26.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶମାଡିଆସିବ ୪ ଫୁଟ ଉଚ୍ଚର ଢ଼େଉ

ମାଡିଆସିବ ୪ ଫୁଟ ଉଚ୍ଚର ଢ଼େଉ

ଆମେରିକା : ଆମେରିକାରେ ସୁନାମୀ ଭୟ । ଆମେରିକାର ପଶ୍ଚିମ ଉପକୂଳରେ ସୁନାମୀ ପାଇଁ ସତର୍କ କରାଇଛି ପାଣିପାଗ ବିଭାଗ । ଶନିବାର ରାତିରେ ପ୍ରଶାନ୍ତ ମହାସାଗର ଟୋଙ୍ଗାରେ ଏକ ଜ୍ୱାଳାମୁଖୀ ବିସ୍ଫୋରଣ ହେବାରୁ ବଡ଼ ଢ଼େଉ ସୃଷ୍ଟି ହୋଇଥିଲା । ଏହାଫଳରେ ପ୍ରଶାନ୍ତ ମହାସାଗର ଉପକୁଳବର୍ତ୍ତୀ ଅଞ୍ଚଳରେ ୪ଫୁଟ ଉଚ୍ଚର ଢ଼େଉ ସୃଷ୍ଟି ହୋଇଥିଲା ।

ଏହା ଫଳରେ ଆମେରିକାର ପଶ୍ଚିମ ଉପକୂଳବର୍ତ୍ତି ଅଞ୍ଚଳ ଓ ଜାପାନର କେତେକ ଅଞ୍ଚଳକୁ ସୁନାମୀର ଚେତାବନି ଦେଇଛି ପାଣିପାଗ ବିଭାଗ । ଏହି ବିସ୍ଫୋରଣ ଏକ ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛି ହେନୁଲୁଲୁ ଜାତୀୟ ପାଣିପାଗ ବିଭାଗ । ବିଶେଷଜ୍ଞଙ୍କର ମତରେ ଗତ ୩୦ବର୍ଷରେ ଏହା ଟଙ୍ଗାରେ ସବୁଠାରୁ ବଡ଼ ଜ୍ୱାଳାମୁଖୀ ବିସ୍ଫୋରଣ । ବୈଜ୍ଞାନିକଙ୍କ ମତରେ ଟୋଙ୍ଗା ନିକଟ ସମୁଦ୍ରରେ ଭିତରେ ହୋଇଥିବା ଜ୍ୱାଳାମୁଖୀ ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା ସମଗ୍ର ବିଶ୍ୱରେ ଅନୁଭୂତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking