39.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟମାନସିକ ଚାପ ଦୂର କରିଥାଏ ଏହି ଖାଦ୍ୟ

ମାନସିକ ଚାପ ଦୂର କରିଥାଏ ଏହି ଖାଦ୍ୟ

ବର୍ତ୍ତମାନର ପରିସ୍ଥିତି ଯାହା ସେଥିରେ ମାନସିକ ଚାପ ବଢ଼ିବା ସ୍ୱାଭାବିକ । ମାନସିକ ସମସ୍ୟା ବଢ଼ିଲେ ମନୋବିଦ୍‌ଙ୍କ ପରାମର୍ଶ ନେବାକୁ ହେବ । ତେବେ ଘରୋଇ ପଦ୍ଧତିରେ ମାନସିକ ଚାପକୁ କେତେକାଂଶରେ କମାଇ ହେବ । ସାଧାରଣତଃ ଆମ ରୋଷେଇ ଘରେ ମହଜୁଦ ରହୁଥିବା କିଛି ଖାଦ୍ୟ ସାମଗ୍ରୀରେ ରହିଛି ଏମିତି କେତୋଟି ଉପାଦାନ ଯାହା ମନକୁ ଶାନ୍ତ କରିବାରେ ସହାୟକ ହୋଇପାରିବ ।

କନ୍ଦମୂଳ: ମାନସିକ ଚାପର ବଡ଼ କାରଣ କର୍ଟିସଲ ହରମୋନର ନିଃସରଣ । ମିଠା ଆଳୁ ବା କନ୍ଦମୂଳ ଏହି ହରମୋନ ନିଃସରଣର ପରିମାଣ କମ୍‌ କରିଥାଏ ଯାହାଦ୍ୱାରା ମନ ଭଲ ରହେ ।

ଅଣ୍ଡା: ବିଭିନ୍ନ ପ୍ରକାରର ପୁଷ୍ଟିକର ଉପାଦାନ ରହିଛି ଏଥିରେ । ଏହା ସହିତ ଅଛି କୋଲାଇନ ବୋଲି ଏକ ଉପାଦାନ । ଏହା ମସ୍ତିଷ୍କର ସ୍ୱାସ୍ଥ୍ୟ ଭଲ ରଖେ । ମାନସିକ ଚାପ କମ କରେ ।

ସାମୁଦ୍ରିକ ମାଛ: ସ୍ୟାମନ ବା ସେହି ଜାତୀୟ ସାମୁଦ୍ରିକ ମାଛରେ ପ୍ରଚୁର ମାତ୍ରାରେ ଓମେଗା ୩ ଫ୍ୟାଟି ଏସିଡ୍‌ ଏବଂ ଭିଟାମିନ ଡି ଥାଏ । ଏହି ଦୁଇଟି ମଧ୍ୟ ମାନସିକ ଚାପ କମାଇବାରେ ସାହାଯ୍ୟ କରେ ।

ରସୁଣ: ବହୁ ଗବେଷଣାରୁ ପ୍ରମାଣିତ ରସୁଣର ବେଶ୍‌ କିଛି ଉପାଦାନ ଉଦବେଗ ଏବଂ ଅବସାଦରୁ ମନକୁ ଦୂରରେ ରଖେ ।

ବ୍ରକୋଲି: ଏଥିରେ ସଲଫୋରାଫେନ ନାମକ ଉପାଦାନ ରହିଛି ଯାହାକି ଅବସାଦ ନିୟନ୍ତ୍ରଣ ତଥା ମନ ଶାନ୍ତ ରଖିବାରେ ସହାୟକ ହୋଇଥାଏ ।

କାବୁଲି ଚଣା: ଏହା ଖାଇବାକୁ କେବଳ ସୁସ୍ୱାଦୁ ନୁହେଁ । ଏହା ମସ୍ତିଷ୍କ ପାଇଁ ମଧ୍ୟ ଉପକାରୀ । ଏହାର ଏଲ୍‌-ଟ୍ରିପଟୋଫନ୍‌ ନାମକ ଉପାଦାନ ମନ ଭଲ ରଖିଥାଏ ।

ବ୍ଲୁବେରି: ଆଜିକାଲି ଅନଲାଇନ୍‌ରେ ବ୍ଲୁବେରି ବିକ୍ରି ହେଉଛି । ବଡ଼ ବଡ଼ ଡିପାର୍ଟମେଣ୍ଟାଲ୍‌ ଷ୍ଟୋରରେ ବ୍ଲୁ ବେରି ମିଳୁଛି । ସାରା ଦିନରେ ମାତ୍ର କେତୋଟି ବ୍ଲୁବେରି ମନକୁ ତାଜା ରଖିପାରେ । ଏହାର ଫ୍ଲାଭୋନଏଡ୍‌ନାମକ ଆଣ୍ଟିଅକ୍ସିଡାଣ୍ଟ ଅଳ୍ପ ସମୟ ମଧ୍ୟରେ ମନ ଭଲ କରିଦିଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking