33.1 C
Bhubaneswar
Thursday, April 25, 2024
Homeଅପରାଧବାଘ ଛାଲ ସହ ୫ ଶିକାରୀ ଗିରଫ

ବାଘ ଛାଲ ସହ ୫ ଶିକାରୀ ଗିରଫ

ବାରକୋଟ ଥାନା ଅନ୍ତର୍ଗତ ଆମ୍ବକଟା ଜଙ୍ଗଲ ନିକଟରୁ ଦେବଗଡ଼ ଜିଲ୍ଲା ପୁଲିସ ସ୍ପେଶାଲ ସ୍କ୍ୱାର୍ଡ ଆଜି ଗ୍ରାହକ ବେଶରେ ଏକ ବାଘ ଛାଲ ଜବତ କରିବା ସହ 5ଜଣ ଶିକାରୀଙ୍କୁ ଗିରଫ କରିଛି l ସେମାନଙ୍କ ନିକଟରୁ ଏକ ବାଘ ଛାଲ ଜବତ କରିବା ସହ ଏକ ଭୁଜାଲୀ ଓ ମୋବାଇଲ ଫୋନ ଜବତ କରିଛି l ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ର ଙ୍କ ନେତୃତ୍ୱରେ ସ୍ପେଶାଲ ସ୍କ୍ୱାର୍ଡ ସଦଳ ବଳେ ଗ୍ରାହକ ବେଶରେ 12 ଲକ୍ଷ ଟଙ୍କାରେ ବାଘ ଛାଲ କିଣିବାକୁ ଯାଇଥିବା ବେଳେ ସେଠାରେ ବାଘ ଛାଲ ବିକ୍ରି କରିବାକୁ ଆସିଥିବା ଶିକାରୀଙ୍କୁ ପୁଲିସ ସେମାନଙ୍କୁ କାବୁ କରିଥିଲା l ଗିରଫ ଅଭିଯୁକ୍ତ ମାନେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ର ପତି କିସାନ, ବଣେଇ ଥାନାଞ୍ଚଳର ମୁସ୍ତାକଉଦ୍ଦିନ,ଦେବଗଡ଼ ଜିଲ୍ଲା ରଂଭେଇ ପଞ୍ଚାୟତ ଅନ୍ତର୍ଗତ ସିରିଗିଡା ଗ୍ରାମର ଧିରେନ ନାଏକ, ମହୁଲପଦା ଥାନାଞ୍ଚଲ ଜଗତୀ ଗ୍ରାମର ନିରଞ୍ଜନ ନାଏକ ଓ ଶୁକ୍ର କୋଲ୍ହ୍ନ କୁ ଗିରଫ କରା ଯାଇଥିବା ଜିଲ୍ଲା ପୁଲିସ ମୁଖ୍ୟାଳୟ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ ଏସପି ରାଜକିଶୋର ପାଇକରାୟ ସୂଚନା ଦେଇଛନ୍ତି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking