀ : ଚଳିତ ବର୍ଷ ସାରା ଦେଶ ପାଳିବ ୭୫ତମ ସ୍ୱାଧିନତା ଦିବସ। ସ୍ୱାଧିନତାର ଏହି ଅମୃତ ମହୋତ୍ସବରେ ଯେଉଁଠି ସାରା ଦେଶ ଏହାକୁ ପାଳନ କରିବା ପାଇଁ ଫୁଲ ଜୋରସୋରରେ ପ୍ରସ୍ତୁତି ଆରମ୍ଭ କରିଦେଇଛି। ୭୫ତମ ସ୍ୱାଧିନତା ଦିବସ ଅବସରରେ ହର ଘର ତ୍ରିରଙ୍ଗା ଅଭିଯାନକୁୁ ନେଇ ସୋସିଆଲ ମିଡିଆରେ ମଧ୍ୟ ସ୍ୱାଧିନତାର ଉତ୍ସବକୁ ପାଳନ କରୁଛି। କିନ୍ତୁ ଦେଶର ଏମିତି ଏକ ରାଜ୍ୟ ଅଛି ଯେଉଁଠି ୧୫ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରାଯାଏନାହିଁ। ଆମେ ଆପଣଙ୍କୁ କହୁଛୁ ଗୋଆ ରାଜ୍ୟ ବିଷୟରେ। ଯେଉଁଠି ସ୍ୱାଧିନତା ଦିବସ ପାଳନ କରାଯିବନାହିଁ। କଣ ଆମ କଥା ଶୁଣି ଆଶ୍ଚର୍ଯ୍ୟ ଗଲେ ନା, କିନ୍ତୁ ଏହା ବିଲକୁଲ ସତ। ତାହେଲେ ଆସନ୍ତୁ ଦର୍ଶକବନ୍ଧୁ ଜାଣିବା ଗୋଆରେ ୧୫ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରାଯାଏନାହିଁ।

୧୫ ଅଗଷ୍ଟ ୧୯୪୭ରେ ଭାରତ ଇଂରେଜ ମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ସ୍ୱାଧିନ ହୋଇସାରିଥିଲା। କିନ୍ତୁ ଗୋଆ ହେଉଛି ସେହି ରାଜ୍ୟ ଯେଉଁଠି ଭାରତ ସ୍ୱାଧିନତା ପାଇବା ପରେ ବି ପର୍ତ୍ତୁଗାଲଙ୍କର ଶାସନ ଚାଲୁଥିଲା। ଏଥିପାଇଁ ଗୋଆ ୧୫ ଅଗଷ୍ଟରେ ସ୍ୱାଧିନତା ଦିବସ ପାଳନ କରେନାହିଁ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଗୋଆରେ ପ୍ରାୟ ୪୦୦ ବର୍ଷ ଧରି ପର୍ତ୍ତୁଗାଲମାନେ ଶାସନ କରିଥିଲେ ଏବଂ ଭାରତକୁ ସ୍ୱାଧିନତା ମିଳିବା ପରେ ଗୋଆ ୧୪ ବର୍ଷ ଅର୍ଥାତ୍‌ ୧୯୬୧ ମସିହାରେ ଯାଇ ପର୍ତ୍ତୁଗାଲଙ୍କ ଠାରୁ ମୁକ୍ତ ହେଲା। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ୧୫୧୦ରେ ପର୍ତ୍ତୁଗାଲମାନେ ଗୋଆ ଉପରେ ଆକ୍ରମଣ କରିଥିଲେ। ଆଉ ଏହା ପରଠାରୁ ହିଁ ଗୋଆ ପର୍ତ୍ତୁଗାଲଙ୍କ କବଜାକୁ ଆସିଯାଇଥିଲା।

ଏହାବ୍ୟତୀତ ଭାରତ ସରକାର ଅନେକ ଥର ଗୋଆକୁ ପର୍ତ୍ତୁକାଲ ଠାରୁ ମୁକ୍ତ କରାଇାବାପାଇଁ ଚେଷ୍ଟା ଚଳାଇଥିଲେ। କିନ୍ତୁ ପର୍ତ୍ତୁଗାଲମାନେ ଗୋଆ ଛାଡିବାକୁ ମନା କରିଦେଲେ। କାହିଁକିନା ଗୋଆକୁ ମସଲା ବେପାର ପାଇଁ ଏକ ବହୁତ ମହତ୍ତ୍ୱପୂର୍ଣ୍ଣ ଜାଗା ବୋଲି କୁହାଯାଉଥିଲା। ଏବଂ ମସଲା ବ୍ୟବସାୟରେ ପର୍ତ୍ତୁଗାଲ ମାନଙ୍କୁ ବହୁତ ଲାଭ ମିଳୁଥିଲା। ଏଥିପାଇଁ ସେ ଗୋଆରେ ନିଜର ଶାସନକୁ ଏତେ ଲମ୍ବା ସମୟ ଧରି ଚଳାଇଲେ।

ଭାରତ ସ୍ୱାଧିନତା ପାଇବା ପରେ ଗୋଆ ତାର ସ୍ୱାଧିନତା ପାଇବା ଲାଗି ପ୍ରଚେଷ୍ଟା ଜାରି ରଖିଲା। କିନ୍ତୁ ପର୍ତ୍ତୁଗାଲ ସବୁ ଥର ଦେଶ ଛାଡିବାକୁ ଅରାଜି ହେଉଥିଲା। ଏହାଛଡା ପର୍ତ୍ତୁଗାଲ ସରକାରଙ୍କ ସହିତ ଭାରତ ସରକାରଙ୍କ ସବୁ ପ୍ରଚେଷ୍ଟା ଫେଲ୍‌ ହୋଇଚାଲିଲା। କିନ୍ତୁ ପରେ ଭାରତ ସରକାର ଗୋଆକୁ ସ୍ୱାଧିନତା ଦେବା ପାଇଁ ଏୟାର ଷ୍ଟ୍ରାଇକ ଆଟାକ୍‌ ପାଇଁ ପ୍ରସ୍ତୁତ କଲା ଏହା ସହ ସ୍ଥଳ ସେନାକୁ ବି ଲଢ଼େଇ ପାଇଁ ପ୍ରସ୍ତୁତ କରିଦେଲା। ତେବେ ଏହି ଆକ୍ରମଣର ଚେଷ୍ଟା ସଫଳ ହେଲା ଏବଂ ୧୯ ଡିସେମ୍ବର ୧୯୬୧ରେ ଗୋଆ ପର୍ତ୍ତୁଗାଲ ସରକାରଙ୍କ ଠାରୁ ସ୍ୱାଧିନ ପାଇଗଲା। ଆଉ ଖାସ କରି ଏହି କାରଣ ପାଇଁ ଗୋଆ ନିଜର ସ୍ୱାଧିନତା ଦିବସ ୧୫ ଅଗଷ୍ଟ ନୁହେଁ ବରଂ ୧୯ ଡିସେମ୍ବରକୁ ପାଳନ କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking