34.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶଇସ୍ରାଏଲ ଓ ହମାସ ଯୁଦ୍ଧରେ ଲାଗିବ ବ୍ରେକ

ଇସ୍ରାଏଲ ଓ ହମାସ ଯୁଦ୍ଧରେ ଲାଗିବ ବ୍ରେକ

ନୂଆଦିଲ୍ଲୀ : ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଲଢେଇ ଲାଗିବ ସାମୟିକ ବିରାମ , ରମଜାନ ଅବସରରେ ଗାଜାକୁ ଫେରିବ ଶାନ୍ତି । ଅକ୍ଟୋବର ୨୦୨୩ରୁ ଚାଲିଥିବା ନରସଂହାର ଉପରେ ରୋକ ଲାଗିବା ନେଇ ଆଶା ବଢିଛି । ଜାତିସଂଘର ସୁରକ୍ଷା ପରିଷଦ ବୈଠକରେ ଦୁଇ ପକ୍ଷଙ୍କ ଭିତରେ ଯୁଦ୍ଧ ବିରାମ ନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ୧୫ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ଏହି ପ୍ରସ୍ତାବ ସପକ୍ଷରେ ୧୪ଟି ଭୋଟ ପଡିଥିବା ବେଳେ ଆମେରିକା ଭୋଟିଂ ପ୍ରକ୍ରିୟାରୁ ଦୂରେଇ ରହିଛି । ଅକ୍ଟୋବର ୭ରୁ ଇସ୍ରାଏଲ ଓ ହମାସ ମଧ୍ୟରେ ଘମାଘୋଟ ଲଢେଇ ଆରମ୍ଭ ହୋଇଥିବା ବେଳେ ଏହାଦ୍ୱାରା ଗାଜା ବାସୀଙ୍କ ଜନଜୀବନ ପ୍ରଭାବିତ ହୋଇଛି । ମୁସଲିମ୍ ସମ୍ପ୍ରଦାୟର ଗଣପର୍ବ ରମଜାନ ଅବସରରେ ଗାଜାରେ ସାମୟିକ ଯୁଦ୍ଧ ବିରାମ ପାଇଁ ସୁରକ୍ଷା ପରିଷଦ ବୈଠକରେ ଏକ ପ୍ରସ୍ତାବ ପାରିତ କରାଯାଇଛି । ତେବେ ଏହି ପ୍ରସ୍ତାବରେ ଅକ୍ଟୋବର ୭ରେ ହମାସ ପକ୍ଷରୁ ଇସ୍ରାଏଲ ଉପରେ ହୋଇଥିବା ଆତଙ୍କୀ ଆକ୍ରମଣକୁ ନିନ୍ଦା କରାଯାଇନାହିଁ । ଯାହାକୁ ବିରୋଧ କରି ଆମେରିକା ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେବାରୁ ବିରତ ରହିଛି । ସେପଟେ ଇସ୍ରାଏଲ ମଧ୍ୟ ଜାତିସଂଘ ସୁରକ୍ଷା ପରିଷଦର ଏହି ପ୍ରସ୍ତାବରେ ସହମତି ପ୍ରକାଶ କରୁଛି କି ନାହିଁ ତା ଉପରେ ସାରା ବିଶ୍ୱର ନଜର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking