30.1 C
Bhubaneswar
Saturday, May 4, 2024
Homeଓଡିଶା୧୯ ଯାଏଁ ରହିବ ଘନ କୁହୁଡି

୧୯ ଯାଏଁ ରହିବ ଘନ କୁହୁଡି

ଭୁବନେଶ୍ୱର : ରାଜ୍ୟରେ ଲାଗି ରହିଛି ଶୀତର ଲହରୀ । ରାଜ୍ୟର ରାତି ତାପମାତ୍ରା ଆସନ୍ତା ତିନି ଦିନ ଯାଏ କମିବ । ୩ରୁ ୪ ଡିଗ୍ରୀ ଯାଏ ରାତି ତାପମାତ୍ରା କମିପାରେ । ଏହାର ପ୍ରଭାବରେ ଶୀତ ଆହୁରୀ ବଢିବ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଘନ କୁହୁଡ଼ି ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି । ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଆଜିଠୁ ଓଡ଼ିଶା ଉପରେ ଗୁରୁଚାପ ବଳୟର ପ୍ରଭାବ ଅଧିକ ରହିବ । ଏହା ବାୟୁମଣ୍ଡଳର ସ୍ଥିରତାକୁ ବୃଦ୍ଧି କରିବାରେ ସହାୟକ ହେବ । ବାୟୁମଣ୍ଡଳର ସ୍ଥିରତା ଓ ଅଧିକ ଜଳୀୟବାଷ୍ପର ଉପସ୍ଥିତି ତଥା ନିର୍ମଳ ଆକାଶ‌ ଯୋଗୁଁ ରାଜ୍ୟରେ ଘନ କୁହୁଡ଼ି ପଡ଼ିବ ।

ଆଜି କୋରାପୁଟ, ନବରଙ୍ଗପୁର, ମାଲକାନଗିରି, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ବୌଦ୍ଧ ଓ ସୋନପୁର ଜିଲ୍ଲା‌ରେ ଘନ କୁହୁଡ଼ିର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ୧୮ ଓ ୧୯ତାରିଖ ସକାଳୁ ମଧ୍ୟ ରାଜ୍ୟର ଅନେକ ଜିଲ୍ଲାରେ ଘନ କୁହୁଡ଼ିର ସମ୍ଭାବନା ରହିଛି। ୧୮ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ନୟାଗଡ଼, କଟକ, ଅନୁଗୁଳ ଓ ଢେଙ୍କାନାଳ ଏବଂ ୧୯ ତାରିଖ ଦିନ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ, ନୟାଗଡ଼, କଟକ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ କେନ୍ଦୁଝର ଆଦି ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking