33.1 C
Bhubaneswar
Saturday, April 27, 2024
HomeUncategorizedଏହା ମୋର ଶେଷ ନିର୍ବାଚନ: ନୀତୀଶ କୁମାର

ଏହା ମୋର ଶେଷ ନିର୍ବାଚନ: ନୀତୀଶ କୁମାର

ବିହାର: ବିହାର ନିର୍ବାଚନ ପାଇଁ ନିର୍ବାଚନ ପ୍ରଚାର ଆଜି ଶେଷ ହୋଇଛି । ନିର୍ବାଚନ ପ୍ରଚାରର ଶେଷ ଦିନରେ ବିହାର ମୁଖ୍ୟମନ୍ତ୍ରୀ ତଥା ସଂଯୁକ୍ତ ଜନତା ଦଳ (ଜେଡିୟୁ)ର ସୁପ୍ରିମୋ ନୀତୀଶ କୁମାର ଏକ ବଡ ଘୋଷଣା କରିଛନ୍ତି । ସେ ଧମଦାହାରେ ଜେଡିୟୁ ପ୍ରାର୍ଥୀ ଲେସି ସିଂଙ୍କ ପାଇଁ ଜନସଭାକୁ ସମ୍ବୋଦ୍ଧିତ କରିବା ବେଳେ ସେ କହିଛନ୍ତି କି, ‘ଏହା ମୋର ଶେଷ ନିର୍ବାଚନ ।’ଏହା ପରେ ସେ କୌଣସି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି କି ମୋ ଜୀବନର ଶେଷ ନିର୍ବାଚନ ଭଲ ହେବା ଦରକାର । କାରଣ ଶେଷ ନିର୍ବାଚନ ଭଲ ହେଲେ ବାକି ଜୀବନ ମୁଁ ଶାନ୍ତିରେ ବଞ୍ଚି ପାରିବି ।

ତେବେ ନୀତୀଶ କୁମାର ୨୦୦୫ ମସିହାରୁ ବିହାରର ମୁଖ୍ୟମନ୍ତ୍ରୀ ଅଟନ୍ତି। ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ସେ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ରେଳ ମନ୍ତ୍ରୀ ଥିଲେ। ଆଜିର ସାଧାରଣ ସଭାକୁ ସମ୍ବୋଧିତ କରି ନୀତୀଶ କୁମାର ମଧ୍ୟ ତାଙ୍କର ପୁରୁଣା ଦିନଗୁଡ଼ିକୁ ମନେ ପକାଇ କହିଛନ୍ତି ଯେ ରେଳ ମନ୍ତ୍ରୀ ହେଲେ ମଧ୍ୟ ମୁଁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରୁଥିଲି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking